ହଙ୍ଗାମା ଓ ନାରାବାଜିକୁ ନେଇ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

ସଂସଦର ମୌସୁମୀ ଅଧିବେଶନରେ ଗୃହ ଭିତରକୁ ପ୍ରବେଶ କରି ସ୍ଲୋଗାନ ଦେବା କାରଣରୁ ୧୮ ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ ଓ ଡୋଲା ସେନଙ୍କ ସମେତ ୧୯ ଜଣ ସାଂସଦଙ୍କୁ ସପ୍ତାହର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।

ହଙ୍ଗାମା ଓ ନାରାବାଜିକୁ ନେଇ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

ହଙ୍ଗାମା ଓ ନାରାବାଜିକୁ ନେଇ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

  • Share this:
News 18 Odia Digital

ନୂଆଦିଲ୍ଲୀ; ସଂସଦର ମୌସୁମୀ ଅଧିବେଶନରେ ଗୃହ ଭିତରକୁ ପ୍ରବେଶ କରି ସ୍ଲୋଗାନ ଦେବା କାରଣରୁ ୧୮ ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ ଓ ଡୋଲା ସେନଙ୍କ ସମେତ ୧୯ ଜଣ ସାଂସଦଙ୍କୁ ସପ୍ତାହର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍ ଓ ଡୋଲା ସେନଙ୍କ ବ୍ୟତୀତ ମୌସୁମ ନୁର, ଶାନ୍ତା ଛେତ୍ରିଆ, ନାଡିମୁଲ ହକ, ଅବିରଂଜନ ବିଶ୍ୱାସ (ସମସ୍ତ ତୃଣମୂଳ କଂଗ୍ରେସ) ଅଛନ୍ତି । ରହୀମ ଏବଂ ଶିବଦାସାନ (ବାମ ଦଳ), କାନିମୋଝି (ଡ଼ିଏମକେ), ବି.ଏଲ୍ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲା ସାମିଲ ଅଛନ୍ତି । ବିରୋଧୀ ସାଂସଦଙ୍କ ଉତ୍ତେଜନା କାରଣରୁ ଗୃହକୁ ୨୦ ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା । ଲୋକସଭାରେ ଉତ୍ତେଜନାକୁ ନେଇ ସମଗ୍ର ଅଧିବେଶନ ପାଇଁ ବାଚସ୍ପତି ଓମ ବିର୍ଲା କଂଗ୍ରେସର ଚାରିଜଣ ସଦସ୍ୟଙ୍କୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲୋକସଭାରେ ହୋଇଥିବା ଆନ୍ଦୋଳନ ପାଇଁ କଂଗ୍ରେସ ସାଂସଦ ଜ୍ୟୋତିର୍ମଣି, ମାଣିକମ୍ ଟାଗୋର, ଟିଏନ୍ ପ୍ରତାପନ୍ ଏବଂ ରାମିଆ ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇ ଥିଲା ।

ସୋମବାର ଦିନ ଗୃହରେ ବିରୋଧୀ ଦଳର ସାଂସଦଙ୍କ ହଙ୍ଗାମା ମଧ୍ୟରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ବେଳେ କଠୋର ପଦକ୍ଷେପ ନେବାକୁ ସୂଚାଇ ଥିଲେ । ପ୍ଲାକାର୍ଡ ଦେଖାଉଥିବା ବ୍ୟକ୍ତିଙ୍କୁ ଗୃହରୁ ବାହାରକୁ ଯିବାକୁ ସେ ସୂଚିତ କରିଥିଲେ । ଏହା ପରେ ବିର୍ଲାଙ୍କ ଚାମ୍ବରରେ ସମସ୍ତ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିରୋଧୀ ଦଳ ବାଚସ୍ପତି ବିର୍ଲାଙ୍କୁ ଗୃହରେ ପ୍ଲାକାର୍ଡ ନ ଦେଖାଇବା ଏବଂ ହଙ୍ଗାମା ସୃଷ୍ଟି କରିବେ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସାଂସଦମାନେ ମଧ୍ୟ ଗୃହର ସୁଗମ କାର୍ଯ୍ୟରେ ସହଯୋଗର ଆଶ୍ୱାସନା ଦେଇଥିଲେ । ଏହା ପରେ ମଧ୍ୟ ଗୃହରେ ପ୍ଲାକାର୍ଡ ଦେଖାଇଥିଲେ ଏବଂ ସେଠାରେ ଉତ୍ତେଜନା ସୃଷ୍ଟି କରିଥିଲେ । ଏହା ପରେ ବାଚସ୍ପତି ବିର୍ଲା କଠୋର ନିଷ୍ପତ୍ତି ନେଇ ଗତକାଲି ସମଗ୍ର ଅଧିବେଶନ ପାଇଁ ଚାରିଜଣ ସାଂସଦଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ, ଯେ ମୁଦ୍ରାସ୍ଫୀତି ବୃଦ୍ଧି ତଥା ଜରୁରୀ ଦ୍ରବ୍ୟ ଉପରେ ଜିଏସ୍ଟି ପ୍ରସଙ୍ଗରେ ପ୍ଲାକାର୍ଡ ଏବଂ ବ୍ୟାନର ଦେଖାଇଥିବା ବିରୋଧୀ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ଆସି ଏହି ପ୍ରସଙ୍ଗରେ ତାଙ୍କ କଥା ଶୁଣିବାକୁ ଦାବି କରୁଛନ୍ତି । ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବିରୋଧୀମାନେ ନିରନ୍ତର ଆଲୋଚନା କରିବାକୁ ଦାବି କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହୋଇଛି, କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଡ଼ନ ଯୋଗୁଁ ଗୃହ କାର୍ଯ୍ୟ କ୍ରମାଗତ ଭାବରେ ବ୍ୟାହତ ହୋଇଛି ।
Published by:Soubhagya Mishra
First published: