News18 Odia Digital
ନୂଆ ଦିଲ୍ଲୀ: ଇରାନରେ ବିକ୍ଷୋଭ ରୋକିବାକୁ ବଡ଼ ଷଡ଼ଯନ୍ତ୍ର। ଏକାଥରେ ୧୨ଶହ ପିଲା ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି।
ବିଶ୍ୱବିଦ୍ୟାଳୟର ଛାତ୍ରମାନେ ହିଯାବ ବିରୋଧ ପାଇଁ ଯୋଜନା କରୁଥିଲେ। କିନ୍ତୁ ତା ପୂର୍ବ ରାତିରେ ସେମାନଙ୍କ ଦେହ ଅଚାନକ ଅସୁସ୍ଥ ହୋଇପଡିଲା। ସେମାନେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ସେମାନଙ୍କର ଏପରି ଅବସ୍ଥା ହୋଇଛି। ବିକ୍ଷୋଭ ରୋକିବାକୁ ସରକାର ଜାଣିଶୁଣି ଏପରି କରିଛନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି।
ଏହା ପରେ ଖରାଜମି ଓ ଅର୍କ ବିଶ୍ୱବିଦ୍ୟାଳୟର ପିଲାମାନେ ଖାଦ୍ୟ ବର୍ଜନ କରିଛନ୍ତି। ଖରାପ ପାଣି ଯୋଗୁଁ ଏପରି ହୋଇଛି ବୋଲି ସଫେଇ ଦେଇଛି ବିଶ୍ୱବିଦ୍ୟାଳୟ।
ବର୍ତ୍ତମାନ ଇରାନରେ ହିଜାବ ବିବାଦକୁ ନେଇ ପ୍ରଦର୍ଶନ ଜାରି ରହିଛି। ବିଭିନ୍ନ ଦିନ ଭିନ୍ନ ଭିନ୍ନ ସଂଗଠନ ଆନ୍ଦୋଳନ କରୁଛନ୍ତି। ସେହି କ୍ରମରେ ଛାତ୍ର ସଂଗଠନ ମଧ୍ୟ ଆନ୍ଦୋଳନ କରିବାକୁ ପ୍ଲାନ କରୁଥିଲା। କିନ୍ତୁ ତା ପୂର୍ବରୁ ଏଭଳି ଅଘଟଣ ଘଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।