J&Kରେ ପୁଣି ଦେଖିବାକୁ ମିଳିଲା ଦୁଇ ସନ୍ଦିଗ୍ଧ ଡ୍ରୋନ୍, ପୁଞ୍ଚରେ PIA ଲେଖା ବେଲୁନ୍ ଜବତ କଲା ପୋଲିସ

ଏବେ ଜାମ୍ମୁ-କାଶ୍ମୀର ସୁରକ୍ଷା ବଳଙ୍କ ଚିନ୍ତାର ବିଷୟ ପାଲଟିଛି ପାକିସ୍ତାନୀ ଡ୍ରୋନ୍ । ଗତ ଜୁନ୍ ୨୭ ପରଠୁ ଜାମ୍ମୁର ବିଭିନ୍ନ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳୁଛି, ଯାହା ଜରିଆରେ ଭାରତୀୟ ଏୟାର ଫୋର୍ସ ଷ୍ଟେସନରେ ଆଇ.ଇ.ଡି. ଦ୍ବାରା ଆକ୍ରମଣ କରିବାକୁ ଚେଷ୍ଟା ଚଳାଇଛି ପାକିସ୍ତାନ ।

J&Kରେ ପୁଣି ଦେଖିବାକୁ ମିଳିଲା ଦୁଇ ସନ୍ଦିଗ୍ଧ ଡ୍ରୋନ୍

J&Kରେ ପୁଣି ଦେଖିବାକୁ ମିଳିଲା ଦୁଇ ସନ୍ଦିଗ୍ଧ ଡ୍ରୋନ୍

  • Share this:
New18 Odia Digital

ଶ୍ରୀନଗର: ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ପାକିସ୍ତାନୀ ଡ୍ରୋନକୁ ଭାରତୀୟ ସୁରକ୍ଷା ବାହିନୀ ଜବତ କରିବା ପରେ ସନ୍ଧ୍ୟା ଆଉ ଦୁଇଟି ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଡ୍ରୋନ୍ ବ୍ୟତୀତ ଲାଇନ୍ ଅଫ୍ କଣ୍ଟ୍ରୋଲ ସହିତ ପୁଞ୍ଚ ସେକ୍ଟରରେ (Poonch Sector) ନିକଟରେ ପି.ଆଇ.ଏ.(ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ) ଲେଖାଯାଇଥିବା ଏକ ବେଲୁନ୍ ମଧ୍ୟ ମିଳିଛି ।

ଏହି ବେଲୁନରେ ପାକିସ୍ତାନର ପତକା ତିଆରି କରାଯାଇଛି । ଜୁନ ୨୭ରେ ଜାମ୍ମୁ-କାଶ୍ମୀରରେ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରେ ଡ୍ରୋନ୍ ହେବା ପରଠାରୁ ସୀମାରେ କ୍ରମାଗତ ଭାବେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳୁଛି ।

ସୂତ୍ର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଜାମ୍ମୁ ଡିଭିଜନରେ ଭାରତୀୟ ସୁରକ୍ଷା ବାହିନୀ ଦୁଇଟି ଡ୍ରୋନ୍ ଦେଖିଥିଲେ । ପ୍ରଥମ ସନ୍ଦିଗ୍ଧ ଡ୍ରୋନ୍ ଜାମ୍ମୁର କାଲୁଚକ୍ ଅଞ୍ଚଳରେ ଦେଖାଯାଇଥିବା ବେଳେ ଦ୍ବିତୀୟ ଡ୍ରୋନ୍ କାଠୁଆରେ ଦେଖିବାକୁ ମିଳିଥିଲା । ଜାମ୍ମୁରେ କ୍ରମାଗତ ଡ୍ରୋନ୍ ଦେଖିବା ପରେ ସୁରକ୍ଷା ବାହିନୀକୁ କଲ ଆଲର୍ଟ କରାଯାଇଛି ।

ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଥିଲେ ଯେତେବେଳେ ସେମାନେ ଅଖନୁର ସେକ୍ଟରରେ ଡ୍ରୋନକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ଏହି ଡ୍ରୋନରୁ ପୋଲିସ ୫ କିଲୋଗ୍ରାମ ଆଇ.ଇ.ଡି. (ବିସ୍ଫୋରକ ସାମଗ୍ରୀ) ଜବତ କରିଥିଲା । ଡ୍ରୋନର ଓଜନ ୧୭ କିଲୋଗ୍ରାମ ହୋଇଥିବା ବେଳେ ଏହାର ଡାଇମିଟର ୬ ଫିଟ୍ ରହିଛି ।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଅଖନୁର ସେକ୍ଟରରେ ଡ୍ରୋନ୍ ଦ୍ବାରା ଛାଡ଼ି ଦିଆଯାଇଥିବା ଆଇ.ଇ.ଡି.ର ଷ୍ଟ୍ରିଙ୍ଗ ଭାରତୀୟ ବାୟୁସେନା ଷ୍ଟେସନର ବିମାନବନ୍ଦର ସହିତ ମେଳ ଖାଉଛି । ଏହି ଆଇ.ଇ.ଡି. ଗୁଡ଼ିକ ଦେଖିବା ପରେ ଅନୁମାନ କରାଯାଉଛି ଯେ ବିମାନବନ୍ଦରରେ ବିସ୍ଫୋରଣ କରିବାକୁ ଏହାକୁ ବ୍ୟବହାର କରାଯାଉଛି ।
Published by:Lipina Das
First published: