୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିଲେ; ବିଜେପି ନେତାଙ୍କ ପୁଅ ଗିରଫ

ଅଙ୍କିତା ହତ୍ୟା ମାମଲା ଆଲୋଡ଼ନ ସୃଷ୍ଟି କରିଛି । ଏହି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି ।

୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିଲେ; ବିଜେପି ନେତାଙ୍କ ପୁଅ ଗିରଫ

୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିଲେ; ବିଜେପି ନେତାଙ୍କ ପୁଅ ଗିରଫ

  • News18 Odia
  • Last Updated :
  • Uttarakhand (Uttaranchal), India
  • Share this:
News 18 Odia Digital

ଯମକେଶ୍ୱର : ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ଅଙ୍କିତା ହତ୍ୟା ମାମଲା ଆଲୋଡ଼ନ ସୃଷ୍ଟି କରିଛି । ଏହି ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ କହିଛି ଯେ ୧୯ ବର୍ଷର ବାଳିକା ଅଙ୍କିତା ଭଣ୍ଡାରୀ ପାଞ୍ଚ ଦିନ ପୂର୍ବେ ଯମକେଶ୍ୱର ଅଞ୍ଚଳର ଏକ ରିସର୍ଟରୁ ନିଖୋଜ ହୋଇଯାଇଥିଲେ । ହତ୍ୟା ପରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ଚିଲା ନଗରରେ ଫିଙ୍ଗି ଦେଇଥିଲା । ଏହି ହତ୍ୟା ମାମଲାରେ ରିସୋର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ସହକାରୀ ପରିଚାଳକ ଅଙ୍କିତ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି । ପୁଲକିତ ହରିଦ୍ୱାର ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ବୋଲି କୁହାଯାଉଛି ।

ଏହି ପ୍ରସଙ୍ଗରେ ପୌଡିର ଅତିରିକ୍ତ ପୋଲିସ ଅଧୀକ୍ଷକ ଶେଖର ଚନ୍ଦ୍ର ସୁୟାଲ କହିଛନ୍ତି ଋଷିକେଶ-ଚିଲା ମୋଟର ରାସ୍ତା ଉପରେ ଗଙ୍ଗା ଭୋଗପୁର ଅଞ୍ଚଳରେ ଏକ ରିସୋର୍ଟ ଅଛି । ଅଙ୍କିତା ଏହି ରିସୋର୍ଟରେ ରିସେପ୍ସନିଷ୍ଟ ଥିଲେ । ସେପ୍ଟେମ୍ବର ୧୯ ରେ ଯେତେବେଳେ ଅଙ୍କିତା ଘରେ ପହଞ୍ଚି ନଥିଲେ, ସେତେବେଳେ ତାଙ୍କ ପିତାମାତା ଉଦୟପୁର ତାଲା ରାଜସ୍ୱ ପୋଲିସ ପୋଷ୍ଟରେ ମାମଲା ଦାୟର କରିଥିଲେ । ସେ କହିଛନ୍ତି ଯେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଗୁରୁବାର ତଦନ୍ତ ଭାର ଲକ୍ଷ୍ମଣଝୁଲା ପୋଲିସ ଷ୍ଟେସନକୁ ଦେଇଥିଲା । ମାମଲା ପଞ୍ଜୀକୃତ ହେବା ମାତ୍ରେ ପୋଲିସ ଚଢ଼ଉ କରି ୨୪ ଘଣ୍ଟା ମଧ୍ୟରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଅଭିଯୁକ୍ତମାନେ ପୋଲିସକୁ ଦ୍ୱନ୍ଦ୍ୱରେ ରଖିଥିଲେ

ଅତିରିକ୍ତ ପୋଲିସ ଅଧୀକ୍ଷକ ଶେଖର ଚନ୍ଦ୍ର ସୁୟାଲ କହିଛନ୍ତି ଯେ ଯେତେବେଳେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଇଥିଲା, ସେମାନେ ବିଳମ୍ବ କରିଥିଲେ । କେବଳ ଏତିକି ନୁହେଁ ସେ ପୋଲିସକୁ ସଂପୂର୍ଣ୍ଣ ଭାବେ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ କଡା ପ୍ରଶ୍ନ କରିଥିଲା ​​ସେତେବେଳେ ସେମାନେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ରହସ୍ୟ ପ୍ରକାଶ କରିଥିଲେ । ଅଭିଯୁକ୍ତ କହିଥିଲେ ଯେ ସେମାନେ ପ୍ରଥମେ ଅଙ୍କିତାଙ୍କୁ ହତ୍ୟା କରିଥିଲେ ଓ ପରେ ତାଙ୍କ ମୃତଦେହକୁ ଚିଲା କେନାଲରେ ପକାଇ ଦେଇଥିଲେ । ଏହି କେନାଲରୁ ମୃତଦେହକୁ ପୋଲିସ ଖୋଜୁଛି । ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ହରିଦ୍ୱାର ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ବୋଲି କୁହାଯାଉଛି, ଯିଏ ଅତୀତରେ ମଧ୍ୟ ରାଜ୍ୟ ମନ୍ତ୍ରୀ ଥିଲେ ।
Published by:Soubhagya Mishra
First published: