ନୂଆ ସଂସଦ ଭବନ ଉଦଘାଟନ ପୂବର୍ରୁ ତାତିଲେ ବିରୋଧୀ; ୧୯ ବିରୋଧୀ ଦଳ କରିଲେ ବୟକଟ

New Parliament House: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନକୁ ଉଦଘାଟନକୁ ନେଇ ବିଜେପିକୁ ଘେରିଲେ ବିରୋଧୀ। ରାଷ୍ଟ୍ରପତିଙ୍କ ପ୍ରତି ଏହା ଅପମାନ ବୋଲି କହି ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି।

ନୂଆ ସଂସଦ ଭବନ ଉଦଘାଟନ ପୂବର୍ରୁ ତାତିଲେ ବିରୋଧୀ

ନୂଆ ସଂସଦ ଭବନ ଉଦଘାଟନ ପୂବର୍ରୁ ତାତିଲେ ବିରୋଧୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ନୂଆଦିଲ୍ଲୀ: ଦେଶରେ ନୂଆ ସଂସଦ ଭବନ (New Paliament House) ଉଦଘାଟନ ହେବା ପୂବର୍ରୁ ହିଁ ଅନେକ ବିବାଦ ଦେଖାଦେଲାଣି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ (Prime Minister) ବଦଳରେ ରାଷ୍ଟ୍ରପତି (President) ଏହି ନୂଆ ସଂସଦ ଭବନକୁ ଉଦଘାଟନ କରିବା ଆବଶ୍ୟକ ବୋଲି କହୁଥିବା ବେଳେ ୧୯ ବିରୋଧୀ ଦଳ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ନାଁ କହି ଦେଇଛନ୍ତି।

ସୂଚନା ମୁତାବକ ଆସନ୍ତା ମେ ୨୮ରେ ଉଦଘାଟନ ହେବାକୁ ଥିବା ଏହି ବିଶାଳ ଭବନ ଉପରେ ବିବାଦ ଥମିବାର ନାଁ ନେଉନାହିଁ।

ନୂଆ ସଂସଦ ଭବନ ସହ ଜଡିତ ବିବାଦ ଟ୍ୱିଟ ପରେ ଆରମ୍ଭ ହୋଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଏହି ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବା ଉଚିତ୍। ଏହି ଟ୍ବିଟ କଂଗ୍ରେସ ନେତା ରାହୁଲ ଗାନ୍ଧି ମେ ୨୧ରେ କରିଥିଲେ।

ଏହିପରି ଭାବରେ ବିରୋଧୀ ରାଷ୍ଟ୍ରପତିଙ୍କୁ ଡାକିନଥିଲେ

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କ ଟ୍ୱିଟରେ ଲେଖିଥିଲେ, ‘‘ପ୍ରଧାନମନ୍ତ୍ରୀ ନୁହଁନ୍ତି ନୂଆ ସଂସଦ ଗୃହର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ୍।’’

ରାଜ୍ୟସଭାରେ ବରିଷ୍ଠ ସାଂସଦ ତଥା କଂଗ୍ରେସର ପୂର୍ବତନ ଡେପୁଟି ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସଂସଦର ନୂଆ ଭବନକୁ ଉଦଘାଟନ କରିବା ସାମ୍ବିଧାନିକ ଭାବେ ଠିକ୍ ହେବ ନାହିଁ।

ମେ ୧୮ରେ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ନୂଆ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ସେ କହିଛନ୍ତି, ‘‘ଯେତେବେଳେ ନୂଆ ସଂସଦର ମୂଳଦୁଆ ପକାଯାଇଥିଲା ସେତେବେଳେ ରାଷ୍ଟ୍ରପତିଙ୍କୁ ଏହା ଠାରୁ ଦୂରେଇ ରଖାଯାଇଥିଲା ଏବଂ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନର ଉଦଘାଟନରୁ ମଧ୍ୟ ଦୂରେଇ ରଖାଯାଇଛି। ଯାହା ବାସ୍ତବରେ ଠିକ ନୁହେଁ। ତାଙ୍କୁ ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିବା ଉଚିତ୍।

ଏହାପରେ ପରେ କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡଗେ ମଧ୍ୟ ସଂସଦ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂବର୍ତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ନଥିବା ପ୍ରକାଶ କରିଥିଲେ।

ସୂଚନା ମୁତାବକ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଉଦଘାଟନ କରିବେ କାହିଁକି। ଲୋକସଭାର ମାନ୍ୟବର ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଉଦଘାଟନ କରିପାରିବେ। ଏହା ସର୍ବସାଧାରଣ ଅର୍ଥରେ ତିଆରି ହୋଇଛି, କାହିଁକି ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ?

ସେପଟେ ଟିଏମସି ସାଂସଦ ସୌଗତା ରୟ କହିଛନ୍ତି ଯେ ନୂଆ ସଂସଦ ଭବନ ଉଦଘାଟନ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ। ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା ଉଚିତ୍।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦ ମନୋଜ ଝା କହିଛନ୍ତି, ‘‘ରାଷ୍ଟ୍ରପତି ସଂସଦର ନୂଆ ଭବନକୁ ଉଦଘାଟନ କରିବା ଉଚିତ୍ ନୁହେଁ। ଜୟ ହିନ୍ଦ।’’

ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟ୍ୱିଟ୍ କରିଛନ୍ତି, ‘‘ନୂଆ ସଂସଦ ଭବନ ଉଦଘାଟନୀ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅଣଦେଖା କରିବା ଆଦୌ ଗ୍ରହଣୀୟ ନୁହେଁ।’’

AAP ଅଭିଯୋଗ କରିଛି ଯେ ସଂସଦ ଗୃହର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନକରି ବିଜେପି ଆଦିବାସୀ ତଥା ପଛୁଆ ସମ୍ପ୍ରଦାୟକୁ ଅପମାନିତ କରିଛି। ମହାମହିଙ୍କୁ ଅପମାନର ଆଉ ଏକ ଘଟଣା। ପ୍ରଥମ ଅପମାନ ଥିଲା ଯେ ରାମ ନାଥ କୋବିନ୍ଦଙ୍କୁ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ନିମନ୍ତ୍ରଣ କରାଯାଇ ନଥିଲା।

ପଢ଼ନ୍ତୁ ଏହି ଖବର:  MS Dhoni: ଚର୍ଚ୍ଚାରେ ‘କ୍ୟାପ୍‌ଟେନ୍ କୁଲ୍’; ଧୋନିଙ୍କ ଅବସରକୁ ନେଇ ପୁଣି ସସ୍‌ପେନ୍ସ

ଦ୍ୱିତୀୟ ଅପମାନ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂସଦ ଗୃହର ଉଦଘାଟନୀ ସମାରୋହକୁ ନିମନ୍ତ୍ରଣ ନକରିବା। ଏହି ଭଳି ଭାବେ ବିରୋଧୀମାନଙ୍କ ଦ୍ବାରା ସଂସଦ ଭବନ ଉଦଘାଟନ ପୂବର୍ରୁ ବିବାଦ କରାଯାଉଛି।
Published by:Lipina Das
First published: