News18 Odia Digital
ଭୁବନେଶ୍ବର: ଆଜିକାଲି ମୋବାଇଲ ଫୋନ ଏପରି ଏକ ମାଧ୍ୟମ ସାଜିଛି, ଯାହା ବିନା ଗୋଟିଏ ମିନିଟ୍ ମଧ୍ୟ ଲୋକ ସମୟ ବିତାଇପାରୁନାହାଁନ୍ତି। ମୋବାଇଲରେ ସୋସିଆଲ ମିଡ଼ିଆ ହେଉ କିମ୍ବା ଗେମ୍ ହେଉ। ସବୁବେଳେ ଏଥିରେ ଆକ୍ଟିଭ ରହୁଛନ୍ତି ୟୁଜର୍ସ। ଇତିମଧ୍ୟରେ ମୋବାଇଲ ଗେମକୁ (Mobile Games) ନେଇ ଖୁଲାସା ହୋଇଛି ବଡ଼ କଥା। ତେବେ ଆସନ୍ତୁ ଜାଣିବା କଣ...
ମୋବାଇଲ ଗେମର୍ସଙ୍କ (Gamers) ସଂଖ୍ୟା ଓଡ଼ିଶାରେ ସର୍ବାଧିକ। ୫୫ ପ୍ରତିଶତ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି କେବଳ ରାଜ୍ୟ ରାଜଧାନୀରେ (Bhubaneswar) ମୋବାଇଲ ଗେମର୍ସଙ୍କ ସଂଖ୍ୟା ରହିଛି ୧୬୫%। ଏହାର ସୂଚନା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମଜିଆର) ୨୦୨୨ରେ ଦିଆଯାଇଛି।
ଓଡ଼ିଶାପରେ ପଞ୍ଜାବ, ତାମିଲନାଡୁ, ପୁଣ୍ଡିଚେରୀ ଏବଂ ହିମାଚଳ ପ୍ରଦେଶରେ ମୋବାଇଲ ଗେମରଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ସେହିପରି ଗେମର୍ସଙ୍କ ପାଇଁ ଉତ୍ତରପ୍ରଦେଶ ଟପ୍ ସ୍ଥାନରେ ରହିଥିବା ବେଳେ ଏହା ପରେ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଓ ପଶ୍ଚିମଙ୍ଗ ରହିଛି।
ମୋବାଇଲ୍ରେ ସବୁଠୁ ଲୋକପ୍ରିୟ ଖେଳ ହେଉଛି ଲୁଡୁ ଡାଇସ୍, ସାପ ଶିଢ଼ି, କ୍ୟାରମ, ଫ୍ରୁଟ୍ ଡାର୍ଟ, ବ୍ଲକ୍ ପଜଲ ଏବଂ ପୋକର। ୨୦୨୨ରେ ବିଶ୍ୱରେ ମୋବାଇଲ ଗେମର ଭାରତରେ ସର୍ବାଧିକ ରହିଥିଲେ। ଏହି ଗେମକୁ ୧୫ ବିଲିୟନ ଥର ଡାଉନଲୋଡ କରାଯାଇଥିଲା।
ଗତ ଆର୍ଥିକ ବର୍ଷରେ ଭାରତର ଗେମିଂ ବଜାରରେ କାରବାର ୨.୬ ବିଲୟନ ଡଲାର ଥିଲା। ବର୍ଷକୁ ଏହା ୨୭ ପ୍ରତିଶତ ବଢୁଥିବାରୁ ୨୦୨୭ ବେଳକୁ କାରବାର ୮.୬ ବିଲୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।