ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

Two monkeys kill 200 puppies in revenge | ଜଙ୍ଗଲ ବିଭାଗର ଅଧିକାରୀମାନେ ଦେଖିବାକୁ ପାଇଥିଲେ ଯେ ଏହି ଦୁଇଟି ମାଙ୍କଡ଼ ଗୋଟିଏ ପରେ ଗୋଟିଏ କୁକୁରଛୁଆଙ୍କୁ ଉଠାଇ ନେଇ ଗଛ କିମ୍ବା ଛାତ ଉପରକୁ ନେଉଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: ପ୍ରତିଶୋଧ ନେବା ମାମଲାରେ ଖାଲି ମଣିଷମାନେ ଧୁରନ୍ଧର ନୁହଁନ୍ତି । ଦୁଃଖ ପାଇବା ପରେ ମାଙ୍କଡ଼ମାନେ ବି ଖୁବ୍‌ ପ୍ରତିଶୋଧାତ୍ମକ ହୋଇପଡ଼ନ୍ତି । ଦୁଇଟି ମାଙ୍କଡ଼ ଏମିତି ପ୍ରତିଶୋଧ ପରାୟଣ ହୋଇ ୨୦୦ଟି କୁକୁରଛୁଆଙ୍କ ଜୀବନ ନେଇଛନ୍ତି । ସେମାନଙ୍କୁ ହତ୍ୟା କରିବା ପାଇଁ ମାଙ୍କଡ଼ ଦୁଇଟି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ।

ଗତ ତିନିରୁ ଚାରି ମାସ ମଧ୍ୟରେ ୨୦୦ରୁ ଅଧିକ କୁକୁରଛୁଆଙ୍କୁ Sହି ଦୁଇଟି ମାଙ୍କଡ଼ ଉଠାଇ ନେଇଥିଲେ ଓ ନିର୍ମମ ଭାବେ ସେମାନଙ୍କ ପ୍ରାଣ ନେଇଥିଲେ । ଅନେକ ରିପୋର୍ଟ ଅନୁଯାୟୀ କିଛି କୁକୁର ଗୋଟିଏ ଶିଶୁ ମାଙ୍କଡ଼କୁ ମାରିଦେବା ପରେ ଏହି ଦୁଇଟି ମାଙ୍କଡ଼ ଦ୍ୱାରା ପ୍ରତିଶୋଧ ନେବା ପାଇଁ କୁକୁରଛୁଆମାନଙ୍କୁ ହତ୍ୟା କରିଥିଲେ ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ । ସେଠାକାର ଜଙ୍ଗଲ ବିଭାଗର ଅଧିକାରୀମାନେ ଦେଖିବାକୁ ପାଇଥିଲେ ଯେ ଏହି ଦୁଇଟି ମାଙ୍କଡ଼ ଗୋଟିଏ ପରେ ଗୋଟିଏ କୁକୁରଛୁଆଙ୍କୁ ଉଠାଇ ନେଇ ଗଛ କିମ୍ବା ଛାତ ଉପରକୁ ନେଉଛନ୍ତି । ଖାଦ୍ୟ ନ ପାଇ ଓ ଗଛ ବା ଛାତରୁ ଖସି ପଡ଼ି କୁକୁରଛୁଆମାନେ ଗତ କିଛି ମାସ ମଧ୍ୟରେ ଗୋଟିକ ପରେ ଗୋଟିଏ ମରିଯାଉଥିବା ଲକ୍ଷକରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ଏମିତି କରୁଥିବା ଏହି ଦୁଇଟି ମାଙ୍କଡ଼ଙ୍କୁ ଜଙ୍ଗଲ ବିଭାଗ ଅଦିକାରୀମାନେ ଡିସେମ୍ବର ୧୮ ତାରିଖ ଦିନ ଫାଶ ପକାଇ ଧରିଥିଲେ । ତା’ ପରେ ସେମାନଙ୍କୁ ନେଇ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ଛାଡ଼ିଦିଆଯାଇଥିଲା ବୋଲି କହିଛନ୍ତି ରେଞ୍ଜ ଫରେଷ୍ଟ ଅଫିସର ଆମୋଲ ମୁଣ୍ଡେ । ସେ କହିଛନ୍ତି ଯେ ଗୋଟିଏ ଗାଁରୁ ତିନି ଚାରିଟି କୁକୁରଛୁଆଙ୍କୁ ଏହି ଦୁଇଟି ମାଙ୍କଡ଼ ନେଇଯାଇଥିବା ଘଟଣାର ସୂଚନା ଅସିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଫରାହ ଖାନ୍, VIDEO ଛାଡ଼ିଲେ

ରାଧାକୀଶନ୍ ସୋନାୱାନେ ନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ ଦୁଇଟି ମାଙ୍କଡ଼ କେତେକ କୁକୁରଛୁଆଙ୍କୁ ସାଙ୍ଗରେ ନେଇ ଯାଉଥିବା ସେ ଦେଖିଥିଲେ । ‘‘ଗତ ତିନି ମାସ ମଧ୍ୟରେ ଏଭଳି କେତେକ ଘଟଣା ଘଟିଥିଲା। ଏହି ଦୁଇଟି ମାଙ୍କଡ ଆମ ଗାଁକୁ ଆସନ୍ତି । ସେମାନେ କୁକୁରଛୁଆମାନଙ୍କୁ ଘର ଛାତକୁ କିମ୍ବା ଉଚ୍ଚତାରେ ଅନ୍ୟ କୌଣସି ସ୍ଥାନକୁ ନେଇଯାଆନ୍ତି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

‘‘ଏତେ ଉଚ୍ଚତାରେ ଏହି କୁକୁରଛୁଆମାନେ କୌଣସି ଖାଦ୍ୟ କିମ୍ବା ଜଳ ପାଆନ୍ତି ନାହିଁ । ତେଣୁ ସେମାନେ ଅନେକ ଥର ପ୍ରାକୃତିକ ଭାବରେ ମରିଯାଆନ୍ତି । କିନ୍ତୁ ବେଳେବେଳେ ସେମାନେ ଉଚ୍ଚତାରୁ ଖସିପଡି଼ ମୃତ୍ୟୁ ବରଣ କରିଛନ୍ତି । ଆଖପାଖ ଗାଁରେ ଏମିତି ୨୦୦ରୁ ଅଧିକ କୁକୁରଛୁଆଙ୍କ ପ୍ରାଣ ଯାଇଛି,’’ କହିଛନ୍ତି ସୋନାୱାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ମୁଣ୍ଡେ କହିଛନ୍ତି ଯେ ମାଙ୍କଡମାନେ ଅଭ୍ୟାସବସତଃ କୁକୁରଛୁଆମାନଙ୍କୁ ନେଇଯାଉଥିଲେ । ଏମିତି ଅଭିଯୋଗ ଅଧିକାରୀମାନଙ୍କୁ ମିଳିଥିଲା । ‘‘ମାଙ୍କଡ଼ମାନେ କୁକୁରଛୁଆମାନଙ୍କର ଯତ୍ନ ନେଉଥିଲେ । କୁକୁରଛୁଆମାନହ୍କୁ ସେମାନେ ଛାତ ଉପରେ ବା ଉଞ୍ଚା ଗଛରେ ରଖୁଥିଲେ । କୁକୁରଛୁଆମାନେ ଖାଦ୍ୟ କିମ୍ବା ପାଣି ନ ପାଇ ସେମିତି ସ୍ଥାନରେ ବଞ୍ଚି ପାରୁ ନ ଥିଲେ । ଯଦି କୌଣସି କୁକୁରଛୁଆ ଏହି ଦୁଇଟି ମାଙ୍କଡଙ୍କଠାରୁ ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲା ତାହେଲେ ସେ ତଳକୁ ଖସିପଡ଼ି ମରିଯାଉଥିଲା,’’ କହିଛନ୍ତି ମୁଣ୍ଡେ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ସେ ଆହୁରି କହିଛନ୍ତି ଯେ ଏହି ଦୁଇଟି ମାଙ୍କଡଙ୍କଠାରୁ ଦୌଡ଼ି ପଳାଉଥିବା ବେଳେ କିଛି ଲୋକ ବି ଆହତ ହୋଇଥିଲେ । ‘‘ମାଙ୍କଡମାନେ ସାଧାରଣତଃ ମଣିଷ ଉପରେ ଆକ୍ରମଣ କରନ୍ତି ନାହିଁ, କିନ୍ତୁ ଲୋକେ ଭୟଭୀତ ହୁଅନ୍ତି । ଗତ କିଛି ଦିନ ତଳେ ଏହି ମାଙ୍କଡମାନଙ୍କଠାରୁ ଦୌଡ଼ି ପଳାଉଥିବା ବେଳେ କିଛି ଲୋକ ଆହତ ହୋଇଥିଲେ,’’ ସେ କହିଛନ୍ତି ।
Published by:Anand S.T. Das
First published: