ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ: ଇସ୍ରୋ NRSC ରିପୋର୍ଟ

ଇସ୍ରୋ ପକ୍ଷରୁ ଭୂକମ୍ପ ଜୋନରେ ଥିବା ଦେଶର ସମ୍ବେଦନଶୀଳ ୧୪୭ଟି ଜିଲ୍ଲାର ତାଲିକା ପ୍ରସ୍ତୁତ କରାଯାଇଛି । ଜାଣନ୍ତୁ ଓଡ଼ିଶାର କେଉଁ ଅଞ୍ଚଳରେ ରହିଛି ଭୂକମ୍ପ ସମ୍ଭାବନା ।

ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ: ଇସ୍ରୋ NRSC ରିପୋର୍ଟ

ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ: ଇସ୍ରୋ NRSC ରିପୋର୍ଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭୂକମ୍ପ ଜୋନରେ ରହିଛି ପୁରା ଉତ୍ତରାଖଣ୍ଡ (Uttarakhand) ରାଜ୍ୟ । ଏଥିସହ ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲାକୁ ଭୂକମ୍ପ ଭୟ (earthquake fear) । ପାହାଡ଼ି ଜିଲ୍ଲା ରୁଦ୍ରପ୍ରୟାଗ ଏବଂ ଟହରିକୁ ସବୁଠୁ ଅଧିକ ବିପଦ । କେବଳ ଉତ୍ତରାଖଣ୍ଡର ୧୩ଟି ଜିଲ୍ଲା ନୁହେଁ ଦେଶର ଏମିତି ୧୪୭ ଜିଲ୍ଲା ରହିଛି ଭୂକମ୍ପ ଜୋନରେ । ଇସ୍ରୋର ହାଇଦ୍ରାବାଦ (Hyderabad) ସ୍ଥିତ ନେସନାଲ ରିମୋଟ ସେନସିଂ ସେଣ୍ଟର NRSC ପକ୍ଷରୁ ହୋଇଥିବା ସର୍ଭେରୁ ଏଭଳି ସୂଚନା ମିଳିଛି । ଲ୍ୟାଣ୍ଡସାଇଡ୍‌ ଆଟଲାସ ରିପୋର୍ଟରେ ଏହାର ଖୁଲାସା କରିଛି ଇସ୍ରୋ । ଏଥିସହ ଇସ୍ରୋ ପକ୍ଷରୁ ଭୂକମ୍ପ ଜୋନରେ ଥିବା ଦେଶର ସମ୍ବେଦନଶୀଳ ୧୪୭ଟି ଜିଲ୍ଲାର ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାର ଟପ୍‌ ଦୁଇ ପୋଜିସନରେ ରହିଛି ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗ ଏବଂ ଟହରି ଜିଲ୍ଲା । ସେହିପରି ୧୯ତମ ସ୍ଥାନରେ ରହିଛି ଚୌମେଲି ଜିଲ୍ଲା ।

