ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା

ଏହି ପରିବାରର ଛଅ ଜଣ ବୟସ୍କ ଓ ପାଞ୍ଚ ଜଣ ପିଲା (ସାତ ଜଣ ମହିଳା ଓ ଚାରି ଜଣ ପୁରୁଷ) ପ୍ରାଣ ହରାଇଛନ୍ତି । ଏହି ପରିବାରର ବୃତ୍ତିରେ ନର୍ସ ଥିବା ଜଣେ ଭଉଣୀ ନିଜ ଭାଇକୁ ରାଖୀ ବାନ୍ଧିବାକୁ ଆସିଥିଲେ ଓ ସେଇଠି ରହିଯାଇଥିଲେ ।

ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • News18 Odia
  • Last Updated: August 9, 2020, 3:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯୋଧପୁର: ରାଜସ୍ଥାନର (Rajasthan) ଯୋଧପୁର ଜିଲ୍ଲାରେ (Jodhpur) ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେଠାରେ ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ (Pakistani refugees) ମୃତ୍ୟୁ ଘଟିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୋଲିସ ପ୍ରଶାସନ ଏହି ଘଟଣା ପରେ ବିବ୍ରତ ହୋଇପଡ଼ିଛନ୍ତି । ସୂଚନା ପାଇବା ପରେ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଓ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଏହି ଘଟଣା ଦେସୁ ପୋଲିସ ଷ୍ଟେସନ ଅଞ୍ଚଳରେ (Desu Police Station) ଅବସ୍ଥିତ ଲୋଡା ଗାଁରେ ଘଟିଛି । କୁହାଯାଉଛି ଯେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ପ୍ରାଥମିକ ତଦନ୍ତରୁ ବିଷାକ୍ତ ଗ୍ୟାସ ସୁଙ୍ଘିବା ଦ୍ୱାରା ବା ବିଷାକ୍ତ ଦ୍ରବ୍ୟ ଖାଇବା ଦ୍ୱାରା ଏହି ଲୋକମାନଙ୍କ ମୃତ୍ୟୁ ହୋଇଥିବାର ସମ୍ଭାବନା ଅଛି । ଦେସୁ ପୋଲିସ ଷ୍ଟେସନ ଅଧିକାରୀ ହନୁମାନା ରାମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ହନୁମାନା ରାମ କହିଛନ୍ତି ଯେ ଏହି ପରିବାର ଏକ ବିସ୍ଥାପିତ ପାକିସ୍ତାନୀ ପରିବାର ଥିଲା ଓ ଏଠାରେ କୃଷି କାର୍ଯ୍ୟ କରୁଥିଲା । ଥାନାଧିକାରୀ କହିଛନ୍ତି ଯେ ସମ୍ଭବତଃ କୌଣସି ବିଷାକ୍ତ ପଦାର୍ଥ ଖାଇ ବା କିଛି ବିଷାକ୍ତ ଗ୍ୟାସ ସୁଙ୍ଘିଥିବା ଯୋଗୁଁ ଏହି ପରିବାରର ସବୁ ଲୋକ ମୃତ୍ୟୁ ବରଣ କରିଛନ୍ତି । ଛଅ ଜଣ ବୟସ୍କ ଓ ପାଞ୍ଚ ଜଣ ପିଲା ପ୍ରାଣ ହରାଇଛନ୍ତି। ଥାନାଧିକାରୀ ହନୁମାନା ରାମ କହିଛନ୍ତି ଯେ ମୃତକମାନଙ୍କ ମଧ୍ୟରେ ସାତ ଜଣ ମହିଳା ଏବଂ ଚାରି ଜଣ ପୁରୁଷ ଅଛନ୍ତି ।

ଭଉଣୀ ରାଖୀ ବାନ୍ଧିବାକୁ ଆସିଥିଲେ

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରିବାରର ବୃତ୍ତିରେ ନର୍ସ ଥିବା ଜଣେ ଭଉଣୀ ତାଙ୍କ ଭାଇଙ୍କୁ ରାଖୀ ବାନ୍ଧିବାକୁ ଏଠାକୁ ଆସିଥିଲେ । ଏହା ପରେ ସେ ଏଇଠି ରହିବା ଆରମ୍ଭ କରିଥିଲେ । କିଛି ଲୋକ ଅନୁମାନ କରୁଛନ୍ତି ଯେ ଭଉଣୀ ଜଣକ ପ୍ରଥମେ ପରିବାରର ୧୦ ଜଣଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇଥିଲେ ଓ ପରେ ନିଜକୁ ବି ସେହି ଇଞ୍ଜେକ୍ସନ ଦେଇଥିଲେ, ଯାହା ପରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୭୨; ପୁଣି ୧,୭୩୪ ନୂଆ ମାମଲା ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ​​ଯେ ଏହି ପରିବାରରେ ମୋଟ ୧୧ ଜଣ ଲୋକ ଥିଲେ ଓ ଜଣେ ଭଉଣୀ ଏଠାକୁ ରହିବାକୁ ଆସିଥିଲେ । ତା’ ପରେ ସେଠାରେ ସମୁଦାୟ ୧୨ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପରିବାରର ଜଣେ ସଦସ୍ୟ ଖେତରେ ଥିବା ଟ୍ୟୁବୱେଲ୍‌ ଆଡ଼କୁ ଯାଇଥିଲେ ଓ ସେ କହିଛନ୍ତି ଯେ ରାତିରେ ତାଙ୍କୁ ସେଇଠି ନିଦ ଆସିଯାଇଥିଲା ଓ ସେ ସେଇଠି ହିଁ ଶୋଇପଡ଼ିଥିଲେ । ସେ ସକାଳେ ଆସି ଦେଖିଲେ ଯେ ପୂରା ପରିବାର ମରି ଶୋଇଛନ୍ତି ।



FSL ଟିମକୁ ଘଟଣା ସ୍ଥଳକୁ ଡକାଗଲା

ବର୍ତ୍ତମାନ କାହାକୁ ବି ଘଟଣା ସ୍ଥଳକୁ ଯିବାକୁ ଦିଆଯାଉ ନାହିଁ । ଘଟଣା ଘଟିଥିବା କୋଠରୀକୁ ପୋଲିସ ନିଷିଦ୍ଧ କରିଛି । ବର୍ତ୍ତମାନ ପୋଲିସ FSL ଟିମର ସେଠାରେ ପହଞ୍ଚିବାକୁ ଅପେକ୍ଷା କରିଛି । FSL ଦଳ ସେହି ସ୍ଥାନରେ ସମସ୍ତ ପ୍ରମାଣ ସଂଗ୍ରହ କରି ଏହି ମାମଲାରେ ତଦନ୍ତକୁ ସଠିକ୍ ଦିଗ ଦେଇପାରିବ । ବର୍ତ୍ତମାନ ହତ୍ୟା, ଆତ୍ମହତ୍ୟା ଓ ଦୁର୍ଘଟଣା ସମେତ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି । ସନ୍ଦେହରେ ପରିବାରର ଏକ ମାତ୍ର ବଞ୍ଚିଥିବା ସଦସ୍ୟକୁ ବି ପୋଲିସ ସନ୍ଦେହ ନଜରରେ ଦେଖୁଛି ।
Published by: Anand Shankar Thankur Das
First published: August 9, 2020, 3:50 PM IST
corona virus btn
corona virus btn
Loading