ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପର୍ଣ୍ଣ ଦେଖି ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ବାପା; ଅନ୍ୟ ୨୮ ଜଣ ବି କରିଥିଲେ ଦୁଷ୍କର୍ମ

ପର୍ଣ୍ଣ ଦେଖି ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ବାପା; ଅନ୍ୟ ୨୮ ଜଣ ବି କରିଥିଲେ ଦୁଷ୍କର୍ମ

Lalitpur Rape Case: ଉତ୍ତର ପ୍ରଦେଶର ଲଲିତପୁର ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଝିଅ ସହ ପିତା ଦୁଷ୍କର୍ମ କରିବ କଥା ବର୍ତ୍ତମାନ ସବୁ ମହଲରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

ପର୍ଣ୍ଣ ଦେଖି ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ବାପା; ଅନ୍ୟ ୨୮ ଜଣ ବି କରିଥିଲେ ଦୁଷ୍କର୍ମ
ପର୍ଣ୍ଣ ଦେଖି ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ବାପା
  • News18 Odia
  • Last Updated: October 13, 2021, 5:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶର ଲଲିତପୁର ଜିଲ୍ଲାର ଜଣେ ୧୭ ବର୍ଷୀୟ ଝିଅ ନିଜ ପିତା ଓ ସମ୍ପର୍କୀୟଙ୍କ ସମେତ ୨୮ ଲୋକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗର କହିଛନ୍ତି ତାଙ୍କ ସହ ଏହି ସମସ୍ତଙ୍କ ଲୋକ ଅନେକ ବର୍ଷ ଧରି ଦୁଷ୍କର୍ମ କରିଛନ୍ତି । ପୋଲିସ ଥାନରେ ରୁଜୁ ହୋଇଥିବା ଅଭିଯୋଗରେ ସମାଜାବାଦୀ ପାର୍ଟିର (SP) ନେତାଙ୍କ ନାମ ଓ ବହୁଜନ ସମାଜ ପାର୍ଟିଙ୍କ (BSP) ନେତାଙ୍କ ନାମ ସାମିଲ ଅଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ ଅଭିଯୋଗରେ ପୀଡିତା କହିଛନ୍ତି ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କ ପିତା ପର୍ଣ୍ଣ ସାଇଟ୍ ଦେଖି ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ସେ ପିତାଙ୍କୁ ଏମିତି କରିବାକୁ ଦେଇନଥିଲେ । ହେଲେ କିଛି ଦିନ ପରେ ପିତା ତାଙ୍କୁ ନୂଆ ଡ୍ରେସ ଦେବା ଓ ଗାଡ଼ି ଚଲାଇବା ଶିଖାଇବା ପାଇଁ ଘରଠୁ ଦୂରରେ ଥିବା ଏକ ସ୍ଥାନକୁ ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ ଧମକ ମଧ୍ୟ ଦେଇଥିଲେ ଯଦି ସେ ଏହି କଥା କାହାକୁ କହିବେ ତେବେ ସେ ତାଙ୍କ ମା'ଙ୍କୁ ମାରିଦେବେ ।

ଏହାର କିଛି ଦିନ ପରେ, ପିତା ସ୍କୁଲରୁ ଆଣୁଥିବା ସମୟରେ ବାଟରେ ତାଙ୍କୁ କିଛି ଖାଇବାକୁ ଦେଇ ଏକ ହୋଟେଲ ନେଇଥିଲେ । ବୋଧହୁଏ ତାଙ୍କୁ ଖାଇବାକୁ ଦେଇଥିବା ସେହି ଖାଦ୍ୟରେ କିଛି ନିଶା ଦ୍ରବ୍ୟ ମିଶାଇଥିଲେ ପିତା । ସେଠାରେ ଝିଅକୁ ନିଷ୍ଠୁର ପିତା ଜଣେ ମହିଳାଙ୍କୁ ଦେଇଥିଲେ, ଯିଏ ତାଙ୍କୁ କୋଠରୀରେ ଏକୁଟିଆ ଛାଡ଼ି ଚାଲି ଯାଇଥିଲେ । କିଛି ସମୟ ପରେ ଯେତେବେଳେ ସେ ଚେତାଶୂନ୍ୟ ହେଲେ, ସେତେବେଳେ କୋଠରୀକୁ ଜଣେ ବ୍ୟକ୍ତି ଆସିଥିଲେ । ଯେତେବେଳେ ପୀଡିତାଙ୍କ ହୋସ୍ ଆସିଲା ସେ ଦେଖିଲେ ତାଙ୍କର ଜୋତା ଓ ୟୁନିଫର୍ମ ସଠିକ୍ ସ୍ଥାନରେ ନଥିଲା ଓ ସେ ପେଟରେ ଦୃଢ଼ ଯନ୍ତ୍ରଣା ଅନୁଭବ କରିଥିଲେ ।

ରିପୋର୍ଟ ଅନୁଯାୟୀ, ପରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ ଜାରି ରହିଥିଲେ । ପ୍ରତ୍ୟେକ ଥର ଜଣେ ନୂଆ ଲୋକ ତାଙ୍କୁ ଦୁଷ୍କର୍ମ କରୁଥିଲେ। ଏହି ସମୟରେ ତାଙ୍କୁ ନୀରବ ରହିବାକୁ ଧମକ ଦିଆଯାଉଥିଲା ।
Published by: Lipina Das
First published: October 13, 2021, 5:27 PM IST