ଯୋଶୀମଠ ଦବିଯିବା କାରଣରୁ ୬ଶହରୁ ଅଧିକ ଘରେ ହୋଇଥିଲା ଫାଟ । ପାହାଡ଼ ଉପରେ ଥିବା ଏହି ସହର ଦବିବା ପରେ ଏହାର କାରଣ ଖୋଜିଥିଲେ ସରକାର । କାହିଁକି ଦବିଲା ଯୋଶୀମଠ ଆଉ କେଉଁ ସହରକୁ ବିପଦ ରହିଛି କି । ଭୂକମ୍ପ ଜୋନରେ ଦେଶର କେଉଁସବୁ ଅଞ୍ଚଳ ରହିଛି ତାହା ଜାଣିବା ଲାଗି ଇସ୍ରୋ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା । NRSC ପକ୍ଷରୁ ହୋଇଥିବା ଏହି ସର୍ଭେରେ ଜଣାପଡ଼ିଥିଲା, ପୁରା ଉତ୍ତରାଖଣ୍ଡ ସମେତ ଦେଶର ଏମିତି ୧୪୭ଟି ଅଞ୍ଚଳ ପ୍ରତି ବିପଦ ରହିଛି । ସେଥିରେ ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, କେରଳ, ଆସାମ ଆଦି ରାଜ୍ୟ ରହିଛି । ସବୁଠୁ ଅଧିକ ବିପଦ ରହିଛି ଦେବଭୂମି ଉତ୍ତରାଖଣ୍ଡ ପ୍ରତି ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ, ଟିହରି ଜିଲ୍ଲା ସମେତ ଚମୌଲି, ହରିଦ୍ବାର ଏବଂ ଉଦ୍ଦମସିଂହ ନଗର ରହିଛି । ସବୁଠୁ ଅଧିକ ଭୂକମ୍ପ ଜୋନରେ ରହିଛି ରୁଦ୍ରପ୍ରୟାଗ । ଧର୍ମକ୍ଷେତ୍ର କୁହାଯାଉଥିବା ରୁଦ୍ରପ୍ରୟାଗରେ ରହିଛି ପ୍ରସିଦ୍ଧ କେଦାରନାଥ ଧାମ । ୨୦୧୩ ମସିହାରେ କେଦାରନାଥରେ ଆସିଥିଲା ଭୟଙ୍କର ଭୂସ୍ଖଳନ । ଯେଉଁଥିରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ରୁଦ୍ରପ୍ରୟାଗର ସିରୋବଗଡ଼ ଏବଂ ନାରକୋଟା ଅଞ୍ଚଳ ଉୂସ୍ଖଳନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହି ଅଞ୍ଚଳରେ ବର୍ଷତମାମ ଭୂସ୍ଖଳନର ସୂଚନା ମିଳିଥାଏ । ମନସୁନ ଆସିବା ପରେ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ମାମଲା ସାମ୍ନାକୁ ଆସିଥାଏ । ରିପୋର୍ଟ ମୁତାବକ, ତାଲିକାର ୧୯ତମ ସ୍ଥାନରେ ଥିବା ଚମୌଲି ଜିଲ୍ଲାରେ ୩୨ଟି ଲ୍ୟାଣ୍ଡସ୍ଲାଇଡ୍‌ କ୍ଷେତ୍ର ରହିଛି । ସବୁଠୁ ଅଧିକ ରହିଛି ୧୦୭ ନମ୍ବର ଜାତୀୟ ରାଜପଥ ଉପରେ । ଜିଲ୍ଲାର ପାନଗଡ଼ ଗାଁରେ ଯୋଶୀମଠ ଭଳି ସ୍ଥିତି ଉପୁଜିଛି । ଗାଁ ଦବିବା ଯୋଗୁ ବହୁ ଘରରେ ଫାଟ ସୃଷ୍ଟି ହୋଇଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ । ସେହିପରି ତାଲିକାର ୧୪୬ ଏବଂ ୧୪୭ରେ ରହିଛି ହରିଦ୍ବାର ଏବଂ ଉଦ୍ଦାମସିଂହ ନଗର । ଭୂସ୍ଖଳନ ଦୃଷ୍ଟିରୁ ଦେଖିଲେ ଉତ୍ତରାଖଣ୍ଡ ହେଉଛି ସବୁଠୁ ଅଧିକ ସମ୍ବେଦନଶୀଳ । ଉତ୍ତରାଖଣ୍ଡ ଷ୍ଟେଟ ଏମରଜେନ୍ସି ସେଣ୍ଟରର ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ଉତ୍ତରାଖଣ୍ଡରେ ୨୫୩ଥର ଭୂସ୍ଖଳନ ହୋଇଛି । ଏଥିରେ ୧୨୭ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ବହୁ ଘର ମାଟିରେ ମିଶିଛି । ISROର ରିପୋର୍ଟ ଅନୁସାରେ ଗତ ଦୁଇ ଦଶଖ ମଧ୍ୟରେ ଉତ୍ତରାଖଣ୍ଡରେ ୧୧ ହଜାରରୁ ଅଧିକ ଥର ଭୂସ୍କଳନ ହୋଇଛି । ସେଥିମଧ୍ୟରୁ ଋଷିକେଶ, ରୁଦ୍ରପ୍ରୟାଗ, ଚମୌଲୀ, ବଦ୍ରିନାଥ, ରୁଦ୍ରପ୍ରୟାଗ, ଉଖୀମଠ, କେଦାରନାଥ, ଚମୌଲି, ଉଖୀମଠ, ଋଷିକେଶ, ଉତ୍ତରକାଶୀ, ଗଙ୍ଗୋତ୍ରୀ ମାର୍ଗରେ ଅଧିକ ଭୂସ୍ଖଳନ ହୋଇଛି ।

