ପଞ୍ଜାବରେ ଏକ ନଗର କୀର୍ତ୍ତନ ବେଳେ ବିସ୍ଫୋଟ ହେଲା; ପାଖାପାଖି ୧୫ ଜଣ ମୃତ, ଅନେକ ଆହତ

ଗୋଟେ ଟ୍ରାକ୍ଟରରେ କିଛି ବାଣ ନେଇ ନଗର କୀର୍ତ୍ତନରେ ଲୋକେ ଯାଉଥିବା ବେଳେ ସେହି ବାଣ ଭିତରେ ବିସ୍ଫୋଟ ହୋଇଥିଲା । ବିସ୍ଫୋଟ ଏତେ ଭୟଙ୍କର ଥିଲା ଯେ ସଙ୍ଗେସଙ୍ଗେ ଟ୍ରାକ୍ଟରଟି ଟୁକୁଡ଼ା ଟୁକୁଡ଼ା ହୋଇଯାଇଥିଲା ।

ପଞ୍ଜାବରେ ଏକ ନଗର କୀର୍ତ୍ତନ ବେଳେ ବିସ୍ଫୋଟ ହେଲା; ପାଖାପାଖି ୧୫ ଜଣ ମୃତ, ଅନେକ ଆହତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 8, 2020, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚ଼ଣ୍ଡିଗଡ଼: ପଞ୍ଜାବର ତରଣତାରଣରେ ଏକ ଧାର୍ମିକ ସମାରୋହ ସମୟରେ ଏକ ବିସ୍ଫୋଟ ହୋଇ ପାଖାପାଖି ୧୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି ।

ବିସ୍ଫୋଟ ଏକ ନଗର କୀର୍ତ୍ତନ ହେଉଥିବା ସମୟରେ ଘଟିଥିଲା । ସିନିୟର୍‌ ଏସ୍.ପି. ଧୃବ ଧଇୟା କହିଛନ୍ତି ଯେ ସୋଠାରେ ଥିବା କିଛି ଲୋକଙ୍କ କହିବା ଅନୁସାରେ ୧୧ରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ବିସ୍ଫୋଟଟି ଏକ ଦୁର୍ଘଟଣା ଥିଲା ବୋଲି ସା କହିଛନ୍ତି । ମୃତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮-୧୯ ହେବ, କହିଛନ୍ତି ଧଇୟା ।

ଗୋଟେ ଟ୍ରାକ୍ଟରରେ କିଛି ବାଣ ନେଇ ନଗର କୀର୍ତ୍ତନରେ ଲୋକେ ଯାଉଥିବା ବେଳେ ସେହି ବାଣ ଭିତରେ ବିସ୍ଫୋଟ ହୋଇଥିଲା । ତରଣତାରଣର ପିହୁ ଗାଁ ପାଖରେ ବିସ୍ଫୋଟ ହୋଇଥିଲା । ବିସ୍ଫୋଟ ଏତେ ଭୟଙ୍କର ଥିଲା ଯେ ସଙ୍ଗେସଙ୍ଗେ ଟ୍ରାକ୍ଟରଟି ଟୁକୁଡ଼ା ଟୁକୁଡ଼ା ହୋଇଯାଇଥିଲା । ନଗର କୀର୍ତ୍ତନ ସମାରୋହରେ ବିସ୍ଫୋଟ ସମୟରେ କିଛି ଯୁବକ ବାଣ ଫୁଟାଉଥିଲେ ।

ବାଣଗୁଡ଼ିକରେ ଥିବା ଉଚ୍ଚ ପ୍ରକାରର ପଟାସିୟମ୍‌ ଯୋଗୁଁ ବିସ୍ଫୋଟ ଏତେ ଭୟଙ୍କର ହୋଇଥିଲା ବୋଲି ଅନୁମାନ କରାଯାଉଛି । ଭୀଷଣ ଭାବେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ।

ଏ ଘଟଣା ବିଷୟରେ ଅଧିକ ବିବରଣୀ ଜଲଦି ମିଳିବ ବୋଲି ଅପେକ୍ଷା କରାଯାଉଛି ।
First published: February 8, 2020, 6:49 PM IST
corona virus btn
corona virus btn
Loading