ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କାବୁଲ ଏୟାରପୋର୍ଟ ବାହାରେ ଲଗାତର ୨ଟି ବିସ୍ଫୋରଣ ହେଲା; ଶିଶୁମାନଙ୍କ ସମେତ ୧୮ ମୃତ; ୧୫ ଆହତ

କାବୁଲ ଏୟାରପୋର୍ଟ ବାହାରେ ଲଗାତର ୨ଟି ବିସ୍ଫୋରଣ ହେଲା; ଶିଶୁମାନଙ୍କ ସମେତ ୧୮ ମୃତ; ୧୫ ଆହତ

Twin bomb blasts near Kabul airport kill 18 people | ଆମେରିକା ଓ ବ୍ରିଟେନ୍ କହିଛନ୍ତି ଏହି ବିସ୍ଫୋରଣ ବିଷୟରେ ପୂର୍ବରୁ ଗୁଇନ୍ଦା ରିପୋର୍ଟ ଥିଲା । ଏହା ପୂର୍ବରୁ କାବୁଲ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଇଟାଲୀର ଏକ ସାମରିକ ବିମାନ ଉପରକୁ ଗୁଳି ଚାଳନା କରାଯାଇଥିଲା ।

କାବୁଲ ଏୟାରପୋର୍ଟ ବାହାରେ ଲଗାତର ୨ଟି ବିସ୍ଫୋରଣ ହେଲା; ଶିଶୁମାନଙ୍କ ସମେତ ୧୮ ମୃତ; ୧୫ ଆହତ
କାବୁଲରେ ଜଣେ ଆହତଙ୍କୁ ଲୋକେ ଉଦ୍ଧାର କରୁଛନ୍ତି । (ଟୋଲୋ ନ୍ୟୁଜ୍)
  • News18 Odia
  • Last Updated: August 26, 2021, 9:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଆଫଗାନିସ୍ତାନର (Afghanistan) ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ସିରିଏଲ୍‌ ବୋମା ବିସ୍ଫୋରଣ (Kabul airport blast) ହୋଇଛି । ଦୁଇଟି ବିସ୍ଫୋରଣରେ ଶିଶୁଙ୍କ ସମେତ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୫ ଜଣରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଆକ୍ରମଣରେ ତିନି ଜଣ ଆମେରିକୀୟ ସୈନିକ ମଧ୍ୟ ଆହତ ହୋଇଛନ୍ତି ।

ବିମାନବନ୍ଦର ନିକଟରେ ଗୁରୁବାର ଦିନ ହୋଇଥିବା ଦୁଇଟି ବୋମା ବିସ୍ଫୋରଣ ଘଟଣାକୁ ପେଣ୍ଟାଗନ୍ ନିଶ୍ଚିତ କରିଛି । ଆମେରିକାର ପ୍ରତିରକ୍ଷା ସଚିବ ଜନ୍ କିର୍ବି କହିଛନ୍ତି ଯେ ପ୍ରଥମ ବିସ୍ଫୋରଣ ବିମାନବନ୍ଦରର ଅବ୍ବେ ଗେଟରେ ଘଟିଥିଲା । ତା’ ପରେ ଦ୍ୱିତୀୟ ବିସ୍ଫୋରଣ ବିମାନବନ୍ଦର ନିକଟରେ ଥିବା ବାରୋନ୍ ହୋଟେଲ ନିକଟରେ ହୋଇଥିଲା, ଯେଉଁଠି ବ୍ରିଟିଶ୍‌ ସୈନିକମାନେ ରହୁଥିଲେ ।

ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

ଏହି ବିସ୍ଫୋରଣ ପରେ କାବୁଲ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିସ୍ଫୋରଣ ପରେ ଆମେରିକା ଦୂତାବାସ ଏକ ସତର୍କ ସୂଚନା ଜାରି କରିଛି। ଦୂତାବାସ ଲୋକଙ୍କୁ ବିମାନବନ୍ଦର ଆଡ଼କୁ ନ ଯିବାକୁ କହିଛନ୍ତି। ଏକ ଆଡଭାଇଜରୀ ଜାରି କରି ଦୂତାବାସ କହିଛି କୌଣସି ଲୋକ କାବୁଲ ବିମାନବନ୍ଦର ନିକଟକୁ ନ ଯିବା ଉଚିତ ।

ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିଆଯାଉଛି । (ଫଟୋ ସୌଜନ୍ୟ: ଏନ୍‌.ୱାଇ.ଟି.)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

ଏହି ବିସ୍ଫୋରଣ ପୂର୍ବରୁ ବ୍ରିଟେନ୍‌ ସରକାର ଓ ଆମେରିକା ଦୂତାବାସ ଗୁରୁବାର ଦିନ ଏକ ଚେତାବନୀ ଜାରି କରି ହିଥିଲେ ଯେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଟାର୍ଗେଟ୍‌ କରି ଇସଲାମିକ ଷ୍ଟେଟ୍‌ (ISIS ବା IS) ଆତଙ୍କବାଦୀଙ୍କ ଦ୍ୱାରା ଏକ “ଆକ୍ରମଣ” ହୋଇପାରେ । ଏହା ବିଷୟରେ ଅତ୍ୟନ୍ତ ବିଶ୍ୱସନୀୟ ଗୁଇନ୍ଦା ଖବର ଥିବା ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ତୁରନ୍ତ କାବୁଲ ବିମାନବନ୍ଦର ଛାଡ଼ିବାକୁ ଆମେରିକା ଦୂତାବାସ ଲୋକଙ୍କୁ ଅନୁରୋଧ କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେରିକାର ନାଗରିକମାନେ ସୁରକ୍ଷିତ ସ୍ଥାନରେ ରହିବା ଉଚିତ୍ ବୋଲି ଦୂତାବାସ କହିଛି । ଏଥି ସହିତ ବ୍ରିଟେନ୍‌, ଆମେରିକା ଓ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ଛାଡି଼ ବାହାରକୁ ଚାଲିଯିବାକୁ କାବୁଲ ବିମାନବନ୍ଦରରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଯିବାକୁ ଆନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ | Jio ପ୍ରାୟ . କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଓଡ଼ିଶାରେ ନିଜ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା

ଏହା ପୂର୍ବରୁ କାବୁଲ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଇଟାଲୀର ଏକ ସାମରିକ ବିମାନ ଉପରକୁ ଗୁଳି ଚାଳନା କରାଯାଇଥିଲା । ତେବେ ସେହି ଘଟଣାରେ ବିମାନର କୌଣସି କ୍ଷତି ହୋଇ ନ ଥିଲା ।



ତାଲିବାନ କାବୁଲକୁ କାବୁ କରିବା ପରେ ଆମେରିକା ଓ ଇଟାଲୀ ସମେତ ଅନେକ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ନେଇଯିବାରେ ବ୍ୟସ୍ତ ଅଛନ୍ତି । ଏଥି ପାଇଁ ସେନା ବିମାନ ମଧ୍ୟ ବ୍ୟବହାର କରାଯାଉଛି। ଭାରତ ବି ନିଜ ନାଗରିକମାନଙ୍କ ବ୍ୟତୀତ ହିନ୍ଦୁ ଓ ଶିଖ୍‌ ନାଗରିକମାନଙ୍କୁ ଆଫଗାନିସ୍ତାନରୁ ବାହାର କରିଆଣି ଥଇଥାନ କରିବାରେ ଲାଗିଛି । ଏହି ମିଶନର ନାମ 'ଦେବୀ ଶକ୍ତି' (Devi Shakti) ରଖାଯାଇଛି ।
Published by: Anand S.T. Das
First published: August 26, 2021, 9:40 PM IST