ଦେଶର ଅନେକ ଅଞ୍ଚଳ ଭୂକମ୍ପ ଜୋନରେ ଥିବା ବେଳେ ଯୋଶୀମଠର ପୁନରୁଦ୍ଧାର କାମ ଜାରି ରଖିଛନ୍ତି ସରକାର । ଯୋଶୀମଠର ପୁନରୁଦ୍ଧାର ପାଇଁ ଉତ୍ତରାଖଣ୍ଡ ସରକାର କେନ୍ଦ୍ରକୁ ୨ ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ ପ୍ରସ୍ତାବ ରଖିଛନ୍ତି । ସେଥିରୁ ଏକ ହଜାର କୋଟି ଟଙ୍କା ବିସ୍ଥାପିତଙ୍କୁ ଥଇଥାନ ପାଇଁ ଉଦ୍ଦିଷ୍ଟ ରହିଛି ।

ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ ଅନୁସାରେ ଭୂକମ୍ପ ଦୃଷ୍ଟିରେ ସମ୍ବେଦନଶୀଳ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ରଜୌରୀ ଏବଂ ପୁଲୱାମା, କେରଳର ତ୍ରିଶୂର, ମଲ୍ଲପୁରମ, ସିକିମର ଦକ୍ଷିଣ ସିକିମ ଏବଂ ପୂର୍ବ ସିକିମ । ଇସ୍ରୋର ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲାର ନାଁ ଉଲ୍ଲେଖ ରହିନାହିଁ । ତଥାପି ଓଡ଼ିଶାର ତାଳଚେର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଆଦି ଅଞ୍ଚଳ ଭୂକମ୍ପ ଜୋନରେ ରହିଛି । ଏଥିସହ ମହାନଦୀ ଅବବାହିକା ଏବଂ ବୌତରଣୀ ନଦୀକୂଳିଆ ଅଞ୍ଚଳ ପ୍ରତି ଭୂକମ୍ପ ଆଶଙ୍କା ଥିବା ଭୂତତ୍ୱବିତମାନେ କହିଛନ୍ତି । ଚଳିତ ବର୍ଷ ଦେଶର ବିଭିନ୍ନ ସ୍ଥାନରେ ପାଖାପାଖି ୪ଶହ ଥର ଏବଂ ଓଡ଼ିଶାରେ ୩ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଜୁନ ୨୨ରେ ରାୟଗଡ଼ା, ଅଗଷ୍ଟ ୮ ରେ ଗଞ୍ଜାମ ଓ ଡ଼ିସେମ୍ବର ୪ ରେ ମୟୂରଭଞ୍ଜର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩ ମଧ୍ୟରେ ଥିବାରୁ ଓ ସ୍ବଳ୍ପ ସମୟ ପାଇଁ ଅନୁଭୂତ ହୋଇଥିବାରୁ ଏହା କୌଣସି କ୍ଷୟକ୍ଷତି ଘଟାଇ ନାହିଁ ।

ଏହି ଖବର ପଢ଼ନ୍ତୁ - http://Oscar 2023: ଓସ୍କାର ପୁରସ୍କାର ଉତ୍ସବର ହୋଷ୍ଟ୍ ଜିମି କିମେଲ

ଏହା ଯେତିକି ଆଶ୍ବସ୍ତି ଦେଇଛି, ଭବିଷ୍ୟତ ପାଇଁ ସେତିକି ସତର୍କ କରାଇଦେଇଛି। କେନ୍ଦ୍ର ସରକାରଙ୍କ ବିଏମ୍‍ଟିପିସି (ବିଲ୍‍ଡ଼ିଂ ମେଟେରିଆଲ୍‍ସ ଏଣ୍ଡ ଟେକ୍‍ନୋଲୋଜି ପ୍ରମୋସନ କାଉନସିଲ)ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ଭୂକମ୍ପ ବେଳେ ଜୋନ୍‍ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‍ ୩ରେ ମଧ୍ୟମ, ଜୋନ୍‍ ୪ରେ ଅଧିକ ଓ ଜୋନ୍‍ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ । ଓଡ଼ିଶାର ୭ଟି ସହର ଭୂକମ୍ପ ଜୋନ୍‍ ୩ ଅଞ୍ଚଳରେ ରହିଛି ।
Published by:Soubhagya Mishra
First published: