Bihar Pollsର ୨ ଦିନ ଆଗରୁ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଉତ୍ତେଜନା; ପୋଲିସ ଗୁଳିରେ ୧ ମୃତ, ୫ ଆହତ

ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରିବାକୁ ଶତାଧିକ ଭକ୍ତ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ଜଣେ ୧୮ ବର୍ଷୀୟ ଯୁବକଙ୍କ ମୁଣ୍ଡରେ ଗୁଳି ଲାଗିବାରୁ ତାଙ୍କର ମୃତ୍ୟୁ ହେବା ପରେ ଲୋକେ ଉତ୍ୟକ୍ତ ହୋଇଉଠିଛନ୍ତି ।

Bihar Pollsର ୨ ଦିନ ଆଗରୁ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଉତ୍ତେଜନା; ପୋଲିସ ଗୁଳିରେ ୧ ମୃତ, ୫ ଆହତ
ମୁଙ୍ଗେର ଏସ୍.ପି. ଲିପି ସିଂ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।
  • News18 Odia
  • Last Updated: October 27, 2020, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁଙ୍ଗେର୍: ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଥିବା ବିହାର ବିଧାନ ସଭା ନିର୍ବାଚନର (Bihar Assembly Polls) ଦିନକ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ସମୟରେ ହିଂସକ ଘଟଣା ଘଟିଯାଇଛି । ମୁଙ୍ଗେର ସହରର ମଧ୍ୟ ଭାଗରେ ସୋମବାର ସନ୍ଧ୍ୟାରେ କିଛି ଅସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ଉପଦ୍ରବ ହୋଇଥିଲା ଓ ଅନୁରାଗ କୁମାର ନାମକ ଜଣେ ୧୮ ବର୍ଷୀୟ ଯୁବକଙ୍କ ମଥାରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ଏହି ଗୁଳିକାଣ୍ଡରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରିବାକୁ ଶତାଧିକ ଭକ୍ତ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ପୋଲିସ ଉପରକୁ ଟେକା ପଥର ଫିଙ୍ଗାଯାଇଥିଲା । ତା’ ପରେ ପୋଲିସ ଗୁଳି ଚଳାଇଥିଲା ।

ଦୁର୍ଗାଙ୍କ ମୂର୍ତ୍ତି ନେଇ ଲୋକେ ଯାଉଥିବା ବେଳେ ହିଂସା ଆରମ୍ଭ ହୋଇଥିଲା ।


ପୋଲିସ ସେହି ଅସାମାଜିକ ତତ୍ତ୍ୱଙ୍କୁ ରୋକିବା ପାଇଁ ଗୁଳି ଚାଳନା କରିଥିଲା । ଏହି ଘଟଣାରେ ଚାରି ଜଣ ପୋଲିସ ଅଧିକାରୀ ଓ ୧୭ ଜଣ ପୋଲିସ କର୍ମୀ ବି ଆହତ ହୋଇଥିଲେ । ପୋଲିସ ବଳ ଉପରକୁ ପଥର ଫିଙ୍ଗି ଓ ଗୁଳି ଚଳାଇ ସହରରେ ଗୁଜବ ପ୍ରଚାରିତ କରାଯିବାର ଉଦ୍ୟମ ହୋଇଥିଲା ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଆହତ ଲୋକେ ମୁଙ୍ଗେରର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଦେଖନ୍ତୁ ଭିଡିଓ:



ଏହା ବି ପଢ଼ନ୍ତୁ | ଭୁବନେଶ୍ରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୨୬ ଅକ୍ଟୋବର ସନ୍ଧ୍ୟା ସୁଦ୍ଧା ଦୁର୍ଗାଙ୍କ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାକୁ ପୂଜା ସମିତିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା । ଦୁର୍ଗା ମଣ୍ଡପଗୁଡ଼ିକ ଉପରେ ଜିଲ୍ଲା ପୋଲିସ ପ୍ରଶାସନ ନିରନ୍ତର ନଜର ରଖୁଥିଲା ।

୧୮ ବର୍ଷୀୟ ଯୁବକ ଅନୁରାଗ କୁମାରଙ୍କ ମୁଣ୍ଡରେ ଗୁଳି ଲାଗିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେବା ପରେ ସହରର ଲୋକେ ଖୁବ୍‌ ଉତ୍ୟକ୍ତ ହୋଇଉଠିଛନ୍ତି । ପୋଲିସର ଗୁଳିରେ ଏହି ଯୁବକଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ହିଂସକ ଘଟଣା ପରେ ସତର୍କତା ଅବଲମ୍ବନ ପାଇଁ ଆଖପାଖ ଅଞ୍ଚଳକୁ ଏକ ପୋଲିସ ଶିବିରରେ ପରିଣତ କରାଯାଇଛି । ପୋଲିସ ତିନୋଟି ବନ୍ଧୁକ ଓ ଗୁଳି ଜବତ କରିଛି ।

ଏହା ବି ପଢ଼ନ୍ତୁଭୁବନେଶ୍ Blast: ନିଖୋଜ ଇଞ୍ଜିନିୟରଙ୍କ ପ୍ରତୀକ ଶବ ସଂସ୍କାରହେଲା; ଫେରିବାକୁ ଅନେଇଛି ପତ୍ନୀ



ଏହି ଘଟଣା ପରେ ମୁଙ୍ଗେର ଜିଲ୍ଲାପାଳ ରାଜେଶ ମୀଣା ଓ ଏସ୍‌.ପି. ଲିପି ସିଂ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଡିଏମ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ଓ ଦୋଷୀମାନଙ୍କୁ ଚିହ୍ନଟ କରାଯାଉଛି । ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି ଯେ କିଛି ଲୋକ ଜାଣିଶୁଣି ପୋଲିସ ଦୁର୍ଗା ମୂର୍ତ୍ତି ବିସର୍ଜନ କରୁଥିବା ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ମିଥ୍ୟା ଅଭିଯୋଗ କରିଥିଲେ ଓ ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରିଥିଲେ ।



ଉପଦ୍ରବୀମାନେ ସାଧାରଣ ଲୋକଙ୍କୁ ଉତ୍ତେଜିତ କରିଥିଲେ ଓ ପୋଲିସ ବିରୁଦ୍ଧରେ ଉସକାଇଥିଲେ ବୋଲି ପ୍ରଶାସନ କହିଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । କେତେକ ଉପଦ୍ରବୀଙ୍କୁ ପୋଲିସ ଅଟକ ରଖିଛି ।
Published by: Anand Shankar Thankur Das
First published: October 27, 2020, 5:54 PM IST
corona virus btn
corona virus btn
Loading