ଉତ୍ତରପ୍ରଦେଶରେ କାନ୍ଥ ଭୁଷୁଡି ୧୨ ଜଣଙ୍କର ମୃତ୍ୟୁ; ଦୁଃଖ ପ୍ରକାଶ କଲେ CM ଯୋଗୀ

ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଶୁକ୍ରବାର ଲକ୍ଷ୍ନୌ ଓ ଉନ୍ନାଓରେ ଦୁଇଟି ସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ଉଭୟ ସ୍ଥାନରେ କାନ୍ଥ ଭୁଷୁଡିବା କାରଣରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ଉତ୍ତରପ୍ରଦେଶରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ; ଦୁଃଖ ପ୍ରକାଶ କଲେ CM ଯୋଗୀ (photo-ANI)

ଉତ୍ତରପ୍ରଦେଶରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ; ଦୁଃଖ ପ୍ରକାଶ କଲେ CM ଯୋଗୀ (photo-ANI)

  • News18 Odia
  • Last Updated :
  • Uttar Pradesh, India
  • Share this:
News 18 Odia Digital

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଶୁକ୍ରବାର ଲକ୍ଷ୍ନୌ ଓ ଉନ୍ନାଓରେ ଦୁଇଟି ସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ଉଭୟ ସ୍ଥାନରେ କାନ୍ଥ ଭୁଷୁଡିବା କାରଣରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଲକ୍ଷ୍ନୌରେ ୯ ଜଣ ଏବଂ ଉନ୍ନାଓରେ ୩ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ସିଏମ୍ ଯୋଗୀ କହିଛନ୍ତି ଯେ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର ଆପଣଙ୍କ ସହ ଅଛନ୍ତି ।



ଲକ୍ଷ୍ନୌରେ ମହିଳା ଏବଂ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ

ଶୁକ୍ରବାର ଦିନ ଲକ୍ଷ୍ନୌର ଦିଲ୍କୁଶା ଅଞ୍ଚଳରେ ପ୍ରବଳ ବର୍ଷା ହେତୁ କାନ୍ଥ ଭୁଷୁଡିବା ପରେ ମହିଳା ଓ ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ସୂଚନା ପାଇ ସାଙ୍ଗେ ସାଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଲକ୍ଷ୍ନୌର ଯୁଗ୍ମ ପୋଲିସ କମିଶନର କହିଛନ୍ତି ଦିଲ୍କୁଶା ଅଞ୍ଚଳରେ ଏକ ସେନା ଏନକ୍ଲେଭ ବାହାରେ କିଛି ଶ୍ରମିକ କାନ୍ଥ ନିକଟରେ ରହୁଥିଲେ। ରାତାରାତି ପ୍ରବଳ ବର୍ଷା ହେତୁ ଆର୍ମି ଏନକ୍ଲେଭ କାନ୍ଥ ଭୁଷୁଡି ପଡ଼ିବାରୁ ଏଭଳି ଘଟଣା ଘଟିଛି ।


ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ


ଏଥି ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ଷ୍ନୌ ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।



ବର୍ଷା ଗୋରଖପୁରରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଗୋରଖପୁର ଜିଲ୍ଲାରେ ୧୫୮ ମିଲିମିଟର ବର୍ଷା ହୋଇଛି, ଦେଓରିଆ ଜିଲ୍ଲାର ୧୦୭.୫ ମିଲିମିଟର, ମହାରାଜଗଞ୍ଜରେ ୯୦, ବସ୍ତିରେ ୮୩.୮ , ସିଦ୍ଧାର୍ଥନଗର ଜିଲ୍ଲାର ୭୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଗୋରଖପୁରରେ ବର୍ଷା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ଏହି ସମୟ ମଧ୍ୟରେ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
Published by:Sujit Swain
First published: