ସାନଭାଇ ମାଡ ମାରିବା ଯୋଗୁଁ ୧୦ ବର୍ଷର ଝିଅ ଫାଶୀ ଲଗାଇ ଜୀବନ ହାରିଦେଲା

ଶିଶୁର ମା'ଙ୍କର ପୂର୍ବରୁ ମୃତ୍ୟୁ ଘଟିଛି ଓ ବାପା ଘର ଛାଡି ଚାଲିଯାଇଛନ୍ତି । ବଡ଼ ଭଉଣୀ ତାଙ୍କର ଲାଳନପାଳନ କରୁଥିଲେ । ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସାନଭାଇଙ୍କ ସହ ଝଗଡା ପରେ ସେ ନିଜ ଦୁପଟାରେ ଫନ୍ଦା ତିଆରି କରି ଫାଶୀ ଲଗାଇ ଦେଇଥିଲେ ।

ସାନଭାଇ ମାଡ ମାରିବା ଯୋଗୁଁ ୧୦ ବର୍ଷର ଝିଅ ଫାଶୀ ଲଗାଇ ଜୀବନ ହାରିଦେଲା
୧୦ ବର୍ଷର ଝିଅ ଫାଶୀ ଲଗାଇ ଜୀବନ ହାରିଦେଲା
  • News18 Odia
  • Last Updated: March 14, 2021, 3:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଆଗ୍ରା: ତାଜନଗରୀ ଆଗ୍ରାରୁ ରବିବାର ଦିନ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫତେହାବାଦ ପୋଲିସ ଷ୍ଟେସନ ପରିସରରେ ଥିବା ପ୍ରତାପପୁରା ଗାଁରେ ଜଣେ ୧୦ ବର୍ଷର ଝିଅ ନିଜ ସାନଭାଇଙ୍କ ସହ ଝଗଡ଼ା ହେବା ପରେ ଫାଶୀ ଲଗାଇ ଜୀବନ ହାରିଦେଇଛି । ଶିଶୁର ମୃତ୍ୟୁ ପରେ ଘରେ ଦୁଃଖର ଛାୟା ଖେଳିଯାଇଛି । ଏହି ନିରୀହ ଶିଶୁଟି ନିଜ ତିନି ଭଉଣୀ ଓ ଗୋଟିଏ ଭାଇଙ୍କ ସହ ରହୁଥିଲା । ତାଙ୍କ ମା'ଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଛି ଓ​​ ତାଙ୍କ ବାପା ତାଙ୍କୁ ଚାଲିଯାଇଛନ୍ତି । ବଡ଼ ଭଉଣୀ ତାଙ୍କର ଲାଳନପାଳନ କରୁଥିଲେ । ବଡ ଭଉଣୀ ଏହି ଘଟଣା ସମୟରେ କାମ କରିବାକୁ ବାହାରକୁ ଯାଇଥିଲେ ।

କୁହାଯାଉଛି ଯେ ଶନିବାର ଦିନ ନିଜ ପାଞ୍ଚ ବର୍ଷର ସାନଭାଇଙ୍କ ସହ ଝଗଡା କରିବା ପରେ ଜଣେ ୧୦ ବର୍ଷର ବାଳିକା ଘରର କବାଟ ଉପର ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୂଚନା ମୁତାବକ ସିଓ ଓ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ଅନୁସନ୍ଧାନ ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଇନ୍ସପେକ୍ଟର ପ୍ରଦୀପ କୁମାର କହିଛନ୍ତି ଯେ ଝିଅଟି ଝଗଡା କରବା ସମୟରେ ତା' ଭାଇକୁ ମାଡ ମାରିଥିଲା । ଏହା ପରେ ସେ ଘର ଭିତରକୁ ଯାଇ ଏକ ଦୁପଟାରେ ଫନ୍ଦା ତିଆରି କରି ଫାଶୀ ଲଗାଇ ଦେଇଥିଲା ।

ଦେଢ଼ ବର୍ଷ ପୂର୍ବେ ଏହି ପିଲାମାନଙ୍କର ମା'ଙ୍କ ମୃତ୍ୟୁ ହୋଇଥିଲା । ବାପା ମଧ୍ୟ ଘର ଛାଡି ଚାଲିଯାଇଛନ୍ତି । ଝିଅଟି ନିଜ ଘରେ ୧୮ ବର୍ଷର ବଡ଼ ଭଉଣୀ, ପାଞ୍ଚ ବର୍ଷର ଭାଇ ଓ ଦେଢ଼ ବର୍ଷର ସାନ ଭଉଣୀ ସହିତ ରହୁଥିଲା । ବଡ଼ ଭଉଣୀ ଭାଇଭଉଣୀମାନଙ୍କୁ ବଞ୍ଚାଇବା ପାଇଁ ଏକ ପୋଷାକ ଦୋକାନରେ କାମ କରନ୍ତି । ଏହି ଘଟଣା ସମୟରେ ବଡ଼ ଭଉଣୀ କାମ କରିବାକୁ ଯାଇଥିଲେ । ପ୍ରତାପପୁର ଗାଁରେ ଏହି ଝିଅର ଆତ୍ମହତ୍ୟା ସମଗ୍ର ଗାଁକୁ ଥରାଇ ଦେଇଛି । ଗାଁର ଲୋକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Published by: Jagdish Barik
First published: March 14, 2021, 3:44 PM IST