ଖଡଗେ କଂଗ୍ରେସ ଅଧ୍ୟକ୍ଷ ହେବାର ୧ ମାସ ବିତିଲା; ହେଡକ୍ୱାଟରରେ ଏଯାଏ ଲାଗିନି ଫଟୋ

କଂଗ୍ରେସ ମୁଖ୍ୟାଳୟର ଅଫିସିଆଲ୍ ହୋର୍ଡିଂ ବୋର୍ଡରେ ଏପର୍ଯ୍ୟନ୍ତ ଖଡଗେଙ୍କ ଫଟୋ ଲଗାଯାଇନାହିଁ । ଏପରିକି ତାଙ୍କ ଫଟୋ ପାର୍ଟିର ପ୍ରମୁଖ ପଦାଧିକାରୀଙ୍କ କୋଠରୀରେ ମଧ୍ୟ ରଖାଯାଇ ନାହିଁ ।

ଖଡଗେ କଂଗ୍ରେସ ଅଧ୍ୟକ୍ଷ ହେବାର ୧ ମାସ ବିତିଲା; ହେଡକ୍ୱାଟରରେ ଏଯାଏ ଲାଗିନି ଫଟୋ

ଖଡଗେ କଂଗ୍ରେସ ଅଧ୍ୟକ୍ଷ ହେବାର ୧ ମାସ ବିତିଲା; ହେଡକ୍ୱାଟରରେ ଏଯାଏ ଲାଗିନି ଫଟୋ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ୨୪ ବର୍ଷ ପରେ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଜଣେ ଅଣ-ଗାନ୍ଧି ସଭାପତି ହୋଇଛନ୍ତି ଓ ସେ ନିର୍ବାଚନୀ ପ୍ରଚାର ପାଇଁ ମଧ୍ୟ ବାହାରି ସାରିଛନ୍ତି, କିନ୍ତୁ କଂଗ୍ରେସର ୨୪ ଆକବର ରୋଡ ସ୍ଥିତ ମୁଖ୍ୟାଳୟରେ ପରିବର୍ତ୍ତନ ହେବାର ଏକ ମାସ ପରେ ମଧ୍ୟ ଗାନ୍ଧି ପରିବାରର ପ୍ରାଧାନ୍ୟ ଦୃଶ୍ୟମାନ ହେଉଛି । କଂଗ୍ରେସ ମୁଖ୍ୟାଳୟର ଅଫିସିଆଲ୍ ହୋର୍ଡିଂ ବୋର୍ଡରେ ଏପର୍ଯ୍ୟନ୍ତ ଖଡଗେଙ୍କ ଫଟୋ ଲଗାଯାଇନାହିଁ । ଏପରିକି ତାଙ୍କ ଫଟୋ ପାର୍ଟିର ପ୍ରମୁଖ ପଦାଧିକାରୀଙ୍କ କୋଠରୀରେ ମଧ୍ୟ ରଖାଯାଇ ନାହିଁ । ଯେତେବେଳେ ସୋନିଆ ଗାନ୍ଧି କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ କିମ୍ବା ରାହୁଲ ଗାନ୍ଧି ସାଧାରଣ ସମ୍ପାଦକ ଓ ପରେ ଦଳର ମୁଖ୍ୟ ହୋଇଥିଲେ ସେତେବେଳେ ଏହା ଘଟିନଥିଲା ।

ତେବେ କଂଗ୍ରେସର ସଭାପତି ହେବା ପରେ ଖଡଗେ ନେତା ଓ କର୍ମୀଙ୍କୁ ତାଙ୍କ ଘରେ ଦେଖା କରିବା ପାଇଁ ସମୟ ଦେଇ ସେମାନଙ୍କୁ ଭେଟିବା ଆରମ୍ଭ କରିଥିଲେ । ସେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ପାଇଁ ମଧ୍ୟ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ । ସେ ସକାଳ ୧୧ଟାରୁ ୧ ଟା ମଧ୍ୟରେ କଂଗ୍ରେସ ମୁଖ୍ୟାଳୟରେ ବିନା ଆପଏଣ୍ଟମେଣ୍ଟରେ କର୍ମୀଙ୍କୁ ଭେଟିବା ଆରମ୍ଭ କରିଛନ୍ତି । ଦଳର ନେତାମାନେ କହିଛନ୍ତି ଯେ ରାହୁଲ ଗାନ୍ଧି ୨୦୧୯ରେ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପ୍ରକାର ବୈଠକ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା । ଖଡଗେଙ୍କ ସହ ଜଡିତ କଂଗ୍ରେସ ସାଂସଦ ତଥା ସଂଯୋଜକ ନାସିର ହୁସେନ୍ ANI କୁ କହିଛନ୍ତି ଯେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମଧ୍ୟ ସାକ୍ଷାତ କରୁଥିଲେ । କିନ୍ତୁ କରୋନା ଯୋଗୁଁ ଏସବୁ ବନ୍ଦ ହୋଇ ଯାଇଥିଲା । ଏହା ପୁଣି ଆରମ୍ଭ ହୋଇଛି ଓ ଲୋକମାନେ କୌଣସି ପୂର୍ବ ଆପଏଣ୍ଟମେଣ୍ଟ ବିନା ସାକ୍ଷାତ କରିପାରିବେ ।

ଖଡଗେ ସମ୍ପୂର୍ଣ୍ଣ ରୂପେ କ୍ଷମତା ଗ୍ରହଣ କରି ସାରିଛନ୍ତି, କିନ୍ତୁ ବୋଧହୁଏ କଂଗ୍ରେସ ତନ୍ତ୍ର ଏହାର ପ୍ରତିକ୍ରିୟା ଦେବାରେ ମନ୍ଥର ହୋଇଛି । ଯେତେବେଳେ ସୋନିଆ ଗାନ୍ଧି ସଭାପତି ହୋଇଥିଲେ, ସେତେବେଳେ ତାଙ୍କ ଫଟୋ ଦିଲ୍ଲୀର ୨୪ ଆକବର ରୋଡରେ ପାର୍ଟି ମୁଖ୍ୟାଳୟର ଅଫିସିଆଲ୍ ବୋର୍ଡରେ ପ୍ରଦର୍ଶିତ ହୋଇଥିଲା । କଂଗ୍ରେସ ମୁଖ୍ୟାଳୟରେ ସୋନିଆଙ୍କ ସହିତ ଅନ୍ୟ ଭେଟେରାନ ନେତାଙ୍କ ଫଟୋ ପ୍ରତ୍ୟେକ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ କୋଠରୀରେ ପ୍ରଦର୍ଶିତ ହୋଇଥିଲା । ସେହିଭଳି ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହେବା ପରେ ତୁରନ୍ତ ରାହୁଲ ଗାନ୍ଧିଙ୍କ ଚିତ୍ର ମଧ୍ୟ ଏଆଇସିସି ପଦାଧିକାରୀଙ୍କ କୋଠରୀରେ ଦେଖା ଦେଇଥିଲା । ସେ ୨୦୧୭ ରେ ପାର୍ଟି ମୁଖ୍ୟ ହେବା ପରଠାରୁ ତାଙ୍କର ଫଟୋ ଏଆଇସିସିରେ ଥିଲା ଓ କାନ୍ଥରେ ଗାନ୍ଧି-ନେହେରୁ ପରିବାରର ଅନ୍ୟ ସଦସ୍ୟଙ୍କ ଫଟୋ ମଧ୍ୟ ସଜାଯାଇଛି ଯେଉଁମାନେ ପଦାଧିକାରୀ ଭାବେ କର୍ଯ୍ୟ ତୁଲାଇଥିଲେ ।

ବାସ୍ତବରେ, ୨୦୧୯ ରେ ସୋନିଆ ଗାନ୍ଧି ମଧ୍ୟବର୍ତ୍ତୀକାଳୀନ ସଭାପତି ହେବାର ୨୪ ଘଣ୍ଟା ମଧ୍ୟରେ ରାହୁଲ ଗାନ୍ଧିଙ୍କ ଫଟୋ ସ୍ଥାନରେ ଦଳର ଅଫିସିଆଲ୍ ବୋର୍ଡରେ ସୋନିଆଙ୍କ ଫଟୋ ରଖା ଯାଇଥିଲା । ଉଭୟ ନେତାଙ୍କ ଫଟୋ ପୂର୍ବରୁ AICC ରୁମରେ ଥିଲା । ଖଡଗେଙ୍କ ଫଟୋ ଲଗାଇବାରେ ବିଳମ୍ବ ହେବାକୁ ନେଇ ନାସିର ହୁସେନ୍ କହିଛନ୍ତି ଯେ ' କେଉଁ ସ୍ଥାନରେ ଫଟୋ ଲଗାଯାଇ ନାହିଁ ମୁଁ ଦେଖି ନାହିଁ । ତାଙ୍କର ଫଟୋର ବ୍ୟବହାର ପ୍ରଚାର ଏବଂ ଘୋଷଣା ପତ୍ର ପାଇଁ କରାଯାଇଛି । ଏହା ଅନ୍ୟ ସ୍ଥାନରେ ମଧ୍ୟ ଖୁବ୍ ଶୀଘ୍ର ଲଗାଯିବ । ”ତଥାପି, ଏହି ପରିସ୍ଥିତି ଗାନ୍ଧି ପରିବାର ଶାସନ ପ୍ରସଙ୍ଗରେ କଂଗ୍ରେସ ଉପରେ ଟାର୍ଗେଟ ଜାରି ରଖିବାକୁ ବିଜେପିକୁ ଏକ ପ୍ରସଙ୍ଗ ଦେଇପାରେ।
Published by:Soubhagya Mishra
First published: