ଶେଷ VIDEO: ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାର୍‌ରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁୁ

Gujarat Anand Accident: 10 of a Family Killed in Car-Truck Collision | ମୁହାଁମୁହିଁ ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟିର ସାମନା ପଟୁ ପ୍ରାୟ ଅଧା ଉଡି଼ଯାଇଥିଲା ଓ କାର୍‌ରେ ଥିବା ସବୁ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ କୁନି ପିଲାଟିଏ ବି ଥିଲା ।

ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ

  • Share this:
News18 Odia Digital

ଆଣନ୍ଦ (ଗୁଜରାଟ): ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଦଶ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସବୁ ମୃତକ ଗୋଟିଏ କାରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ମଧ୍ୟରେ ଏକ କୁନି ପିଲା ବି ଅଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ବୁଧବାର ସକାଳେ ଗୁଜରାଟର ଆଣନ୍ଦ ଜିଲ୍ଲାରେ ଘଟିଛି ।

ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍‌ ଓ ଏହି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଖବର ମୁତାବକ କାର୍‌ ଭିତରେ ଥିବା ସବୁ ଲୋକ ଗୋଟିଏ ପରିବାରର ଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଆହତମାନଙ୍କୁ କାର୍‌ ଭିତରୁ ବାହାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା  (Gujarat Anand accident)। ହେଲେ ହସପିଟାଲରେ ପହଞ୍ଚିବା ମାତ୍ରେ ସବୁ ୧୦ ଜଣ ଲୋକଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତରମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଲା ପରିବାରକୁ; ୫ ଘଣ୍ଟାର ଅପରେସନ୍‌ ପରେ ଧରାପଡ଼ିଲା

ସୂଚନା ଅନୁସାରେ ଏକ ଇକୋ କାରରେ ଥିବା ଏହି ୧୦ ଜଣ ଲୋକ ସୁରତରୁ ଭାବନଗର ଅଭିମୁଖେ ଯାଉଥିଲେ । ଆଣନ୍ଦ ଜିଲ୍ଲାର ଇନ୍ଦ୍ରନାଜ ଗ୍ରାମ ନିକଟରେ ଜାତୀୟ ରାଜପଥରେ ସାମନାରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଏହି କାରକୁ ଧକ୍କା ଦେଇଥିଲା । ଟ୍ରକରେ ମଧ୍ୟ ପ୍ରଦେଶର ନମ୍ବର ପ୍ଲେଟ୍‌ ଲାଗିଥିଲା ।

ଦୁର୍ଘଟଣା ସ୍ଥଳର ଭିଡିଓ ଏଇଠି ଦେଖନ୍ତୁ:



ଇତି ମଧ୍ୟରେ କାରରେ ଥିବା ଲୋକମାନଙ୍କର ଏକ ଭିଡିଓ ସାମନାକୁ ଆସିଛି । ଘରୁ ବାହାରିବାର କିଛି ସମୟ ପରେ ରାସ୍ତାରେ ସେମାନେ କାର୍‌ ଭିତରୁ ଏହି ଭିଡିଓ ବନେଇଥିଲେ । ଏଥିରେ ଦେଖାଯାଉଛି ଯେ ସମସ୍ତେ ଖୁସିରେ କାରରେ ବସି ଯାଉଛନ୍ତି । କାହାକୁ ଜଣା ନାହିଁ ଆଗକୁ କ’ଣ ହେବାକୁ ଅଛି  (Gujarat accident)। କାର୍‌ ଡ୍ରାଇଭର୍‌ ଏହି ଭିଡିଓ ବନେଇବା ପରେ କିଛି ସମ୍ପର୍କୀୟ ଓ ସାଙ୍ଗମାନଙ୍କ ପାଖକୁ ପଠାଇଥିଲେ ।

ଏଇଠି ଦେଖନ୍ତୁ ଏହି ପରିବାରର ଶେଷ ଭିଡିଓ:



ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ମୁହାଁମୁହିଁ ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟିର ସାମନା ପଟୁ ପ୍ରାୟ ଅଧା ଉଡି଼ଯାଇଥିଲା ଓ କାରରେ ଥିବା ସବୁ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି କାରରୁ କିଛି ଯାତ୍ରୀଙ୍କୁ ଟାଣି ବାହାର କରିଥିଲା ଓ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା । ହେଲେ ଡାକ୍ତରମାନେ ସବୁ ଲୋକଙ୍କୁ ମୃତ ଘୋଷଣା କରିଥିଲେ ।



ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏହି ଘଟଣା ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପାଇଁ PMNRF ଫଣ୍ଡରୁ ୨ ଲକ୍ଷ ଟଙ୍କା ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି ।
Published by:Anand S.T. Das
First published: