ଜୁମ୍ କଲ୍‌ରେ ବସିଥିଲେ ମା' ଗୁଳି ମାରିଦେଲା ୨ ବର୍ଷର ଶିଶୁ; ପିତାଙ୍କୁ ଗିରଫ କଲା ପୋଲିସ

ସାମ୍ନାକୁ ଆସିଲା ଏକ ଲୋମହର୍ଷଣକାରୀ ଘଟଣା । ଗୁଳି ଲୋଡ଼ ଥିବା ବନ୍ଧୁକ ଧରି ଖେଳୁଥିବା ଦୁଇ ବର୍ଷର ଶିଶୁ ମା' ମୁଣ୍ଡକୁ ମାରିଦେଲେ ଗୁଳି । ମରିଗଲେ ମା'।

ଜୁମ୍ କଲ୍‌ରେ ବସିଥିଲେ ମା' ଗୁଳି ମାରିଦେଲା ୨ ବର୍ଷର ଶିଶୁ

ଜୁମ୍ କଲ୍‌ରେ ବସିଥିଲେ ମା' ଗୁଳି ମାରିଦେଲା ୨ ବର୍ଷର ଶିଶୁ

  • Share this:
News18 Odia Digital

ୱାଶିଂଟନ୍: ଆମେରିକାର କେନ୍ଦ୍ରୀୟ ଫ୍ଲୋରିଡାରେ ଘଟିଛି ଏକ ଅଭାବନୀୟ ଘଟଣା । ଯେଉଁଠାରେ ଦୁଅ ବର୍ଷର ଜଣେ ପୁଅ ଗୁଳି ଚଳାଇବାରୁ ତାଙ୍କ ମା'ଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଚର୍ଚ୍ଚା । ଏଥି ପାଇଁ ପୋଲିସ ସେହି ଶିଶୁର ପିତାଙ୍କୁ ଗିରଫ କରିଛି।

ତେବେ କଥାଟି ହେଲା ଯେ ବାପାଙ୍କ ବନ୍ଧୁକକୁ ଦୁଇ ବର୍ଷର ପୁଅ ଧରିଥିଲା । ଘରେ ଜୁମ୍ କଲରେ ମିଟିଂ କରୁଥିବା ମା’ଙ୍କ ଉପରକୁ ସେ ଗୁଳି ଚଳାଇଥିଲେ। ଯେଉଁଥିରେ ତାଙ୍କ ମା'ଙ୍କ ମୃତ୍ୟୁ ହୋଇଥିଲା । ଅଲ୍ଟାମୋଣ୍ଟେ ସ୍ପ୍ରିଙ୍ଗସ୍ ପୋଲିସ କହିଛି ଯେ ୨୨ ବର୍ଷୀୟ ଭେଣ୍ଡ୍ରେ ଆଭେରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ହତ୍ୟା ଓ ଅବହେଳା ବନ୍ଧୁକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅନୁସନ୍ଧାନକାରୀ କହିଛନ୍ତି ଯେ ଗତ ଅଗଷ୍ଟ ୧୧ରେ ଦୁଇ ବର୍ଷର ପୁଅକୁ ବ୍ୟାଗପ୍ୟାକ ବନ୍ଧୁକ ମିଳିଥିଲା। ସେ ବନ୍ଧୁକରେ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ମା' ଶ୍ୟାମୟା ଲିନଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ଶ୍ୟାମାୟା ଅଫିସରେ ଜୁମ୍ ମିଟିଂରେ ବସିଥିଲେ।

ଦୁଇ ବର୍ଷର ପୁଅ ଗୁଳି କରିବାରୁ ମରିଗଲେ ମା'


ସେପଟେ ଜୁମ୍ କଲରେ ବସିଥିବା ବନ୍ଧୁ ସଙ୍ଗେ ସଙ୍ଗେ ଜରୁରୀକାଳୀନ ସେବା ୯୧୧କୁ ଫୋନ୍ କରିଥିଲେ । ସେ କହିଛନ୍ତି ଯେ ସେ କ୍ୟାମେରାରୁ ଗୁଳିର ଶବ୍ଦ ଶୁଣି ଲିନଙ୍କ ପଡ଼ିଥିବାର ଦେଖିଲେ ଓ ତାଙ୍କ ଶିଶୁ ପଛରେ କାନ୍ଦୁଥିବାର ମଧ୍ୟ ଦେଖିବାକୁ ପାଇଥିଲେ । ଏହି ସମୟ ମଧ୍ୟରେ ଲିନଙ୍କ ସ୍ବାମୀ ମଧ୍ୟ ଘରେ ନଥିଲେ ।

ଯେତେବେଳେ ଆଭେରୀ ଘରେ ପହଞ୍ଚିଲେ, ସେ ଚଟାଣରେ ସବୁଆଡେ ରକ୍ତ ପଡ଼ିଥିବାର ଦେଖିଲେଯ ସେ ଜରୁରୀକାଳୀନ ସେବାକୁ କହିଛନ୍ତି ଯେ ଦୁର୍ଘଟଣା ଘଟିବା ସମୟରେ ତାଙ୍କ ସାଥୀ କମ୍ପ୍ୟୁଟରରେ କାମ କରୁଥିଲେ। ସେହି ସମୟରେ ଲିନଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା, ଡାକ୍ତରମାନେ ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିଛି ଯେ ଘଟଣା ସମୟରେ ଘରେ ଆଉ ଜଣେ ଶିଶୁ ଉପସ୍ଥିତ ଥିଲେ।

ଆମେରିକାରେ ବନ୍ଧୁକ ବ୍ୟବହାର କରୁଥିବା ପିଲାମାନଙ୍କର ଘଟଣା ନୂଆ ନୁହେଁ। ସେପ୍ଟେମ୍ବରରେ, ଦୁଇ ବର୍ଷର ଶିଶୁ ହଠାତ୍ ଟେକ୍ସାସରେ ଗୁଳି ଚଳାଇଲା । ସେ ତାଙ୍କ ସମ୍ପର୍କୀୟଙ୍କ ବ୍ୟାଗରୁ ବନ୍ଧୁକ ବାହାର କରି ନେଇଥିଲେ, ଯେଉଁଥିରେ ଗୁଳି ଲୋଡ୍ ହୋଇଥିଲା ଓ ସୁରକ୍ଷା ଲକ୍ ମଧ୍ୟ ଲଗାଯାଇ ନଥିଲା।
Published by:Lipina Das
First published: