ଜବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ

ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ଡାକ୍ତରଖାନାର କର୍ମଚାରୀ ଅଟନ୍ତି । ନିଆଁକୁ ଆୟତ୍ତ କରାଯାଇଛି କିନ୍ତୁ ଡାକ୍ତରଖାନାରେ ବିଶୃଙ୍ଖଳା ଦେଖାଦେଇଛି ।

ଜବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ

ଜବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ

  • Share this:
News 18 Odia Digital

ନୂଆଦିଲ୍ଲୀ; ଆଜି ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଦମୋହ ନାକା ଶିବନଗର ସ୍ଥିତ ନ୍ୟୁ ଲାଇଫ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ପ୍ରାଣ ହରାଇଥିବା ଅଧିକାଂଶ ଲୋକ ଡାକ୍ତରଖାନାର କର୍ମଚାରୀ ଅଟନ୍ତି । ନିଆଁକୁ ଆୟତ୍ତ କରାଯାଇଛି କିନ୍ତୁ ଡାକ୍ତରଖାନାରେ ବିଶୃଙ୍ଖଳା ଦେଖାଦେଇଛି । ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ସିଏମ ଶିବରାଜ ସିଂ ଟ୍ୱିଟ୍ କରିଛନ୍ତି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଜୀବନ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

ଗୋଟିଏ ରାସ୍ତା ହିଁ ମୃତ୍ୟୁର କାରଣ !

ଏହା ଜାଣିବାକୁ ମିଳିଛି ଯେ ଡାକ୍ତରଖାନାରୁ ଏକମାତ୍ର ରାସ୍ତା ବାହାରକୁ ଥିବାରୁ ଅଧିକାଂଶ ଲୋକ ଭିତରେ ଫସି ରହିଥିଲେ । ଏହି ସମୟରେ ନିଆଁ ଦେଖୁ ଦେଖୁ ଭୟଙ୍କର ରୂପ ନେଇଥିଲା।

ଡାକ୍ତରଖାନାର ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବାହିନୀ ମଧ୍ୟ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲା। ତା’ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗ କାଟିଥିଲେ। ଏହା ପରେ ପ୍ରାୟ ଏକ ଘଣ୍ଟା ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଛନ୍ତି
ଅଗ୍ନିକାଣ୍ଡ ବିଷୟରେ ସୂଚନା ଦେଇ ଜବଲପୁର ଏସପି ସିଦ୍ଧାର୍ଥ ବାହୁଗୁନା କହିଛନ୍ତି ଯେ, ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଯିବା କାରଣରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ସହିତ ୬ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିବୃତ୍ତି ମଧ୍ୟ ଏହି ଘଟଣାରେ ଆସିଛି । ସେ ଟ୍ୱିଟରରେ ଲେଖିଛନ୍ତି ଯେ ଜବଲପୁରର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡର ଦୁଃଖଦ ଖବର ଆସିଛି । ମୁଁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ଏହି ଘଟଣାରେ ନଜର ରଖିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ ଏବଂ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରାଯାଉଛି ।
Published by:Soubhagya Mishra
First published: