ଆସାମ: କେନ୍ଦ୍ର ସରକାରଙ୍କ ସହ ଶାନ୍ତି ଚୁକ୍ତି ଅନୁସାରେ ୧,୬୧୫ ଜଣ ବୋଡୋ ବିଦ୍ରୋହୀ ଆତ୍ମସମର୍ପଣ କଲେ

ଏହି ଚୁକ୍ତି ଅନୁସାରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନ୍‌ ଗଠିତ ହେବ । ବୋଡୋ ଲୋକଙ୍କୁ 'ପାର୍ବତ୍ୟ ଆଦିବାସୀ' ମାନ୍ୟତା ଦିଆଯିବ ଓ ଦେବନାଗରୀ ଲିପିରେ ଲେଖାଯାଉଥିବା ବୋଡୋ ଭାଷାକୁ ଆସାମର ସହଯୋଗୀ ସରକାରୀ ଭାଷାର ମାନ୍ୟତା ମିଳିବ ।

ଆସାମ: କେନ୍ଦ୍ର ସରକାରଙ୍କ ସହ ଶାନ୍ତି ଚୁକ୍ତି ଅନୁସାରେ ୧,୬୧୫ ଜଣ ବୋଡୋ ବିଦ୍ରୋହୀ ଆତ୍ମସମର୍ପଣ କଲେ
NDFBର ସବୁ ଚ଼ାରିଟି ଗୋଷ୍ଠୀର ୧,୬୧୫ ବିଦ୍ରୋହୀ ଆତ୍ମସମର୍ପଣ କରୁଛନ୍ତି।
  • News18 Odia
  • Last Updated: January 30, 2020, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ । ଶାନ୍ତି ଓ ଅହିଂସାର ମାର୍ଗ ଦେଖାଇ ଆସିଥିବା ମହାତ୍ମା ଗାନ୍ଧିଙ୍କ ଏହି ପୁଣ୍ୟ ତିଥିରେ ଆସାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଆସାମର ଦୁର୍ଦ୍ଧର୍ଷ ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡ଼ୋଲ୍ୟାଣ୍ଡ ବା NDFB ସହ କେନ୍ଦ୍ର ଓ ଆସାମ ସରକାରଙ୍କ ଶାନ୍ତି ଚୁକ୍ତି ଅନୁସାରେ ଆଜି ୧,୬୧୫ ଜଣ ବୋଡୋ ବିଦ୍ରୋହୀ ମୁଖ୍ୟ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି।

ଏହି ଐତିହାସିକ ଘଟଣାରୁ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ରକ୍ତପାତର ଅନ୍ତ ହେବ ବୋଲି ଅନେକଙ୍କ ମନରେ ଆଶା ଓ ବିଶ୍ୱାସ ଆସିଛି । ଏବେ ବୋଡ଼ୋ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ନିଶ୍ଚିତ ଲାଗୁଛି । ବୋଡୋ ଅଞ୍ଚଳ ଓ ଆସାମର ବିକାଶ ଦିଗରେ ଆଜିର ଆତ୍ମସମର୍ପଣ ଘଟଣା ବେଶ୍ ସହାୟକ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡ଼ୋଲ୍ୟାଣ୍ଡ ସହ ହୋଇଥିବା ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ଅନୁଯାୟୀ ଗଠନ ହେବ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନ୍‌ । ବୋଡୋ ଲୋକଙ୍କୁ 'ପାର୍ବତ୍ୟ ଆଦିବାସୀ' ମାନ୍ୟତା ଦିଆଯିବା ପାଇଁ ପ୍ରକ୍ରିୟା ବି ତ୍ୱରାନ୍ୱିତ କରାଯିବ ।

ସେହିଭଳି ଦେବନାଗରୀ ଲିପିରେ ଲେଖାଯାଉଥିବା ବୋଡୋ ଭାଷା ଆସାମର ସହଯୋଗୀ ସରକାରୀ ଭାଷାର ମାନ୍ୟତା ମଧ୍ୟ ପାଇବ । ବୋଡୋ ଅଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅର୍ଥରେ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌, ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌, ମଦର ଡେରୀ ପ୍ଲାଣ୍ଟ ଏବଂ ଗୋଟିଏ ଏନ୍‌ଆଇଟି ପ୍ରତିଷ୍ଠା କରାଯିବ ।

ଏହା ପୂର୍ବରୁ ସୁଭାଷ ବୋଷଙ୍କ ଜୟନ୍ତୀ ଅର୍ଥାତ୍‌ ଗତ ୨୩ ତାରିଖରେ ଆସାମର ରାଜଧାନୀ ଗୁଆହାଟିରେ ବେଆଇନ ଘୋଷିତ ଆଠଟି ସଂଗଠନର ୬୪୪ ଜଣ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମ ସମର୍ପଣ କରିଥିଲେ ।
First published: January 30, 2020, 3:15 PM IST
corona virus btn
corona virus btn
Loading