Video: ୟେମେନରେ ବିମାନ ଓହ୍ଲେଇବା ପରେ ଭୀଷଣ ବିସ୍ଫୋରଣ; ୧୩ ଜଣଙ୍କ ମୃତ୍ୟୁ ହେଲାଣି
ଏହି ବିସ୍ଫୋରଣର କିଛି ସମୟ ପୂର୍ବରୁ ସରକାରଙ୍କ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ଧରି ଏକ ବିମାନ ସେଇଠି ପହଞ୍ଚିଥିଲା । ଏହି ମନ୍ତ୍ରୀମାନେ ସାଉଦି ଆରବରୁ ଫେରିଥିଲେ। ୟେମେନରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ଚାଲିଆସୁଛି।

ବିସ୍ଫୋରଣ ହେବାର ଠିକ୍ ପର ମୁହୂର୍ତ୍ତର ଏକ ଛବି (ଏ.ଏନ୍.ଆଇ.)
- News18 Odia
- Last Updated: December 30, 2020, 11:02 PM IST
ଆଡେନ୍: ଆରବ ଦେଶ ୟେମେନରେ (Yemen) ଅବସ୍ଥିତ ଆଡେନ ବିମାନ ବନ୍ଦର (Aden Airport) ବୁଧବାର ଦିନ ବିସ୍ଫୋରଣରେ ଦୋହଲିଯାଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି ବିସ୍ଫୋରଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି ଏହି ବିସ୍ଫୋରଣର କିଛି ସମୟ ପୂର୍ବରୁ ସରକାରଙ୍କ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ଧରି ଏକ ବିମାନ ସେଇଠି ପହଞ୍ଚିଥିଲା । ଏହି ମନ୍ତ୍ରୀମାନେ ସାଉଦି ଆରବରୁ (Saudi Arab) ଫେରିଥିଲେ। ବିଶେଷ କଥା ହେଉଛି ୟେମେନରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ (Civil War) ଚାଲିଆସୁଛି।
ଏହା ବି ପଢ଼ନ୍ତୁ | ଓଲିଉଡ୍ର ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
ପ୍ରଧାନ ମନ୍ତ୍ରୀ ମଇନ୍ ଟ୍ୱିଟର୍ ମାଧ୍ୟମରେ ନିଜେ ସୁରକ୍ଷିତ ଥିବା ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ‘‘ଆମେ ଓ ଆମ ସରକାରଙ୍କ ସଦସ୍ୟମାନେ ଆଡେନର ଅସ୍ଥାୟୀ ରାଜଧାନୀରେ ଅଛୁ । ଏଠି ସବୁ ଠିକ୍ ଅଛି।’’ ସେ ଲେଖିଛନ୍ତି ଯେ ଆଡେନ ବିମାନ ବନ୍ଦରକୁ ଟାର୍ଗେଟ କରୁଥିବା ଏହି ଭୟଭୀତ ଆତଙ୍କବାଦୀ ଆକ୍ରମଣ ୟେମେନ ଦେଶ ତଥା ଏହାର ମହାନ ଲୋକଙ୍କ ବିରୁଦ୍ଧରେ ଚାଲିଥିବା ଯୁଦ୍ଧର ଏକ ଅଂଶ ।
ଦେଖନ୍ତୁ ବିସ୍ଫୋରଣର ଭିଡିଓ:
#WATCH Yemen: At least 5 people killed & dozens more wounded in an attack on Aden airport, shortly after a plane carrying a newly formed govt for Yemen arrived from Saudi Arabia today, reports Reuters quoting a local security source
(Video Source: Reuters) pic.twitter.com/a5Xf7vthzu
— ANI (@ANI) December 30, 2020
ରାଷ୍ଟ୍ରପତି ଅବ୍ଦ ରବ୍ବୋ ମନସୁର ହାଦି ଓ ବିଚ୍ଛିନ୍ନତାବାଦୀ ସଦର୍ଣ୍ଣ ଟ୍ରାନ୍ସମିସନାଲ୍ କାଉନସିଲ (STC) ମଧ୍ୟରେ ଥିବା ମତଭେଦକୁ ସୁଧାରିବା ପାଇଁ ପ୍ରଧାନ ମନ୍ତ୍ରୀ ସଇଦଙ୍କ ନୂଆ କ୍ୟାବିନେଟ ଉଦ୍ଦିଷ୍ଟ ଥିଲା । ଏହି କ୍ୟାବିନେଟ୍ ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ମତଭେଦ ସମାଧାନ କରିବାକୁ ସରକାର ଚେଷ୍ଟା କରିଥିଲେ ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆ
୨୦୧୫ରେ ଏହି ବିବାଦ ତୀବ୍ର ହେବା ପରେ ୟେମେନର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ସେହି ସମୟ ମଧ୍ୟରେ ସାଉଦି ନେତୃତ୍ୱାଧୀନ ଆରବ ରାଷ୍ଟ୍ର ହୌତିମାନଙ୍କୁ ପରାସ୍ତ କରିବା ଓ ରାଷ୍ଟ୍ରପତି ହାଦିଙ୍କ ଶକ୍ତି ଫେରାଇ ଆଣିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ବିଚ୍ଛିନ୍ନତାବାଦୀଙ୍କ ସହ ଆପୋଷ ବୁଝାମଣା କରିବା ପରେ ସରକାରଙ୍କ ସମସ୍ତ ସଦସ୍ୟ ଆଡେନକୁ ଫେରିଥିଲେ। ନୂଆ କ୍ୟାବିନେଟ୍ ରାଷ୍ଟ୍ରପତି ହାଦିଙ୍କ ସରକାରକୁ ଦକ୍ଷିଣ ବିଚ୍ଛିନ୍ନତାବାଦୀଙ୍କ ସହ ଏକଜୁଟ୍ କରିଥିଲେ ।