ଆମେରିକାର ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ; ୧୦ ମୃତ

ଆମେରିକା ଭର୍ଜିନିଆର ଚେସାପିକ୍‌ ସ୍ଥିତ ୱାଲମାର୍ଟ ଷ୍ଟୋରରେ ସାମୂହିକ ଗୁଳିକାଣ୍ଡର ଖବର ସାମ୍ନାକୁ ଆସିଛି। ଯେଉଁଥିରେ ୧୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ୱାଲମାର୍ଟ ଷ୍ଟୋର

ୱାଲମାର୍ଟ ଷ୍ଟୋର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ୱାଶିଂଟନ: ଆମେରିକା ଭର୍ଜିନିଆର ଚେସାପିକ୍‌ ସ୍ଥିତ ୱାଲମାର୍ଟ ଷ୍ଟୋରରେ ସାମୂହିକ ଗୁଳିକାଣ୍ଡର ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବାମାତ୍ରେ ଚେସାପିକ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟରକୁ ଧରିବା ଲାଗି ଉଦ୍ୟମ କରିଥିଲା। ପୋଲିସ ଏନକାଉଣ୍ଟରରେ ଆତତାୟୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଲୋକଙ୍କୁ ଏବେ ବି ୱାଲମାର୍ଟ ବିଲ୍ଡିଂରୁ ଦୂରରେ ରଖା ଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୨ ମିନିଟ୍‌ରେ ୱାଲମାର୍ଟ ଷ୍ଟୋର ଫାୟରିଂ ନେଇ ପୋଲିସକୁ ସୂଚନା ମିଳିଥିଲା।

ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳରୁ ଦୂରରେ ରହିବାକୁ ପୋଲିସ ଡିପାର୍ଟମେଣ୍ଟ କହିଛି। ସେପଟେ ଡେଲିମେଲ ଡଟକମ୍‌ରେ ପ୍ରକାଶିତ ରିପୋର୍ଟରେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ଷ୍ଟୋରର ମ୍ୟାନେଜର ଥିଲେ ଓ ସେ କର୍ମଚାରୀଙ୍କ ଉପରେ ଆତର୍କିତ ଗୁଳି ଚାଳନା କରିଥିବାର କୁହାଯାଇଛି। ଦୁଇ ଦିନପୂର୍ବେ କଲରାଡୋ ସ୍ପ୍ରିଂସ୍‌ରେ ଏକ ସମଲିଙ୍ଗି ନାଇଟ୍ କ୍ଲବ୍‌ରେ ଜଣେ ବନ୍ଧୁକଧାରୀ ପଶି ଅନ୍ଧାଦୁନିଆ ଗୁଳି ଚାଳନା କରିଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ।
Published by:Soumyashree Mishra
First published: