ଗ‌ଣେଶ ବିସର୍ଜନ ବେଳେ ଅଘଟଣ: ମହାରାଷ୍ଟ୍ରରେ ୧୯ ମୃତ

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବିଭିନ୍ନ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗଣେଶ ବିସର୍ଜନ ବେଳେ ହରିୟାଣା ଓ ଉତ୍ତରପ୍ରଦେଶରେ ମଧ୍ଯ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

ଗଣେଶ ବିସର୍ଜନ

ଗଣେଶ ବିସର୍ଜନ

  • News18 Odia
  • Last Updated :
  • Share this:
News 18 Odia Digital

ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବିଭିନ୍ନ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୧୪ଜଣ ବୁଡ଼ିଯିବା କାରଣରୁ। ସୂଚନା ଅନୁଯାୟୀ ୱାର୍ଦ୍ଧା ଜିଲ୍ଲାରେ ସାୱାଙ୍ଗୀରେ ତିନି ଜଣ ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ଦେବଲିରେ ବୁଡ଼ିଯାଇଥିବା ପୋଲିସ କହିଛି। ଦୁଇଜଣ ବ୍ୟକ୍ତି ମୂର୍ତ୍ତି ବିସର୍ଜନ ସମୟରେ ୟାଭାଟମାଲ ଜିଲ୍ଲାର ଏକ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି ପୋଲିସ ଅଧିାରୀ କହିଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ଅହମ୍ମଦନଗର ଜିଲ୍ଲାର ସୁପା ଏବଂ ବେଲଭାଣ୍ଡିରେ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ଉତ୍ତର ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପୁନେର ଧୁଲେ, ସାତାରା ଏବଂ ସୋଲାପୁର ସହରରେ ପ୍ରତ୍ୟେକଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି ଏବଂ ଗଣେଶ ବିସର୍ଜନ ସମୟରେ ନାଗପୁର ସହରର ସକାର୍ଡ଼ରା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ମହାରାଷ୍ଟ୍ରରେ ୧୦ ଦିନିଆ ଗଣେଶ ଉତ୍ସବ ସମାପ୍ତ ହେବା ପରେ ଶନିବାର ସକାଳ ପର୍ଯ୍ୟନ୍ତ ପ୍ରଭୁ ଗଣେଶଙ୍କ ୩୮,୦୦୦ ରୁ ଅଧିକ ପ୍ରତିମା ମୁମ୍ବାଇର ବିଭିନ୍ନ ଜଳାଶୟରେ ବିସର୍ଜନ କରାଯାଇଥିଲା। ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ, ବିସର୍ଜନ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଗତକାଲି ଗଣେଶ ବିସର୍ଜନ ବେଳେ ହରିୟାଣା ଓ ଉତ୍ତରପ୍ରଦେଶରେ ମଧ୍ଯ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।
Published by:Soumyashree Mishra
First published: