ମନି ଲଣ୍ଡରିଂ ମାମଲା: ୧୨୨ ସାଂସଦ ଓ ବିଧାୟକଙ୍କ ବିରୋଧରେ ED; ୧୨୧ ଜଣଙ୍କ ଯାଞ୍ଚ କରୁଛି CBI

ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଅନେକ ସାଂସଦଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟରୁ ୨୮ଟି ମାମଲାରେ ବିଚାରାଧୀନ ଅଛି ଓ ୧୦ଟି ମାମଲା ନିମ୍ନ ଅଦାଲତରେ ମାମଲା ରୁଜୁ କରାଯିବା ପର୍ଯ୍ୟାୟରେ ଅଛି।

୧୨୨ ସାଂସଦ ଓ ବିଧାୟକଙ୍କ ବିରୋଧରେ ED

୧୨୨ ସାଂସଦ ଓ ବିଧାୟକଙ୍କ ବିରୋଧରେ ED

  • Share this:
News18 Odia Digital

ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମ କୋର୍ଟଙ୍କୁ ସୂଚନା ଦିଆଯାଇଥିଲା ଯେ ୧୨୨ ସାଂସଦ ଓ ବିଧାୟକଙ୍କୁ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ କରାଯାଇଛି ଓ ସେମାନଙ୍କୁ ଇନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଯାଞ୍ଚ କରାଯାଉଥିବା ବେଳେ ଅନ୍ୟ ୧୨୧ ଜଣଙ୍କୁ ବିରୋଧରେ କେନ୍ଦ୍ରୀୟ ଅପରାଧ ବ୍ୟୁରୋ (ସିବିଆଇ) ଦ୍ୱାରା ବିଭିନ୍ନ ଅପରାଧରେ ମାମଲା ରୁଜୁ କରାଯାଇଛି।

ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସାଂସଦଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟରୁ ୨୮ଟି ମାମଲାରେ ବିଚାରାଧୀନ ଅଛି ଓ ୧୦ଟି ମାମଲା ନିମ୍ନ ଅଦାଲତରେ ମାମଲା ରୁଜୁ କରିବା ପର୍ଯ୍ୟାୟରେ ଅଛି।

ସର୍ବୋଚ୍ଚ ଅଦାଲତଙ୍କୁ ମଧ୍ୟ କୁହାଯାଇଛି ଯେ ୨୦୧୩ ମୁଜାଫରନଗର ଦଙ୍ଗା ସହ ଜଡ଼ିତ ୭୭ଟି ମାମଲା ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା କ୍ରାଇମ୍ ବ୍ରାଞ୍ଚର ଧାରା ୩୨୧ ଅନୁଯାୟୀ ପ୍ରତ୍ୟାହାର କରାଯାଇଛି । ଏଥି ପାଇଁ କୌଣସି କାରଣ ଦିଆଯାଇ ନାହିଁ।

ପ୍ରଧାନ ବିଚାରପତି ଏନ.ଭି ରାମଣ, ଜଷ୍ଟିସ ଡି. ଚନ୍ଦ୍ରଚୁଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏକ ବେଞ୍ଚ ବୁଧବାର ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ବାରା ଦାଖଲ ହୋଇଥିବା ପିଏଲ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି।

ସାଂସଦ ତଥା ବିଧାୟକଙ୍କ ବିରୋଧରେ ପଞ୍ଜୀକୃତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏହି ମାମଲାରେ ଅଦାଲକ ମିତ୍ର ଭାବରେ ନିଯୁକ୍ତ ବରିଷ୍ଠ ଓକିଲ ବିଜୟ ହନସାରିଆଙ୍କ ଦ୍ବାରା ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ବିଧାନସଭା ଓ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ଇଡି ଦାଖଲ କରିଥିବା ୪୮ ମାମଲାରେ ଅନୁସନ୍ଧାନ ବିଚାରାଧୀନ ଅଛି । ସେହି ପରି ୧୫ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଧାରିତ କରିବା ପର୍ଯ୍ୟାୟରେ ଅଛି ।

ଓକିଲ ସ୍ନେହା କାଲିତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ମାଧ୍ୟମରେ ଏହି ସୂଚନା କୋର୍ଟକୁ ଦିଆଯାଇଥିଲା । ହନସାରିଆ କହିଛନ୍ତି ଯେ ଯେଉଁ ଅଦାଲତରେ ମାମଲା ବିଚାରାଧୀନ ଅଛି, ତାହା ଦୈନିକ ଶୁଣାଣି ଆଧାରରେ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ
Published by:Lipina Das
First published: