୧୪ଦେଶ, ୧୩ହଜାର କିମି ସାଇକେଲ ଯାତ୍ରା କରି ଚର୍ଚ୍ଚାରେ ୧୭ ବର୍ଷିୟ ବାଳକ: ଜାଣିନଥିଲେ ପିତାମାତା

ହାଇସ୍କୁଲ୍ ପାସ୍ କରିବା ପରେ ଜଣେ ବାଳକ ୧୪ଟି ଦେଶ ଭ୍ରମଣ କଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶ ଭ୍ରମଣ କରିବାକୁ ସେ ସାଇକେଲକୁ ହିଁ ସାହାରା କରିଥିଲେ । ପଢ଼ନ୍ତୁ ପୂରା ଖବର ।

୧୪ଦେଶ, ୧୩ହଜାର କିମି ସାଇକେଲ ଯାତ୍ରା କରି ଚର୍ଚ୍ଚାରେ ୧୭ ବର୍ଷିୟ ବାଳକ

୧୪ଦେଶ, ୧୩ହଜାର କିମି ସାଇକେଲ ଯାତ୍ରା କରି ଚର୍ଚ୍ଚାରେ ୧୭ ବର୍ଷିୟ ବାଳକ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଜଣେ ବାଳକ ସାଇକେଲ ଯୋଗେ ହଜାର ହଜାର କିଲୋମିଟର (km) ଯାତ୍ରା କରିଛନ୍ତି । ତାଙ୍କର ଯାତ୍ରା ସମୟରେ ସେ ପାଖାପାଖି ୧୪ରୁ ଅଧିକ ଦେଶ ଅତିକ୍ରମ କରିଛନ୍ତି । ପିଲାଟି ଆମେରିକାର ଆଲାସ୍କା ଠାରୁ ଯାତ୍ରା ଆରମ୍ଭ କରି ଆର୍ଜେଣ୍ଟିନାରେ ଶେଷ (end) ହୋଇଥିଲା । ଏହି ଦୂରତା ୧୩ହଜାର କିଲୋମିଟରରୁ ଅଧିକ ଥିଲା ।

ଆମେରିକା (america ) କାଲିଫର୍ନିଆର ବାସିନ୍ଦା ଲିଆମ୍ ଗାର୍ନର ହାଇସ୍କୁଲ୍ ପାସ୍ କରିବା ପରେ ଏହି ସ୍ୱତନ୍ତ୍ର ଯାତ୍ରା ପାଇଁ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଥିଲେ। ଏହାପୂର୍ବରୁ ଲିଆମ୍ ଲସ୍ ଏଞ୍ଜେଲିସରୁ ସୈନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ସମାପ୍ତ କରିଥିଲେ । ଲିଆମ୍ ୧୭ ଅଗଷ୍ଟ ୨୦୨୧ ରେ ୧୭ ବର୍ଷ ବୟସରେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ।

ଲିଆମ୍ କହିଛନ୍ତି- ମୁଁ ଜେଡିଡିଆ ଜେନକିନସ୍ ଙ୍କ ଏକ ପୁସ୍ତକ ପଢ଼ିଥିଲେ । ସେ ଅର୍ଗାନରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଦଶ ହଜାର କିଲୋମିଟର ଯାତ୍ରା କରିଥିଲେ । ଏହା ଦ୍ୱାରା ପ୍ରଭାବିତ ହୋଇ ମୁଁ ମୋର ଦୁଃସାହସିକ ଯାତ୍ରା ଯୋଜନା କରିଥିଲି ।

ସିଏନ୍ଏନ୍ ସହିତ କଥାବାର୍ତ୍ତା କରି ଲିଆମ୍ କହିଛନ୍ତି ଯେ, ସେ ଏହି ଯାତ୍ରା ବିଷୟରେ ଅଧିକ ଯୋଜନା କରିନଥିଲେ । ସେ ନିଜ ସାଥିରେ ତମ୍ବୁ, ଶୋଇବା ବ୍ୟାଗ, ପୋର୍ଟେବଲ୍ ବ୍ୟାଟେରୀ, ମେଡିକାଲ୍ କିଟ୍ ଓ ସାଇକେଲର ପାର୍ଟ ରଖିଥିଲେ ଓ ଯାତ୍ରା ଆରମ୍ଭ କଲେ ।

୧୪ ଟି ଦେଶ ଅତିକ୍ରମ କରି ଯାଇଥିଲେ , ଭିଡିଓ ମଧ୍ୟ ସୁଟିଂ କରିଥିଲେ

ସୋସିଆଲ ମିଡିଆରେ ଲିଆମ୍ ବହୁତ ଲୋକପ୍ରିୟ । ତାଙ୍କ ଯାତ୍ରା ବିଷୟରେ ସେ ଅନେକ ଭିଡିଓ ସେୟାର କରିଛନ୍ତି । ସେ ନିଜର ସାଇକେଲ ଯାତ୍ରାରେ ମେକ୍ସିକୋ, ଗୁଆଟେମାଲା, ନିକାରାଗୁଆ, କଲମ୍ବିଆ, ପେରୁ, ଚିଲି, ଆର୍ଜେଣ୍ଟିନା ସମେତ ୧୪ ଟି ଦେଶ ଦେଇ ଯାଇଥିଲେ । ଲିଆମ୍ କହିଛନ୍ତି ଯେ ଏହି ଯାତ୍ରା ପାଇଁ ଅନେକ ମାର୍ଗ ଥିଲା, ସେଥିମଧ୍ୟରୁ କିଛି ସରକାରୀ ଓ କିଛି ଉପଯୁକ୍ତ ନଥିଲା। କିନ୍ତୁ, ସେ ନିଜେ ନିଜର ମାର୍ଗ ତିଆରି କରିଥିଲେ ।

ଲିଆମ୍ କହିଛନ୍ତି ଯେ, ତାଙ୍କ ପିତାମାତାଙ୍କଠାରୁ ଅଲଗା ରୁହନ୍ତି । ଏଭଳି ସ୍ଥିତିରେ ସେ ତାଙ୍କ ଯାତ୍ରାକୁ ନେଇ ଉତ୍ସାହିତ ନଥିଲେ । ସେ ଏ ବିଷୟରେ ନିଜ ପିତାମାତାଙ୍କୁ ମଧ୍ୟ ଜଣାଇ ନଥିଲେ । ଏହି ଯାତ୍ରାରେ ତାଙ୍କ ସାଥୀ ଲୋଗାନ୍ ତାଙ୍କ ସହିତ ଥିଲେ । କିନ୍ତୁ ସେ କେବଳ କଲମ୍ବିଆ ପର୍ଯ୍ୟନ୍ତ ଏକାଠି ଯାତ୍ରା କରିଥିଲେ ।

https://www.instagram.com/p/CmcKGaXu2oM/?utm_source=ig_embed&ig_rid=bb890e11-a089-48c9-9bf7-8ffa4293709d

୫ ଥର ଲୁଟ, ୪୦ ଟି ଷ୍ଟିଜ୍ ପଡ଼ିଥିଲା ...
ଏହି ଯାତ୍ରା ସମୟରେ ଲିୟାମ ୫ ଥର ଲୁଟର ଶିକାର ହୋଇଥିବା କହିଛନ୍ତି । ଏମିତିକି ଥରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ମଧ୍ୟ ପଡିଥିଲା । ଯେଉଁଠାରେ ତାଙ୍କ ଦେହରେ ୪୦ ଟି ଷ୍ଟିଜ ପଡ଼ିଥିଲା । ସେ ପ୍ରାୟ ଏକ ମାସ ଡାକ୍ତରଖାନାରେ ରହିଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା ।

ଏହି ଖବର ପଢ଼ନ୍ତୁ -  ମାର୍କେଟକୁ ଆସିବାକୁ ଯାଉଛି ନିଶା ଫ୍ରୀ ମଦ; ଯେତେ ପିଇଲେ ବି ହେବ ନାହିଁ ନିଶା !
Published by:Soubhagya Mishra
First published: