ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କର୍ପିଓ ସହ ଟ୍ରାକ୍ଟରର ଧକ୍କାରେ ୧୨ ମୃତ, ୪ ଆହତ

ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓରେ ବସିଥିବା ଲୋକେ ଦିନ ମଜୁରିଆ ଥିଲେ ଓ ହୋଲି ପାଇଁ ନିଜ ଘରକୁ ଫେରୁଥିଲେ । ଓଲଟା ଦିଗରୁ ଆସୁଥିବା ଇଟା ବୋଝେଇ ଟ୍ରାକ୍ଟର୍ ସହ ସ୍କର୍ପିଓର ମୁହାଁମୁହିଁ ଧକ୍କା ହୋଇଥିଲା ।

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କର୍ପିଓ ସହ ଟ୍ରାକ୍ଟରର ଧକ୍କାରେ ୧୨ ମୃତ, ୪ ଆହତ
ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାରେ ଆଜି ଏକ ସ୍କର୍ପିଓ ଓ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବା ଫଳରେ ପାଖାପାଖି ୧୨ ଜଣଙ୍କର ମୃତ୍ୟୁ ହେବା ସହ ଚ଼ାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ଜିଲ୍ଲାପାଳ ଚ଼ନ୍ଦ୍ରଶେଖର ସିଂ କହିଛନ୍ତି ଯେ ପାଟନାଠାରୁ ପାଖାପାଖି ୮୦ କିଲୋମିଟର ଉତ୍ତରରେ ଥିବା କାଣ୍ଟି ଅଞ୍ଚଳର ୨୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ୧୪ ଜଣଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓର ଓଲଟା ଦିଗରେ ଗାଡ଼ି ଚ଼ଳାଉଥିବା ଏକ ଇଟା ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ।

ହଥୌରି ଅଞ୍ଚଳର ଏକ ଗାଁରୁ ଆସିଥିବା ସ୍କର୍ପିଓ ଯାତ୍ରୀମାନେ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ବକ୍ସରରୁ ହୋଲି ପାଇଁ ନିଜ ଘରକୁ ଫେରୁଥିଲେ । ସେମାନେ ବକ୍ସରରେ ଦୈନିକ ଶ୍ରମିକ ଭାବେ କାମ କରୁଥିଲେ ।

ମୁହାଁମୁହିଁ ଧକ୍କା ହେବା ଫଳରେ ସେହି ସ୍କର୍ପିଓରେ ଥିବା ସାତ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚ଼ାରି ଜଣ ଆହତଙ୍କୁ ହସ୍ପିଟାଲକୁ ପଠାଯାଇଥିଲା । ଟ୍ରାକ୍ଟରରେ ଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏସ୍.ୟୁ.ଭି.ରେ ଥିବା ତିନି ଜଣ ଯାତ୍ରୀଙ୍କର ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଚନ୍ଦ୍ରଶେଖର ସିଂ କହିଛନ୍ତି ।

ଏହି ଦୁର୍ଘଟଣା ପରେ ବହୁ ସମୟ ଧରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ପୋଲିସ ଶୀଘ୍ର ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ସହ ପହଞ୍ଚିଥିଲା ଓ ରାସ୍ତା ସଫା ହେବା ପରେ ଯାନବାହନ ଚ଼ଳାଚ଼ଳ ହୋଇଥିଲା ।

ଜିଲ୍ଲାପାଳ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୀତି ଅନୁସାରେ ପ୍ରତି ମୃତକଙ୍କ ପରିବାରକୁ ଚ଼ାରି ଲକ୍ଷ୍ୟ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।
First published: March 7, 2020, 2:15 PM IST
corona virus btn
corona virus btn
Loading