loveNews18 Odia Digital
ନୂଆ ଦିଲ୍ଲୀ : କୁହାଯାଏ ପ୍ରେମ ହେଉଛି ଅନ୍ଧ । ପ୍ରେମ ପାଖରେ ବୟସ ଓ ଜାତି କିଛି ଦେଖାଯାଏ ନାହିଁ । ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି। ଜଣେ ୧୯ ବର୍ଷର ଝିଅ ୬୧ ବର୍ଷୀୟ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଝିଅଟିର ନାମ ଆଣ୍ଡ୍ରେ । ସେ ଜଣେ ମିଲିଟାରୀ ପୋଲିସ ଅଧିକାରୀ। ସେ କେଭିନ୍ ନାମକ ଜଣେ ବ୍ୟକ୍ତି ପ୍ରେମରେ ପଡ଼ିଯାଇଛନ୍ତି ଯିଏ ତାଙ୍କଠାରୁ ୪୧ ବର୍ଷ ବଡ। ଯଦିଓ ସେମାନଙ୍କ ଯୋଡ଼ି ଜେଜେବାପା ଓ ନାତୁଣୀ ପରି ଦେଖାଯାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି।
କେଭିନ ଓ ଆଣ୍ଡ୍ରେ ୨୦୨୦ରେ ଏକ ଅନଲାଇନ ଡେଟିଂ ସାଇଟରେ ସାକ୍ଷାତ ହୋଇଥିଲେ। ଆଣ୍ଡ୍ରେ କହିଛନ୍ତି ଯେ ସେ କେଭିନଙ୍କ ବ୍ୟକ୍ତିତ୍ୱରେ ବହୁତ ପ୍ରଭାବିତ। ସେ ସାଇଟରେ ନିଜ ବିଷୟରେ ଯାହା ଲେଖିଥିଲେ ତାହା ଦ୍ୱାରା ଆଣ୍ଡ୍ରେ ବହୁତ ପ୍ରଭାବିତ ହୋଇଥିଲେ। ଆଣ୍ଡ୍ରେଙ୍କ କହିବାନୁସାରେ, କେଭିନ ମଧ୍ୟ ମିଲିଟାରୀ ପୋଲିସରେ କାମ କରିଛନ୍ତି।
ଆଣ୍ଡ୍ରେ ଓ କେଭିନଙ୍କ ମଧ୍ୟରେ ୪୨ ବର୍ଷର ବ୍ୟବଧାନ ଅଛି। ପ୍ରଥମେ ଦୁହେଁ ଅନଲାଇନରେ କଥା ହୋଇଥିଲେ। ଏହା ପରେ ଉଭୟ ଜୁଲାଇ, ୨୦୨୦ରେ ସାକ୍ଷାତ ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢିଥିଲା। କେଭିନ କହିଛନ୍ତି ଯେ ତାଙ୍କ ପତି ଆଣ୍ଡ୍ରେ ପ୍ରଥମେ ପଦକ୍ଷେପ ନେଇଥିଲେ । ସେମାନଙ୍କ କହିବା କଥା ଯେ ପ୍ରଥମ ଦେଖାରେ ସେମାନଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବୟସ ସେମାନଙ୍କ ମଧ୍ଯରେ ଫାଟ ସୃଷ୍ଟି କରିପାରିନଥିଲା ବୋଲି ସେମାନେ କହିଛନ୍ତି ।
ସେମାନଙ୍କ କଥାରୁ ଜଣା ପଡ଼ିଛି ଯେ ପ୍ରଥମେ ସେମାନେ ମିଲିଟାରୀ ବାବଦରେ କଥା ଆରମ୍ଭ କରିଥିଲେ । ପରେ ସେମାନଙ୍କ ମଧ୍ଯରେ ସମ୍ପର୍କ ଗଢ଼ିବାରେ ଲାଗିଲା । ବର୍ତ୍ତମାନ ଦୁହେଁ ବିବାହ ମଧ୍ୟ କରିଛନ୍ତି। କେଭିନ ପୂର୍ବରୁ ବିବାହିତ। କେଭିନଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ୨୩ ଓ ୧୬ ବର୍ଷ ବୟସର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କେଭିନଙ୍କର ପିଲାମାନଙ୍କଠାରୁ ବି ଆଣ୍ଡ୍ରେ ସାନ ହୋଇଥିଲେ ବି ବର୍ତ୍ତମାନେ ସେମାନଙ୍କ ଠାରୁ ସେ ମା’ ଡାକ ଶୁଣିବେ।
ଆଣ୍ଡ୍ରେଙ୍କ ପିତାମାତା ପ୍ରଥମେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁ ନ ଥିଲେ। ଆଣ୍ଡ୍ରେଙ୍କ ମାତାଙ୍କ ବୟସ ୩୮ ବର୍ଷ ଓ ପିତାଙ୍କ ବୟସ ୪୩ ବର୍ଷ। ତେବେ ଝିଅର ଏହି ସମ୍ପର୍କକୁ ଗ୍ରହଣ କରିବାକୁ ସେମାନଙ୍କୁ ବହୁତ ସମୟ ଲାଗିଥିଲା। ଆଣ୍ଡ୍ରେ ତାଙ୍କ ସମ୍ପର୍କକୁ ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ଆଣ୍ଡ୍ରେ କହିଛନ୍ତି ଯେ ଏ ସଂପର୍କକୁ ନେଇ ତାଙ୍କ ପିତାମାତା ବହୁତ ନିରାଶ ହୋଇଯାଇଥିଲେ। ଏପରିକି କେଭିନଙ୍କୁ ଧରିବା ପାଇଁ ସେମାନେ ପୋଲିସକୁ ମଧ୍ୟ ଡାକିଥିଲେ। କିନ୍ତୁ ପରେ ଝିଅର ଏହି ସଂପର୍କକୁ ସେମାନଙ୍କୁ ଗ୍ରହଣ କରିବାକୁ ପଡିଲା।
ବର୍ତ୍ତମାନ ଆଣ୍ଡ୍ରି ଓ କେଭିନ ସ୍ୱାମୀ-ସ୍ତ୍ରୀ ହୋଇଯାଇଛନ୍ତି। ଉଭୟ କାଲିଫର୍ନିଆରେ ରହୁଛନ୍ତି। ବର୍ତ୍ତମାନ କେଭିନ ଘରେ ରହୁଥିବା ବେଳେ ଘରର କାମ ସହିତ ରୋଷେଇବାସ କରନ୍ତି। ଆଣ୍ଡ୍ରେ କୁହନ୍ତି ଯେ ସେ ଓ କେଭିନ ଏକାଠି ଏକ ସୁନ୍ଦର ଜୀବନ ବିତାଉଛନ୍ତି। ସମୟ ଆସିଲେ ସେମାନେ ପିଲା ପାଇଁ ମଧ୍ୟ ଯୋଜନା କରୁଛନ୍ତି। କେଭିନଙ୍କୁ ବାହା ହେଇ ସେ ଏକ ଭଲ ବନ୍ଧୁ ପାଇଛନ୍ତି ବୋଲି କୁହନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।