Nepal Plane Crash: ଦୁର୍ଘଟଣାରେ ନିଖୋଜ ୪ ଓଡ଼ିଆଙ୍କ ମିଳୁନି ଖବର; ଉଦ୍ଧାର ହେଲାଣି ୧୪ଜଣଙ୍କ ମୃତଦେହ

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଓଡ଼ିଆ ପରିବାରର ଖୋଜ ଖବର ମିଳିନାହିଁ । ଏବେ ସୁଦ୍ଧା ୧୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅଶୋକ ତ୍ରିପାଠୀଙ୍କ ପରିବାର (ଫାଇଲ ଫଟୋ)

ଅଶୋକ ତ୍ରିପାଠୀଙ୍କ ପରିବାର (ଫାଇଲ ଫଟୋ)

  • Share this:
News18 Odia Digital

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ଏହି ପରିବାରର ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ । ଅଶୋକଙ୍କ ଶ୍ୱଶୁର ଘର ମୁମ୍ବାଇରେ । ପୁଅ, ଝିଅଙ୍କ ସହ ପତ୍ନୀ ବାପ ଘର ମୁମ୍ବାଇରେ ରହୁଥିଲେ ।

ଅଶୋକ ଭୁବନେଶ୍ୱରରେ ରହି ଏକ ସଫ୍ଟୱେୟାର ସଂସ୍ଥାରେ କାମ କରୁଥିଲେ।ସେ ସୋନପୁରର ମୁଳ ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ। ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଅଶୋକ ତାଙ୍କ ପରିବାର ସହ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।

ଅନ୍ଯ ପଟେ ବିମାନ ଦୁର୍ଘଟଣାରେ ୧୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ମୃତଦେହ ଖୋଜିବାକୁ ଏବେବି ସ୍ଥଳସେନା ଓ ବାୟୁ ସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ ଆଜି ସକାଳେ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳଠାରୁ ଅପରେସନ୍ ଆରମ୍ଭ ହୋଇଥିବା ନେପାଳ ସେନାର ମୁଖପାତ୍ରଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ବିମାନରେ ଅଶୋକ ତ୍ରିପାଠୀଙ୍କ ପରିବାର ସହ ୨ ଜର୍ମାନ୍ ଓ ୧୩ ନେପାଳୀ ଯାତ୍ରୀ ଓ ୩ ଜଣ ନେପାଳୀ କ୍ରୁ ମେମ୍ବର ଥିଲେ। ତେବେ ପାଇଲଟ୍‌ଙ୍କ ମୋବାଇଲ୍ ଫୋନ୍ ଜିପିଏସସ୍‌କୁ ଟ୍ରାକ୍ କରି, ବିମାନର ସମ୍ଭାବ୍ୟ ଦୁର୍ଘଟଣାସ୍ଥଳ ଠାବ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Published by:Soumya Das
First published: