ମୋରବି ବ୍ରିଜ ଭୁଷୁଡ଼ିବା ମାମଲା: BJP ସାଂସଦଙ୍କ ପରିବାରର ୧୨ ମୃତ; ୫ବର୍ଷର ଶିଶୁର ବି ଯାଇଛି ଜୀବନ

ମୋରବି ବ୍ରିଜ ଭୁଷୁଡ଼ିବାରୁ ରାଜକୋଟର ବିଜେପି ସାଂସଦଙ୍କ ପରିବାରର ୧୨ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ସେଥିମଧ୍ଯରେ ୫ବର୍ଷର ଶିଶୁ ମଧ୍ଯ ଅଛି ।

ବିଜେପି ସାଂସଦ (ପ୍ରତୀକାତ୍ମକ ଛବି)

ବିଜେପି ସାଂସଦ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ଗୁଜରାଟରେ ରବିବାର ସନ୍ଧ୍ୟାରେ ମୋରବି ବ୍ରିଜ ଭୁଷୁଡ଼ି ଅନେକ ଲୋକଙ୍କ ମୃତ୍ୟୁ ଘଟଣା ହୃଦୟ ଦୋହଲାଇ ଦେଇଛି। ଏହି ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜକୋଟର ବିଜେପି ସାଂସଦ ମୋହନଭାଇ କଲ୍ୟାଣଜୀ କୁନ୍ଦରିଆଙ୍କ ପରିବାରର ୧୨ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଭଉଣୀ ପରିବାରରୁ ଆସିଥିବା ପରିବାର ସଦସ୍ୟଙ୍କ ସହ ୧୨ଜଣଙ୍କୁ ହରାଇଛି ବୋଲି ସାଂସଦ କହିଛନ୍ତି।

ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହି ଦୁର୍ଘଟଣାରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ନଦୀରେ ଫସି ରହିଥିବା ଲୋକଙ୍କ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ଓ ଉଦ୍ଧାର ଡଙ୍ଗା ମଧ୍ୟ ଘଟଣାସ୍ଥଳରେ ଅଛି।

https://odia.news18.com/news/trending/gujarat-morbi-bridge-collapse-death-total-rescued-latest-news-and-updates-2lpd-311022-lpd-133221.html

ଗୁଜୁରାଟର ମୋରବି ସହରରେ ମାଚ୍ଛୁ ନଦୀ ଉପରେ ଏକ ଶତାବ୍ଦୀ ପୁରୁଣା ସେତୁ ଭୁଷୁଡ଼ିବା ପରେ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିଲା। NDRF, ସେନା, SDRF ଓ ସ୍ଥାନୀୟ ପ୍ରଶାସନର ପାଞ୍ଚଟି ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ସେତୁ ଖୋଲିବାକୁ କିପରି ଅନୁମତି ଦିଆଗଲା ବୋଲି ପଚରାଯିବାରୁ ବିଜେପି ସାଂସଦ କହିଛନ୍ତି ଯେ ଏହି ଦୁଃଖଦ ଘଟଣା କିପରି ସାମ୍ନାକୁ ଆସିଛି ସେନେଇ ତଦନ୍ତ କରାଯିବ। ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବ। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା, ଶିଶୁ ଓ ସ୍ଥାନୀୟ ଲୋକ ଥିଲେ।

https://odia.news18.com/news/trending/gujarat-morbi-bridge-collapse-ndrf-air-force-and-navy-team-leave-for-relief-and-rescue-3ssd-31102022-ssd-133205.html

ଗୃହମନ୍ତ୍ରୀ ହର୍ଷ ସଙ୍ଘଭୀ କହିଛନ୍ତି ଯେ ଆଇପିସିର ଧାରା ୩୦୪, ୩୦୮ ଏବଂ ୧୧୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ରେଞ୍ଜ ଆଇଜିପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ଏକ ଉଚ୍ଚ ଶକ୍ତି କମିଟି ଗଠନ କରାଯାଇଛି ବୋଲି ହର୍ଷ କହିଛନ୍ତି। ବିଭିନ୍ନ ସ୍ଥାନରେ ପୋଷ୍ଟ କରାଯାଇଥିବା ସମସ୍ତ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗୁଜୁରାଟ ଗୃହମନ୍ତ୍ରୀ କହିଛନ୍ତି ଯେ ନୌସେନା, ଏନଡିଆରଏଫ, ବାୟୁସେନାର ୨୦୦ କର୍ମଚାରୀ ରାତିସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
Published by:Soumya Das
First published: