ବିଦେଶରେ କଳା ଟଙ୍କା ଉପରେ ୧୪ ହଜାର କୋଟିରୁ ଅଧିକ ଟ୍ୟାକ୍ସ ଦାବି; ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (SNB) ର ବାର୍ଷିକ ବ୍ୟାଙ୍କିଙ୍ଗ ତଥ୍ୟ, ଭାରତର ବାସିନ୍ଦାଙ୍କ ଦ୍ଵାରା ସୁଇଜରଲ୍ୟାଣ୍ଡ ବ୍ୟାଙ୍କରେ ଜମା ରାଶି ସହ ବିଶ୍ଳେଷଣ କରାଯିବା ଉଚିତ ନୁହେଁ ।

ବିଦେଶରେ କଳା ଟଙ୍କା ଉପରେ ୧୪ ହଜାର କୋଟିରୁ ଅଧିକ ଟ୍ୟାକ୍ସ ଦାବି; ଅର୍ଥମନ୍ତ୍ରୀ

ବିଦେଶରେ କଳା ଟଙ୍କା ଉପରେ ୧୪ ହଜାର କୋଟିରୁ ଅଧିକ ଟ୍ୟାକ୍ସ ଦାବି; ଅର୍ଥମନ୍ତ୍ରୀ

  • Share this:
News 18 Odia Digital

ନୂଆଦିଲ୍ଲୀ; ଅଘୋଷିତ ବିଦେଶୀ ଆୟ ସହ ଜଡିତ ବ୍ଲାକ୍ ମନି ଆକ୍ଟ ଅନୁଯାୟୀ ୩୬୮ ଟି ମାମଲାରେ ମୂଲ୍ୟାଙ୍କନ ଶେଷ କରିବା ପରେ କେନ୍ଦ୍ର ସରକାର ୧୪,୮୨୦ କୋଟି ଟଙ୍କାରୁ ଅଧିକ ଟିକସ ଦାବି କରିଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସରକାର ଏହା କହିଛନ୍ତି ଯେ HSBC ସହିତ ଗୁପ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା ସମ୍ବନ୍ଧୀୟ ମାମଲାରେ ୮,୪୬୮ କୋଟି ଟଙ୍କାର କଳାଧନ ଉପରେ ଟିକସ ଲାଗୁ କରାଯାଇଛି ଏବଂ ୧୨୯୪ କୋଟିରୁ ଅଧିକ ଜୋରିମାନା ଲାଗୁ କରାଯାଇଛି ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଗୃହକୁ ସୂଚନା ଦେଇଛନ୍ତି ଯେ, ୩୦ ସେପ୍ଟେମ୍ବର ୨୦୧୫ ପର୍ଯ୍ୟନ୍ତ କଳାଧନ ଏବଂ ଇମ୍ପୋଜିସନ୍ ଅଫ୍ ଟ୍ୟାକ୍ସ ଆକ୍ଟ ୨୦୧୫ ଅନୁଯାୟୀ, ୪ ହଜାର ୧୬୪ କୋଟି ମୂଲ୍ୟର ଅଘୋଷିତ ବୈଦେଶିକ ସମ୍ପତ୍ତି ସହିତ ଜଡିତ ୬୪୮ ସୂଚନା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଟ୍ୟାକ୍ସ ଏବଂ ଜରିମାନା ହିସାବରେ ସଂଗ୍ରହ ହୋଇଥିବା ପରିମାଣ ୨,୪୭୬ କୋଟି ଟଙ୍କା ଥିଲା । ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଟଙ୍କା ମେ ୩୧ , ୨୦୨୨ ପର୍ଯ୍ୟନ୍ତ ଅଟେ । ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଦ୍ୱାରା କରାଯାଇଥିବା ଟଙ୍କା ବିଷୟରେ ପଚରାଯିବାରୁ ଅର୍ଥମନ୍ତ୍ରୀ କହିଛନ୍ତି, ଭାରତୀୟ ନାଗରିକ-କମ୍ପାନୀ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ ଜମା ହୋଇଥିବା ପରିମାଣର କୌଣସି ସରକାରୀ ଅନୁମାନ ନାହିଁ ।

ତେବେ ସେ କହିଛନ୍ତି ଯେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ , ୨୦୨୦ ବର୍ଷ ତୁଳନାରେ ୨୦୨୧ ମସିହାରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ପାଣ୍ଠି ବୃଦ୍ଧି ପାଇଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଜମା ସ୍ୱିଜରଲ୍ୟାଣ୍ଡରେ ଭାରତୀୟଙ୍କ ଦ୍ୱାରା ଅଭିଯୋଗ ହୋଇଥିବା କଳାଧନ ପରିମାଣ ସହ ସୂଚିତ କରୁନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (SNB) ର ବାର୍ଷିକ ବ୍ୟାଙ୍କିଙ୍ଗ ତଥ୍ୟ, ଭାରତର ବାସିନ୍ଦାଙ୍କ ଦ୍ଵାରା ସୁଇଜରଲ୍ୟାଣ୍ଡ ବ୍ୟାଙ୍କରେ ଜମା ରାଶି ସହ ବିଶ୍ଳେଷଣ କରାଯିବା ଉଚିତ ନୁହେଁ ।
Published by:Soubhagya Mishra
First published: