Gen Bipin Rawat helicopter crash: ୧୩ଟି ମୃତ ଦେହକୁ DNA ପରୀକ୍ଷା ଦ୍ୱାରା ଚିହ୍ନଟ କରାଯିବ

13 bodies to be identified by DNA test in Gen Bipin Rawat helicopter crash | ଜେନେରାଲ ବିପିନ ରାୱତ ସକାଳ ୯ଟାରେ ଦିଲ୍ଲୀ ଛାଡିଥିଲେ । ମଧ୍ୟାନ୍ନ ପ୍ରାୟ ୧୨ଟା ୨୦ରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନା ଶିବିରରେ ପହଞ୍ଚିବାର ମାତ୍ର ପା଼ଞ୍ଚ ମିନିଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା ।

ପତ୍ନୀଙ୍କ ସହ ବିପିନ ରାୱତ (ଫାଇଲ ଫଟୋ); (ଡାହାଣ) ହେଲିକପ୍ଟର ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

ପତ୍ନୀଙ୍କ ସହ ବିପିନ ରାୱତ (ଫାଇଲ ଫଟୋ); (ଡାହାଣ) ହେଲିକପ୍ଟର ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ:  ତାମିଲ ନାଡୁର କୁନୁର ନିକଟରେ ଭାରତୀୟ ବାୟୁ ସେନାର (Indian Airforce) ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (helicopter crash) ହେବା ପରେ ଭାରତୀୟ ସାମରିକ ବାହିନୀର ମୁଖ୍ୟ ଝେନେରାଲ୍‌ ବିପିନ ରାୱତଙ୍କ (General Bipin Rawat) ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରାଯାଇଛି । ଏହି ଘଟଣା ସାରା ଦେଶରେ ଶୋକର ଲହରୀ ଖେଳାଇ ଦେଇଛି । ମୃତ ଦେହଗୁଡ଼ିକୁ ଡି.ଏନ୍‌.ଏ. ପରୀକ୍ଷା ଦ୍ୱାରା ଚିହ୍ନଟ କରାଯିବ ।

ସୂତ୍ରରୁ ପ୍ରକାଶ ଯେ ତାମିଲ ନାଡୁରେ ହୋଇଥିବା ସାମରିକ ହେଲିକପ୍ଟର୍‌ ଦୁର୍ଘଟଣାରେ ସେହି ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁ ସେନା କହିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ହେଲିକପ୍ଟରରେ ବସି ସି.ଡି.ଏସ୍. ବିପିନ ରାୱତ୍ (CDS Bipin Rawat) ୱେଲିଙ୍ଗଟନ୍ନରେ ଥିବା ଡିଫେନ୍ସ ଷ୍ଟାଫ୍ କଲେଜକୁ ଯାଉଥିଲେ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଜେନେରାଲ ରାୱତ ସକାଳ ୯ଟାରେ ଦିଲ୍ଲୀ ଛାଡିଥିଲେ । ବୁଧବାର ମଧ୍ୟାନ୍ନ ପ୍ରାୟ ୧୨ଟା ୨୦ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନା ଶିବିରରେ ପହଞ୍ଚିବାର ମାତ୍ର ପା଼ଞ୍ଚ ମିନିଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା ।

ପତ୍ନୀ ମଧୁଲିକା ରାୱତଙ୍କ ସହ ବିପିନ ରାୱତ (ଫାଇଲ ଫଟୋ, ପି.ଟି.ଆଇ.)


ଏହା ବି ପଢ଼ନ୍ତୁ | Tomato Price: ଟମାଟୋରେ ଲାଗିଛି ନିଆଁ; ଏହି ସ୍ଥାନରେ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି

ହେଲିକପ୍ଟରରେ ବିମାନ ଚଳାଚଳ ବିଭାଗର ମୁଖ୍ୟ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ପ୍ରତିରକ୍ଷା ସହାୟକକାରୀ, ସୁରକ୍ଷା କମାଣ୍ଡୋ ଓ ବାୟୁସେନା ପାଇଲଟଙ୍କ ସମେତ ମୋଟ ୧୪ ଜଣ ଲୋକ ଥିଲେ । ତାମିଲନାଡୁର ମୁଖ୍ୟ ମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ କହିଛନ୍ତି ଯେ ସେ ସି.ଡି.ଏସ୍‌. ବିପିନ୍ ରାୱତଙ୍କ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନକୁ ଯାଉଛନ୍ତି । ଉଦ୍ଧାର କାର୍ଯ୍ୟରେ ସବୁ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ନୋବେଲ୍ ପୁରସ୍କାର ବିଜୟିନୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୧୦୦ ବର୍ଷ ଜେଲ୍ ଦଣ୍ଡ ମିଳିପାରେ; ଜାଣନ୍ତୁ କାହିଁକି

ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୃପ୍‌ କ୍ୟାପଟେନ ବରୁଣ ସିଂଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ହେଲିକପ୍ଟରରେ ଥିବା ୯ ଜଣ ଯାତ୍ରୀଙ୍କ ତାଲିକା ଜାରି କରିଥିଲା ସେନା । ସେମାନେ ହେଲେ ସି.ଡି.ଏସ୍‌. ବିପନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ୍. ଏସ୍. ଲିଦ୍ଦର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରିଜିନ୍ଦର ସିଂହ, ଲାନ୍ସ ନାଏକ ଗୁରୁସେବକ ସିଂହ, ଲାନ୍ସ ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇତେଜା ଓ ହାବିଲଦାର ସତପାଲ।

ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

ଦିଲ୍ଲୀରୁ ବୁଧବାର ସକାଳ ୯ଟାରେ ବାହାରିଥିଲା CDS ବିପିନ ରାୱତଙ୍କ ସ୍ବତନ୍ତ୍ର ହେଲିକପ୍ଟର। ଦିନ ୧୧ଟା ୩୫ରେ ସୁଲୁରରେ ଓହ୍ଲାଇଥିଲା ଏହି ହେଲିକପ୍ଟର । ଦିନ ୧୧ଟା ୪୫ରେ ସୁଲୁରରୁ ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସୁଲୁରଠାରୁ ଗନ୍ତବ୍ୟ ସ୍ଥଳର ଦୂରତା ଥିଲା ୯୪ କିଲୋମିଟର । ଆଉ ୫ ମିନିଟ ପରେ ୱେଲିଂଟନରେ ପହଞ୍ଚି ଥାଆନ୍ତା ଏହି ହେଲିକପ୍ଟର୍‌ ।ହେଲେ ୧୨ଟା ୨୦ରେ କଟ୍ଟାରି ଅଞ୍ଚଳରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; ‘‘ସେ ଆଘାତ ସବୁ ଦିନ ରହିବ’’

ୱେଲିଂଟନ ପହଞ୍ଚିବାକୁ ଆଉ ମାତ୍ର ୧୬ କିମି ବାକିଥିବା ବେଳେ ଦୁର୍ଘଟଣା ହୋଇଥିଲା । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ଜଣାପଡ଼ି ନାହିଁ। ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
Published by:Anand S.T. Das
First published: