କଲମ୍ବିଆରେ ଭୀଷଣ ସଡ଼କ ଦୁର୍ଘଟଣା; ୨୦ ମୃତ

ପଶ୍ଚିମ କଲମ୍ବିଆରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ଶନିବାର ଏହି ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଵସ ଦୁର୍ଘଟଣା (ପ୍ରତୀକାତ୍ମକ ଛବି)

ଵସ ଦୁର୍ଘଟଣା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Colombia Bus Accident: ପଶ୍ଚିମ କଲମ୍ବିଆର ପାନ-ଆମେରିକୀୟ ରାଜପଥରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ଶନିବାର ଏହି ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। କଲମ୍ବିଆର  ଦକ୍ଷିଣ-ପଶ୍ଚିମ ସହର ପାଷ୍ଟୋ ଓ ପପାୟାନରରେ ଏହି ଦୁର୍ଘଟଣା ଘଟିଛି । ନାରିନୋ ବିଭାଗ ଟ୍ରାଫିକ ପୋଲିସ କ୍ୟାପଟେନ ଆଲବର୍ଟଲ୍ୟାଣ୍ଡ ଆଗୁଡେଲୋ ଏହି ସୂଚନା ଦେଇଛନ୍ତି।

ଆଗୁଡେଲୋ କହିଛନ୍ତି, 'ଘଟଣାର ଅନୁସନ୍ଧାନ କରାଯାଉଛି ଇ ଯାନ୍ତ୍ରିକ ବିଫଳତା ହେତୁ ଏହି ଦୁର୍ଘଟଣା ଘଟିଥାଇପାରେ। ଏଥି ସହ ଏହି ଅଞ୍ଚଳର ଟ୍ରାଫିକ ଓ ପରିବହନ ନିର୍ଦ୍ଦେଶକ କଲୋନାଲ ଓସ୍କାର ଲମ୍ପ୍ରେ କହିଛନ୍ତି ଯେ ଗାଡିର ବ୍ରେକ ସିଷ୍ଟମରେ ଯାନ୍ତ୍ରିକ ବିଫଳତା ହେତୁ ଏହି ଦୁର୍ଘଟଣା ଘଟିଛି।

ଏହାପୂର୍ବରୁ ପ୍ରାରମ୍ଭିକ ରିପୋର୍ଟରେ ଏହା ଜଣାପଡିଥିଲା ​​ଯେ ଡ୍ରାଇଭର ଏକ ଟର୍ନରୁ ବାହାରିବାବେଳେ କୁହୁଡି ହେତୁ ନିୟନ୍ତ୍ରଣ ହରାଇଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗାଡିଟିକୁ ସିଧା କରିବା ପାଇଁ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ନଅ ଘଣ୍ଟା ସମୟ ଲାଗିଥିଲା। ଏହି ସମୟରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ମୃତକଙ୍କୁ ଉଦ୍ଧାର କରାଯାଇଥିଲା।
Published by:Soumya Das
First published: