କର୍ଣ୍ଣାଟକରେ ସଡ଼କ ଦୁର୍ଘଟଣାରେ ୧୩ ମୃତ, ୫ ଗୁରୁତର; ଦୁର୍ଘଟଣାଗ୍ରସ୍ତ କାରକୁ ଧକ୍କା ଦେଲା SUV

ଏହି ଲୋକମାନେ ଯେଉଁ ଏସ୍.ୟୁ.ଭି. (SUV) ରେ ଯାତ୍ରାକରୁଥିଲେ ତାହା ସାମନାରେ ଯାଉଥିବା ଏକ କାର୍ ରୋଡ଼ ଡିଭାଇଡରରେ ଧକ୍କା ମାରି ସନ୍ତୁଳନ ହରାଇବାର କ୍ଷଣିକ ପରେ ତା’ ସହିତ ଧକ୍କା ମାରିଥିଲା ।

କର୍ଣ୍ଣାଟକରେ ସଡ଼କ ଦୁର୍ଘଟଣାରେ ୧୩ ମୃତ, ୫ ଗୁରୁତର; ଦୁର୍ଘଟଣାଗ୍ରସ୍ତ କାରକୁ ଧକ୍କା ଦେଲା SUV
ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: March 6, 2020, 11:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
Nesw18 Odia Digital

ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁମାକୁରୁ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ଏହି ଲୋକମାନେ ଯେଉଁ ଏସ୍‌.ୟୁ.ଭି. (SUV) ରେ ଯାତ୍ରାକରୁଥିଲେ ତାହା ସାମନାରେ ଯାଉଥିବା ଏକ କାର୍‌ ରୋଡ଼ ଡିଭାଇଡରରେ ଧକ୍କା ମାରି ସନ୍ତୁଳନ ହରାଇବାର କ୍ଷଣିକ ପରେ ତା’ ସହିତ ଧକ୍କା ମାରିଥିଲା ।

ଦୁର୍ଘଟଣାଟି ଟୁମାକୁରୁ ଜିଲ୍ଲାର କୁନିଗାଲ ନିକଟରେ ଭୋର୍‌ ଭୋର୍‌ ଘଟିଥିଲା । ପୋଲିସ କହିଛି ଯେ ୧୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ଜଣେ ଶିଶୁ ହସ୍ପିଟାଲରେ ପ୍ରାଣ ତ୍ୟାଗ କରିଥିଲା । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ମୃତକମାନେ ତୀର୍ଥଯାତ୍ରୀ ଥିଲେ । ସେମାନେ କର୍ଣ୍ଣାଟକର ଏକ ଧର୍ମ ସ୍ଥଳ ଅଭିମୁଖେ ଯାଉଥିଲେ । ମୃତକମାନଙ୍କ ମଧ୍ୟରେ ୧୦ ଜଣ ତାମିଲ ନାଡୁର ଓ ତିନି ଜଣ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ବୋଲି ଜଣାଯାଇଛି । ପୋଲିସ କହିଛି ଯେ ମୃତକମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିଲେ ।

ଟୁମାକୁର୍‌ ପୋଲିସ ଅଧୀକ୍ଷକ (SP) କେ. ବାମ୍ସି କ୍ରିଷ୍ଣା କହିଛନ୍ତି:  ‘‘ତେର ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟରାତ୍ରି ପରେ ଏହି ଘଟଣା ଘଟିଛି । ଏକ ରୋଡ ଡିଭାଇଡରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଆଉ ଏକ କାର ତାହା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।’’

ମୃତ ଦେହଗୁଡ଼ିକୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ବାହାର କରିବା ପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡିଥିଲା । ଘଟଣା ସମ୍ବନ୍ଧରେ ଜାଣିବା ପରେ ପୀଡ଼ିତାମାନଙ୍କ ସମ୍ପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
First published: March 6, 2020, 11:52 AM IST
corona virus btn
corona virus btn
Loading