News18 Odia Digital
ଭିଲୱାଡ଼ା: ଜଣେ ଝିଅ ନିଜ ବାପାଙ୍କୁ ମା’ଙ୍କ ବ୍ୟତୀତ ଅନ୍ୟ ମହିଳାଙ୍କ ସହ ପ୍ରେମାଳାପ କରୁଥିବା ଦେଖିଲେ ତାକୁ ନିଶ୍ଚୟ ଖରାପ ଲାଗିବ । ମାତ୍ର ଏମିତି ଘଟଣା ଯଦି ବାରମ୍ବାର ସେ ଦେଖେ, ତାହେଲେ ତାକୁ ରାଗ ନିଶ୍ଚୟ ଲାଗିବ । ଏମିତି ଏକ ଘଟଣା ଘଟିଛି ଓ ହାଇ-ଭୋଲଟେଜ୍ ଡ୍ରାମା ହୋଇଛି ।
ଏହି ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ । ଜହାଜପୁର ସବଡିଭିଜନ ଅଞ୍ଚଳରେ ବିଚ୍ ସଡ଼କରେ ହାଇ-ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ସବଡିଭିଜନର ହନୁମାନ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଦୁଇ ଭଉଣୀ ନିଜ ବାପାଙ୍କୁ ଏକ କାରରେ ଜଣେ ଅନ୍ୟ ମହିଳାଙ୍କ ସହିତ ଯାଉଥିବା ଦେଖିଥିଲେ । ତା’ ପରେ ରାସ୍ତା ଉପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅକ୍ରୋଧରେ ଉଭୟ ଭଉଣୀ ରାସ୍ତା ଉପରେ ନିଜ ବାପାଙ୍କ ସେହି ମହିଳା ବନ୍ଧୁଙ୍କୁ ମାଡ଼ ମାରିଥିଲେ । ଏହି ସମୟରେ ସେହି ରାସ୍ତାରେ ଜାମ୍ ପରିସ୍ଥିତି ଦେଖାଦେଇଥିଲା। ହାଇ-ଭୋଲଟେଜ୍ ଡ୍ରାମା ପରେ ଉଭୟ ପକ୍ଷ ଘଟଣା ସ୍ଥଳ ଛାଡି଼ ଚାଲିଯାଇଥିଲେ । ଏବେ ପୂରା ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ ସନ୍ଧ୍ୟା ସମୟରେ ବାପା ନିଜ କାରରେ ଗର୍ଲଫ୍ରେଣ୍ଡଙ୍କୁ ଧରି ଯାଉଥିବା ବେଳେ ତାଙ୍କ ଦୁଇ ଯୁବତୀ ଝିଅ କାର୍ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାପା କାର୍ ନ ଅଟକାଇ ଆଗକୁ ଚାଲିଯିବାକୁ ଚେଷ୍ଟା କରିଥିଲେ । ଝିଅ ଦୁଇ ଜଣ କାର୍ ଆଗରେ ଚାଲି ଚାଲି ବେଶ୍ କିଛି ବାଟ ପର୍ଯ୍ୟନ୍ତ କାର୍ ରୋକିବାକୁ ଚେଷ୍ଟା କରିବା ପରେ ହିଁ ସେ କାର୍ ରୋକିଥିଲେ ।

ରାସ୍ତା ଉପରେ ବାପାଙ୍କ ଗର୍ଲଫ୍ରେଣ୍ଡକୁ ପିଟିଥିଲେ ଦୁଇ ଭଉଣୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନବୀନ ଓ ଜଗନଙ୍କ ବୈଠକରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ତୁଟାଇବା ପାଇଁ ସହମତି ହେଲାସୂଚନା ଅନୁସାରେ ସନ୍ଧ୍ୟା ବେଳେ ଦୁଇ ଭଉଣୀ ମାର୍କେଟରେ ହଠାତ୍ ନିଜ ବାପାଙ୍କୁ ତାଙଅକ ଗର୍ଲଫ୍ରେଣ୍ଡ୍ ସହ କାରରେ ଯାଉଥିବା ଦେଖିପକେଇଥିଲେ । ଦୁଇ ଭଉଣୀ ମିଡ଼ିଆକୁ କହିଛନ୍ତି ଯେ ସେମାନଙ୍କ ବାପାଙ୍କ ସହ କାରରେ ଥିବା ସେହି ମହିଳା ତାଙ୍କ ଗର୍ଲଫ୍ରେଣ୍ଡ । ସେମାନେ କହିଛନ୍ତି ଯେ ସେହି ମହିଳା ଓ ତାଙ୍କ ବାପାଙ୍କ ମଧ୍ୟରେ ଅନେକ ମାସ ଧରି ଅଫେୟାର୍ ଚାଲିଛି, ଯେଉଁଥିପାଇଁ ସେମାନଙ୍କ ଘରେ ଅଶାନ୍ତି ଦେଖାଦେଇଛି ଓ ତାଙ୍କ ମା’ ବଡ଼ ଦୁଃଖରେ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ ମର୍ଡ଼ର: ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲାଦୁଇ ଝିଅଙ୍କ ଜିଦ୍ ଆଗରେ ହାରି ସେହି ବ୍ୟକ୍ତି କାର୍ ଅଟକାଇଥିଲେ, ହେଲେ ସେ ଶେଷ ପର୍ଯ୍ୟନ୍ତ କାରରୁ ବାହାରି ନ ଥିଲେ । ଇତି ମଧ୍ୟରେ ତାଙ୍କ ଦୁଇ ଝିଅ ତାଙ୍କ ଗର୍ଲଫ୍ରେଣ୍ଡକୁ କାରରୁ ବାହାରକୁ ଟାଣି ଆଣିଥିଲେ ଓ ରାସ୍ତା ଉପରେ ତାଙ୍କ ଉପରେ ଗୋଇଠା ଓ ବିଧା ବର୍ଷା କରିଥିଲେ । ଏହି ସମୟରେ ସେଠାରେ ଥିବେ ଲୋକେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ଓ ସେହି ମହିଳାଙ୍କୁ ଅଦିକ ପିଟାଯିବାରୁ ରୋକିଥିଲେ ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀସେହି ମହିଳା ସୁଯୋଗ ପାଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରି ନ ଥିବା ଜଣାପଡ଼ିଛି । ପୋଲିସ ଥାନାରେ କୌଣସି ପକ୍ଷ ଦ୍ୱାରା ମାମଲା ରୁଜୁ କରାଯାଇ ନ ଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।