କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନକୁ ଚାରି ପଟୁ ଘେରିଯିବା ପରେ ନାବାଳକ ଆତଙ୍କବାଦୀକୁ ଆତ୍ମସମର୍ପଣ କରିବାକୁ ମନାଇବା ପାଇଁ ତା’ ପିତାମାତାଙ୍କୁ ବି ଏନକାଉଣ୍ଟର ସାଇଟକୁ ଆଣିଥିଲେ ସୈନ୍ୟମାନେ । ହେଲେ ସେ ତାହା କରିପାରି ନ ଥିଲା ।

ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବଳମାନେ ହତ୍ୟା କରିଛନ୍ତି । (ଫାଇଲ୍ ଫଟୋ)

ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବଳମାନେ ହତ୍ୟା କରିଛନ୍ତି । (ଫାଇଲ୍ ଫଟୋ)

  • Share this:
News18 Odia Digital

ଶ୍ରୀନଗର: ଜମ୍ମୁ-କଶ୍ମୀରରେ (Jammu Kashmir) ସୁରକ୍ଷା ବାହିନୀ ତିନୋଟି ଭିନ୍ନ ସ୍ଥାନରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ (terrorists) ହତ୍ୟା କରିଛନ୍ତି । ସୁରକ୍ଷା ବାହିନୀ (security forces) ଦ୍ୱାରା ପରିଚାଳିତ ଏହି ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷର ବାଳକ ମଧ୍ୟ ଥିଲେ । କୁହାଯାଉଛି ଯେ ନାବାଳକ (minor terrorist) ପ୍ରାୟ ଏକ ସପ୍ତାହେ ଧରି ନିଜ ଘରୁ ନିଖୋଜ ଥିଲା ଓ ସେହି ସମୟ ମଧ୍ୟରେ ସେ ଏକ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା ।

ଯେତେବେଳେ ଶୋପିଆନ୍ନର ହାଡିପୋରା ଗ୍ରାମରେ ରବିବାର ଦିନ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା, ଏହି ନାବାଳିକ ମଧ୍ୟ ଆତଙ୍କବାଦୀମାନଙ୍କ ସହିତ ଥିଲା । ଏହି ଏନକାଉଣ୍ଟର ସମୟରେ ନାବାଳକ ଆତଙ୍କବାଦୀଙ୍କୁ ସୈନିକମାନେ ବହୁତ ବୁଝାଇଥିଲେ ଓ ତାକୁ ଆତ୍ମସମର୍ପଣ କରିବା ପାଇଁ ବହୁ ଅନୁରୋଧ ଓ ଉଦ୍ୟମ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ପୋଲିସକୁ ନିଶା ଖୁଆଇ କଟକ SCB ହସପିଟାଲରୁ ଫେରାର୍‌ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌

ଏପରିକି ସୁରକ୍ଷା କର୍ମୀମାନେ ନାବାଳକ ଆତଙ୍କବାଦୀକୁ ଆତ୍ମସମର୍ପଣ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ତା’ ପିତାମାତାଙ୍କୁ ମଧ୍ୟ ଘଟଣା ସ୍ଥଳକୁ ଡାକି ଆଣିଥିଲା । ହେଲେ ସେ କାହାରି କଥା ଶୁଣି ନ ଥିଲା । ଶେଷରେ ସୁରକ୍ଷା କର୍ମୀମାନେ ତାକୁ ହତ୍ୟା କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ

ଏହି ଅପରେସନରେ ନାବାଳକ ଆତଙ୍କବାଦୀ ନିହତ ହେବା ଘଟଣା ଉପରେ ଜମ୍ମୁ-କଶ୍ମୀର ପୋଲିସ ଆଇ.ଜି. ବିଜୟ କୁମାର କହିଛନ୍ତି, ‘‘ଆମେ ତାଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦେଇଥିଲୁ । କିନ୍ତୁ ତାଙ୍କ ଆତଙ୍କବାଦୀ ମାଲିକମାନେ ତାଙ୍କୁ ଏପରି କରିବାରୁ ବାରଣ କରିଥିଲେ । ଆମେ ତାଙ୍କ ପିତାମାତାଙ୍କୁ ବି ଏନକାଉଣ୍ଟର ସାଇଟକୁ ଆଣିଥିଲୁ ଓ ନାବାଳକକୁ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲୁ । ସେ ମଧ୍ୟ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ମାଲିକମାନେ ତାଙ୍କୁ ଏପରି କରିବାକୁ ରୋକିଥିଲେ ।’’

ଏହା ବି ପଢ଼ନ୍ତୁ |ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା ?’

ଆଇ.ଜି. ବିଜୟ କୁମାର କହିଛନ୍ତି ଯେ ଶନିବାର ରାତିରେ ହାଦିପୋରା ଗାଁରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ସୁରକ୍ଷା ବଳଙ୍କୁ ମିଳିଥିଲା । ତା’ ପରେ CRPF ଓ ସ୍ଥାନୀୟ ପୋଲିସ ସେହି ଅଞ୍ଚଳକୁ ଅବରୋଧ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ସେମାନେ ତାହା ନ କରି ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନଙ୍କୁ ହତ୍ୟା କରାଯାଇଥିଲା । ବିଜୟ କୁମାର କହିଛନ୍ତି ଯେ ସୁରକ୍ଷା ବାହିନୀ ଦ୍ୱାରା ଚାରି ଆଡ଼ୁ ଘେରା ହୋଇଯିବା ପରେ ସେହି ନାବାଳକ ଆତଙ୍କବାଦୀ ଜଣକ ନିଜ ପିତାମାତାଙ୍କୁ ଫୋନ୍‌ କରିଥିଲେ ।



ନାବାଳକ ଆତଙ୍କବାଦୀ ନିଜ ପିତାମାତଙ୍କୁ କହିଥିଲା ଯେ ଜଣେ ଆତଙ୍କବାଦୀକୁ ହତ୍ୟା କରାଯାଇସାରିଲାଣି, ତେଣୁ ସେମାନେ ଆସି ତା’ ଜୀବନ ରକ୍ଷା କରନ୍ତୁ । ‘‘ଆମେ ବି ତା’ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଆସିପ୍‌ ନାମକ ଅନ୍ୟ ଜଣେ ଆତଙ୍କବାଦୀ ତାକୁ ବାହାରକୁ ଯାଇ ଆତ୍ମସମର୍ପଣ କରିବାକୃ ଦେଇ ନ ଥିଲା,’’ କହିଛନ୍ତି ଆଇ.ଜି. ବିଜୟ କୁମାର ।
Published by:Anand S.T. Das
First published: