ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ମୃତ୍ୟୁ; ମ୍ୟାନେଜମେଣ୍ଟ କହିଲା - ଅକ୍ସିଜେନ ସରିଗଲା

ଦିଲ୍ଲୀର ରୋହିଣୀ ଅଞ୍ଚଳର ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୨୦ ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ ପରିଚାଳନା ସ୍ପଷ୍ଟୀକରଣ ଦେଇଛି । ସ୍ପଷ୍ଟୀକରଣରେ ହସ୍ପିଟାଲ କହିଛି ଯେ ୩୬୦୦ ବଦଳରେ କେବଳ ୧୫୦୦ ଲିଟର ଅକ୍ସିଜେନ ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ୨୦୦ ରୋଗୀ ଅଛନ୍ତି ଓ ଆମ ପାଖରେ ଅକ୍ସିଜେନ ସରିଯାଇଛି ।

ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ମୃତ୍ୟୁ; ମ୍ୟାନେଜମେଣ୍ଟ କହିଲା - ଅକ୍ସିଜେନ ସରିଗଲା
ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ମୃତ୍ୟୁ
  • News18 Odia
  • Last Updated: April 24, 2021, 11:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆଉ ଏକ ହସ୍ପିଟାଲରୁ ଏକ ଯନ୍ତ୍ରଣାଦାୟକ ଓ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅବସ୍ଥିତ ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ୨୦ ଜଣ କରୋନା ସଂକ୍ରମିତ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଛନ୍ତି । ଅକ୍ସିଜେନ ଅଭାବରୁ ଗୋଲ୍ଡେନ୍ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ଏମଡି ସୂଚନା ଦେଇଛି । ଶୁକ୍ରବାର ସନ୍ଧ୍ୟାରେ ଅକ୍ସିଜେନ ଅଭାବରୁ ଏହି ରୋଗୀମାନଙ୍କର ମୃତ୍ୟୁ ହୋଇଥିଲା ।

ଏଥିପାଇଁ ଅକ୍ସିଜେନ ଯୋଗାଣ ଅଭାବକୁ ହସ୍ପିଟାଲ ଦାୟୀ କରିଛି । ହସ୍ପିଟାଲ ପରିଚାଳନା ପକ୍ଷରୁ ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ରୋଗୀମାନଙ୍କ ପାଇଁ ୩୬୦୦ ଲିଟର ଅମ୍ଳଜାନ ଆବଶ୍ୟକ ଥିଲା କିନ୍ତୁ ରାତି ୧୨ ଟା ପର୍ଯ୍ୟନ୍ତ କେବଳ ୧୫୦୦ ଲିଟର ଯୋଗାଇ ଦିଆଯାଇଥିଲା । ଏହି କାରଣରୁ ରୋଗୀମାନଙ୍କର ମୃତ୍ୟୁ ହୋଇଥିଲା । ଜୟପୁର ଗୋଲ୍ଡେନ୍ ହସ୍ପିଟାଲର ଡାକ୍ତରୀ ଅଧୀକ୍ଷକ କହିଛନ୍ତି ଯେ ୨୦୦ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହାଙ୍କ ପାଇଁ ଅକ୍ସିଜେନ ଉପଲବ୍ଧ ନାହିଁ । ସେ ନ୍ୟୁଜ୍ ୧୮ କୁ କହିଛନ୍ତି ଯେ ହସ୍ପିଟାଲରେ ଅକ୍ସିଜେନ ନାହିଁ ।

ଡିସିପିଙ୍କ ପାଖରେ କୌଣସି ସୂଚନା ନାହିଁ
ଏଠାରେ ରୋହିଣୀ ଜିଲ୍ଲାର ଡିସିପି ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି । ନ୍ୟୁଜ୍ ୧୮ ସହିତ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ଯେ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୨୦ ଜଣ ରୋଗୀଙ୍କ ମୃତ୍ୟୁକୁ ନେଇ କୌଣସି ସୂଚନା ମିଳିନାହିଁ । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ହସ୍ପିଟାଲ ପକ୍ଷରୁ ମୃତ୍ୟୁର କୌଣସି ତଥ୍ୟ ସେୟାର କରାଯାଇ ନାହିଁ । ଶୁକ୍ରବାର ଦିନ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଆଜି ବି ରାଜଧାନୀର ଅନେକ ହସ୍ପିଟାଲରେ ଅକ୍ସିଜେନ ସରିଯାଇଥିବା ବିଷୟରେ ସୂଚନା ଦେଇଛି ।
Published by: Jagdish Barik
First published: April 24, 2021, 11:43 AM IST