News 18 Odia Digital
ବେଙ୍ଗାଲୁରୁ: ମାଲଲେଶ୍ୱରାମର ଏକ ଶାଢୀ ଦୋକାନରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫର୍ (Special offer) ଦିଆଯାଇଥିଲା । ଯାହା ଫଳରେ ମହିଳା ଗ୍ରାହକମାନେ ଅଧିକ ଆକର୍ଷିତ ହୋଇ ଦୋକାନ ସାମ୍ନାରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ଲୋକଙ୍କ ନଜରକୁ ଆସିଲା ଦୁଇ ମହିଳା ପରସ୍ପର ମଧ୍ୟରେ ଝଗଡା କରିବାରେ ଲାଗିଛନ୍ତି । ପରିସ୍ଥିତି ଏପରି ହେଲା ଯେ ଝଗଡାରୁ କଥା ମାରପିଟ୍ ଆଡକୁ ବଢିଲା ।
ଯାହା ଜଣାପଡିଥିଲା ଝଗଡ଼ାର କାରଣ ହେଉଛି ଗୋଟିଏ ଶାଢୀକୁ ଉଭୟ ମହିଳା ପସନ୍ଦ କରିଥିଲେ । ଦୋକାନୀ ପାଖରେ ସେହି ରଙ୍ଗ ଏବଂ ଡିଜାଇନର ଶେଷ ଗୋଟାଏ ପିସ୍ ହିଁ ଥିଲା । ଯାହା ଫଳରେ ଉଭୟେ ସେହି ଶାଢୀଟିକୁ ନେବାପାଇଁ ଝଗଡ଼ା ଆରମ୍ଭ କରିଦେଇଥିଲେ । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ପରି ଶାଢୀ ଦୋକାନରେ ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା । ଉପସ୍ଥିତ କିଛି ବ୍ୟକ୍ତି ଉଭୟ ମହିଳାଙ୍କୁ ଅଟକାଇବାକୁ ଚାହିଁଥିଲେ ମଧ୍ୟ କେହି ଶୁଣିବା ସ୍ଥିତିରେ ନଥିଲେ । ଉଭୟେ ଉଭୟଙ୍କର ପୋଷାକ ସହ କେଶକୁ ଧରି ଟାଣିବାରେ ଲାଗିପଡିଥିଲେ । ଘଟଣାସ୍ଥଳରେ ଉଚ୍ଚ ସ୍ୱରରେ ଚିଲାଇବାରେ ମଧ୍ୟ ଲାଗିଥିଲେ । ଲୋକମାନେ ସେହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରା (mobile camera) ମାଧ୍ୟମରେ ରେକର୍ଡ କରିଥିଲେ । କିଛି ବ୍ୟକ୍ତି ତାହାକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଅପଲୋଡ ମଧ୍ୟ କରିଥିଲେ । ସୋସିଆଲ ମିଡିଆ (social media)ରେ ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନେକ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ନିଜର ମତ ମଧ୍ୟ ଦେଉଛନ୍ତି ।
ପରିସ୍ଥିତି ଶାନ୍ତ ନପଡିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେହିଜଣେ ପୋଲିସକୁ ଫୋନ୍ କରିଥିଲେ । କିଛି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଉପରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଭାରତୀୟମାନେ ପ୍ରାୟ ସବୁ ଜିନିଷ ଉପରେ ଲଢିବାକୁ ପ୍ରସ୍ତୁତ । ଆଉ ଏହା ନିଜ ପସନ୍ଦର ଶାଢୀ ହୋଇଥିବାରୁ ମହିଳା ଝଗଡ଼ା ଲାଗିବେନି କେମିତି । ସେହିପରି ଆଉଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଥିଲେ ଯେ, ସିନେମା ଅପେକ୍ଷା ବାସ୍ତବ ଜୀବନ ଅଧିକ ନାଟକୀୟ । ଏପରି ଦୃଶ୍ୟ ସିନେମାରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମ ଥର ବାସ୍ତବତା ସାମ୍ନାକୁ ଆସିଲା ।
https://twitter.com/rvaidya2000/status/1649996551174098945
ଗତ ବର୍ଷ ମଧ୍ୟ ଏକ ଭିଡିଓ ଖୁବି ଭାଇରାଲ୍ ହୋଇଥିଲା । ବ୍ୟାଙ୍କକରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଆନ୍ତର୍ଜାତୀୟ ବିମାନରେ ଦୁଇ ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ତୀବ୍ର କଳହର ଭିଡିଓ ଇଣ୍ଟରନେଟରେ ଚର୍ଚ୍ଚା ପରିସରକୁ ଆସିଥିଲା । ଥାଇ ସ୍ମାଇଲ୍ ଏୟାରୱେଜ୍ ବିମାନରେ ଦୁଇଜଣ ବ୍ୟକ୍ତି ପ୍ରଥମେ ଝଗଡା ଆରମ୍ଭ କରିଥିଲେ ପରେ ଉଭୟେ ଉଭୟଙ୍କୁ ହାତ ଉଠାଇବାକୁ ପଛାଇନଥିଲେ । ଜଣେ ଏୟାର ହୋଷ୍ଟେସ୍ ମଧ୍ୟ ଏମାନଙ୍କ ଝଗଡ଼ା ପାଇଁ ନେକେଦମ୍ ହୋଇଥିଲେ । ତେବେ ଝଗଡ଼ାର କାରଣ କଣ ଥିଲା ତାହା ସୋସିଆଲ ମିଡିଆରେ ପ୍ରକାଶ କରାଯାଇନଥିଲା । ବିମାନଯାତ୍ରୀ ଏହି ଦୁଇ ଜଣଙ୍କ ଆଚରଣକୁ ଖୁବ୍ ସମାଲୋଚନା କରିଥିଲେ ।
ଏହି ଖବର ପଢ଼ନ୍ତୁ -
ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼: ଏହିସବୁ ଜିଲ୍ଲାକୁ ସତର୍କ ସୂଚନାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।