ମହାରାଷ୍ଟ୍ର ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ: ୧୧ ମୃତ, ୬୦୦ ଅସୁସ୍ଥ

୧୦୦୦ ଜଣ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା। ପ୍ରବଳ ଖରାରେ ପ୍ରାୟ ୬ ଘଣ୍ଟା ବିନା ଟେଣ୍ଟରେ ଲୋକମାନେ ବସିଥିଲେ ।

 ଭୂଷଣ ପୁରସ୍କାର ଉତ୍ସବ

ଭୂଷଣ ପୁରସ୍କାର ଉତ୍ସବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମହାରାଷ୍ଟ୍ର: ମହାରାଷ୍ଟ୍ର(Maharashtra)ର ଖରଘରଠାରେ ଅଂଶୁଘାତ(Heat Stroke)ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଭୂଷଣ ପୁରସ୍କାର (Bhushan Award Ceremony) ପ୍ରଦାନ ଉତ୍ସବ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି।

ରବିବାର ଅପରାହ୍ଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ ଉତ୍ସବ ଯୋଗ ଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ। ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଯୋଗ ଦେଇଥିଲେ। ଖୋଲା ଆକାଶ ତଳେ ପ୍ରବଳ ଗରମ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା । ଉତ୍ସବ ଚାଲିଥିବା ବେଳେ ଅଧିକାଂଶ ଲୋକ ତଳେ ବେହୋସ ହୋଇ ପଡ଼ିଯାଇଥିଲେ।

ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାଭି ମୁମ୍ବାଇ ସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲରେ ପୀଡ଼ିତମାନଙ୍କୁ ଭେଟି ସ୍ୱାସ୍ଥ୍ଯବସ୍ଥା ବାବଦରେ ପଚାରିବୁଝିଥିଲେ। ଏଥିସହିତ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ‌ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କେବେ ବି ଏହି ୩ଜଣଙ୍କ ହାତରୁ ଗ୍ରହଣ କରନ୍ତୁନି ଖାଦ୍ୟ! ଚାଲିଯିବ ଜୀବନ

ଏହି ଉତ୍ସବରେ ପ୍ରାୟ ୨୦ ଲକ୍ଷ ଲୋକ ଯୋଗ ଦେଇଥିଲେ। କିନ୍ତୁ ପୋଲିସ ହିସାବରେ ଏହି ସଂଖ୍ଯା କମ ଥିଲା । କେବଳ ମହାରାଷ୍ଟ୍ର ନୁହେଁ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟରୁ ଲୋକମାନେ ମଧ୍ଯ ଏହି ଉତ୍ସବରେ ଯୋଗ ଦେଇଥିଲେ। ଖରାରେ ସେମାନେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ବସି ରହିଥିଲେ। ଦୁଇଟି ଟେଣ୍ଟ ହୋଇଥିଲା ଯେଉଁଥିରେ କି ୧୦୦୦ ଜଣ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା। ଉତ୍ସବର ଆୟୋଜନ ଅତି ନିମ୍ନମାନର ଥିଲା ଓ  ପରିଚାଳନା ଠିକ୍ ନଥିଲା ବୋଲି ଖରଘରର ବାସିନ୍ଦା ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ।
Published by:Soumya Das
First published: