News18 Odia Digital
Miss India USA 2022: ଭର୍ଜିନିଆର ଭାରତୀୟ ଆମେରିକୀୟ ଆର୍ଯ୍ୟ ୱାଲଭେକର ଚଳିତ ବର୍ଷ 'ମିସ୍ ଇଣ୍ଡିଆ ୟୁଏସ୍ 2022' ଟାଇଟଲ୍ ଜିତିଛନ୍ତି। ନ୍ୟୁ ଜର୍ସିରେ ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ 18 ବର୍ଷୀୟା ଆର୍ଯ୍ୟ ମିସ୍ ଇଣ୍ଡିଆ ୟୁଏସ୍ 2022' ମୁକୁଟ ପିନ୍ଧିଥିଲେ।
ଅଭିନେତ୍ରୀ ହେବାକୁ ଇଚ୍ଛା କରୁଥିବା ଆର୍ଯ୍ୟ କହିଛନ୍ତି ଯେ ନିଜକୁ ପରଦାରେ ଦେଖିବା ଫିଲ୍ମ ଓ ଟେଲିଭିଜନରେ ଅଭିନୟ କରିବା ତାଙ୍କର ପିଲାଦିନର ସ୍ୱପ୍ନ।
ସେ କହିଛନ୍ତି ଯେ ସେ ନୂଆ ସ୍ଥାନ ପରିଦର୍ଶନ କରିବା, ରୋଷେଇ କରିବା ଓ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରିବାକୁ ପସନ୍ଦ କରନ୍ତି। ଭର୍ଜିନିଆ ୟୁନିଭରସିଟିର ଛାତ୍ରୀ ସୋମିଆ ଶର୍ମା ଦ୍ୱିତୀୟ ଓ ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ ତୃତୀୟ ସ୍ଥାନରେ ରହିଛନ୍ତି।
ଏହି ବର୍ଷ ପ୍ରତିଯୋଗିତାର 40ତମ ବାର୍ଷିକୀ ପାଳନ କରାଯାଇଥିଲା ଓ ଏହା ଭାରତ ବାହାରେ ଅନୁଷ୍ଠିତ ହୋଇଥିବା ଦୀର୍ଘତମ ଭାରତୀୟ ଟାଇଟେଲ୍ ପ୍ରତିଯୋଗିତା।
ଏହି ପ୍ରତିଯୋଗିତା ପ୍ରଥମେ ୱାର୍ଲ୍ଡ ପେଜେଣ୍ଟସ୍ ବ୍ୟାନରରେ ନ୍ୟୁୟର୍କର ଭାରତୀୟ-ଆମେରିକୀୟ ଧର୍ମମା ଓ ନୀଲମ୍ ସାରାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ୱାର୍ଲ୍ଡ ପେଜେଣ୍ଟସ୍ ପ୍ରତିଷ୍ଠାତା ତଥା ସଂସ୍ଥାପକ ଧର୍ମମା ସରନ୍ କହିଛନ୍ତି, ‘‘ବର୍ଷ ବର୍ଷ ଧରି ସାରା ବିଶ୍ୱରେ ଭାରତୀୟ ସମ୍ପ୍ରଦାୟରୁ ମୋତେ ମିଳିଥିବା ସମର୍ଥନ ପାଇଁ ମୁଁ କୃତଜ୍ଞ।’’
ଅକ୍ଷୀ ଜୈନ ‘ମିସେଜ୍ ଇଣ୍ଡିଆ ୟୁଏସ୍' ହୋଇଥିଲେୱାଶିଂଟନ୍ ଷ୍ଟେଟର ଅକ୍ଷୀ ଜୈନଙ୍କୁ ‘ମିସେଜ୍ ଇଣ୍ଡିଆ ୟୁଏସ୍' ଓ ନ୍ୟୁୟର୍କର ତାନଭି ଗ୍ରୋଭରଙ୍କୁ 'ମିସ୍ ଟିନ୍ ଇଣ୍ଡିଆ ଆମେରିକା' ଭାବରେ ମନୋନୀତ କରାଯାଇଥିଲା। 30 ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା 74 ପ୍ରତିଯୋଗୀ ତିନୋଟି ଭିନ୍ନ ପ୍ରତିଯୋଗିତାରେ 'ମିସ୍ ଇଣ୍ଡିଆ ୟୁଏସ୍', 'ମିସେଜ୍ ଇଣ୍ଡିଆ ଆମେରିକା' ଓ 'ମିସ୍ ଟିନ୍ ଇଣ୍ଡିଆ ଆମେରିକା' ରେ ଭାଗ ନେଇଥିଲେ।
ସମସ୍ତ ତିନୋଟି ବର୍ଗର ବିଜେତାମାନେ ସମାନ ଗ୍ରୁପ ଦ୍ୱାରା ଆୟୋଜିତ ‘ୱାଲ୍ଡୱାଇଡ ପିଜେଣ୍ଟ୍ସ’ରେ ଅଂଶଗ୍ରହଣ କରିବାକୁ ଆସନ୍ତା ବର୍ଷ ଆରମ୍ଭରେ ମୁମ୍ବାଇ ଯାତ୍ରା କରିବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମରେ ଗାୟକ ଶିବାନୀ କାଶ୍ୟପ, ‘ମିସ୍ ଇଣ୍ଡିଆ ୱାର୍ଲ୍ଡ 2022' ଖୁସୀ ପଟେଲ ଓ 'ମିସେଜ୍ ଇଣ୍ଡିଆ ୱାଲ୍ଡୱାଇଡ' ସ୍ବାତି ବିମଲ ଅଂଶଗ୍ରହଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।