ଉତ୍ତର ପ୍ରଦେଶର ଫିରୋଜାବାଦରେ ବସ-ଟ୍ରକ ଧକ୍କାରେ ୧୩ ମୃତ, ୩୧ ଆହତ; ଡ୍ରାଇଭର୍ ମଦ ପିଇଥିଲା

ଘରୋଇ ସ୍ଲିପର୍ ଡ଼ବଲ୍ ଡ଼େକର୍ ବସଟି ଏକ କଣ୍ଟେନର୍ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମୁଖ୍ୟ କାରଣ ବସର ଡ୍ରାଇଭର୍ ମଦ ପିଇ ଦୃତ ଗତିରେ ଗାଡ଼ି ଚ଼ଳାଉଥିବା ଜଣା ପଡ଼ିଛି ।

ଉତ୍ତର ପ୍ରଦେଶର ଫିରୋଜାବାଦରେ ବସ-ଟ୍ରକ ଧକ୍କାରେ ୧୩ ମୃତ, ୩୧ ଆହତ; ଡ୍ରାଇଭର୍ ମଦ ପିଇଥିଲା
ବସଟିକୁ କ୍ରେନ୍‌ ସାହାଯ୍ୟରେ ରାସ୍ତାରୁ ହଟାଯାଉଛି ।
  • News18 Odia
  • Last Updated: February 13, 2020, 2:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଫିରୋଜାବାଦର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଘରୋଇ ସ୍ଲିପର୍‌ ବସ୍‌ ସହିତ ଏକ ଟ୍ରକର ଧକ୍କା ହେବା ଫଳରେ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୧ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ମୁଖ୍ୟ କାରଣ ବସର ଡ୍ରାଇଭର୍‌ ମଦ ପିଇ ଦୃତ ଗତିରେ ଗାଡ଼ି ଚ଼ଳାଉଥିବା ଜଣା ପଡ଼ିଛି ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ସୈଫାଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ସାମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଦୁର୍ଘଟଣା କାଲି (ବୁଧବାର) ରାତି ପାଖାପାଖି ୧୦ଟା ବେଳେ ଫିରୋଜାବାଦର ନାଗ୍ଲା ଖଙ୍ଗର ଥାନା ଅଞ୍ଚଳରେ ଘଟିଛି ବୋଲି ପୋଲିସ ଅଧ୍ୟକ୍ଷ (ଗ୍ରାମୀଣ) ରାଜେଶ କୁମାର କହିଛନ୍ତି ।

‘‘ପାଖାପାଖି ୩୧ ଜଣ ଆହତଙ୍କୁ ହସ୍ପିଟାଲରେ ଆଡ଼ମିଟ କରାହୋଇଛି । ୧୩ ଜଣ ମୃତ୍ୟୁ ବରଣ କରିଛନ୍ତି,’’ ସୈଫାଇ ମିନି ପି.ଜି.ଆଇ.ର ଜରୁରୀକାଳୀନ ବିଭାଗର ମେଡ଼ିକାଲ ଅଧିକାରୀ ଡଃ ବିଶ୍ବ ଦିପକ ଖବର ଏଜେନ୍ସି ଏ.ଏନ୍‌.ଆଇ.କୁ କହିଛନ୍ତି ।

ରାଜେଶ କୁମାର ଖବର ଏଜେନ୍ସି ପିଟିଆଇ ମାଧ୍ୟମରେ କହିଛନ୍ତି ଯେ ସ୍ଲିପର ବସଟି ଦିଲ୍ଲୀରୁ ମୋତିହାରି (ବିହାର) ଅଭିମୁଖେ ଯାଉଥିଲା । ସେହି ଡ଼ବଲ ଡ଼େକର ବସଟି ଏକ କଣ୍ଟେନର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସେ କହିଛନ୍ତି ଯେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଏଟାୱାର ସୈଫାଇ ହସ୍ପିଟାଲକୁ ପଠାଯାଇଛି

ଦୁର୍ଘଟଣାର କ୍ଷତିପୂରଣ ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧ୍ୟକ୍ଷକ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ କ୍ଷତିପୂରଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଲକ୍ଷ୍ନୌରୁ ଜାରି ହୋଇଥିବା ରାଜ୍ୟ ସରକାରଙ୍କ ଏକ ବିବୃତିରେ କୁହାଯାଇଛି ଯେ ଆହତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚ଼ିକିତ୍ସା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
First published: February 13, 2020, 2:40 PM IST
corona virus btn
corona virus btn
Loading