ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍»ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp

ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp

WhatsApp will stop working on these 43 smartphones | ଯଦି ଆପଣଙ୍କ ଫୋନ୍ ବି ଏହି ତାଲିକାରେ ଅଛି, ତାହେଲେ ନଭେମ୍ବର ୧ରୁ, ଆପଣ ନିଜ ଫୋନରେ ହ୍ୱାଟସଆପ୍ ଚଳାଇ ପାରିବେ ନାହିଁ । ତେଣୁ ଆପଣଙ୍କୁ ଏକ ନୂଆ ଫୋନ୍ ନେବା ଜରୁରୀ ହୋଇପଡ଼ିବ । ଦେଖନ୍ତୁ ପୂରା ତାଲିକା ।

ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp
ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ରଖିବା ପାଇଁ ହ୍ୱାଟସ୍-ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।
  • News18 Odia
  • Last Updated: September 16, 2021, 12:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲୋକପ୍ରିୟ ତ୍ୱରିତ ମେସେଜିଂ ଆପ୍ ହ୍ୱାଟସ୍-ଆପ୍ (WhatsApp) ନଭେମ୍ବର ୧ ତାରିଖଠାରୁ ପୁରୁଣା ସ୍ମାର୍ଟଫୋନରେ କାମ କରିବ ନାହିଁ । ହ୍ୱାଟସ୍-ଆପ୍ ଲଗାତର ଭାବେ ପୁରୁଣା ଫୋନକୁ ସମର୍ଥନ କରିବା ବନ୍ଦ କରି ଚାଲିଛି । ଏବେ ହ୍ୱାଟସ୍ ଆପ୍ ୪୩ଟି ପୁରୁଣା ସ୍ମାର୍ଟଫୋନ୍ ମଡେଲରେ ଆଉ କାମ କରିବ ନାହିଁ ।

ନିଜ ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ରଖିବା ପାଇଁ ହ୍ୱାଟସ୍-ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଥିବା ବେଳେ କମ୍ପାନୀର ଏହି ନିଷ୍ପତ୍ତି ଅନେକ ଲୋକଙ୍କୁ ଚିନ୍ତିତ କରିଛି । ହ୍ୱାଟସ୍-ଆପ୍ ଯେଉଁ ସ୍ମାର୍ଟଫୋନଗୁଡ଼ିକରେ କାମ କରିବା ବନ୍ଦ କରିଦେବ ସେହି ତାଲିକାରେ ଉଭୟ ଆଣ୍ଡ୍ରଏଡ୍ ଓ ଆପଲ୍ ଆଇଓଏସ୍ (Apple iOS) ଫୋନ୍‌ ଅଛନ୍ତି । ‘ଦି ସନ୍‌’ର ଏକ ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ୍ ୪.୦.୪ ଚାଲୁଥିବା ଫୋନରେ ହ୍ୱାଟସ୍-ଆପ୍ କାମ କରିବ ନାହିଁ ।

ଏହା ବି ପଢ଼ନ୍ତୁ | ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ କଲା; କେଜରୀୱାଲଙ୍କ ନିକଟ ହୋଇଥିଲେ

ଏହା ବ୍ୟତୀତ ଆପଲ୍ ଆଇଓଏସ୍ ୯ରେ (iOS 9) ଚାଲୁଥିବା ଆଇଫୋନରେ ବି ହ୍ୱାଟ୍ସଆପ୍‌ ଚାଲିବ ନାହିଁ । ଚାଲନ୍ତୁ ସେହି ଫୋନଗୁଡି଼କର ତାଲିକା ଦେଖିବା ଯେଉଁଥିରେ ହ୍ୱାଟସ୍-ଆପ୍ ୧ ନଭେମ୍ବରରୁ ଚାଲିବ ନାହିଁ ।

ଆପଲ୍
ଆଇଫୋନ୍ SE, 6S ଏବଂ 6S ପ୍ଲସ୍ (iPhone SE, 6S and 6S Plus)

ସାମସଙ୍ଗ
ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍ (Galaxy Trend Lite), ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ II (Galaxy Trend II), ସାମସଙ୍ଗ ଗାଲାକ୍ସି SII, ସାମସଙ୍ଗ ଗାଲାକ୍ସି S3 ମିନି (Galaxy S3 mini), ସାମସଙ୍ଗ ଗାଲାକ୍ସି Xcover 2, ଗାଲାକ୍ସି କୋର୍‌ ଓ ଗାଲାକ୍ସି ଏସି 2 (Galaxy Ace 2)

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Met Gala 2021: ମ୍ୟାଡୋନାଙ୍କ ଝିଅ ନିଜ କାଖ ତଳର ବାଳ ଦେଖାଇ ଖୁବ୍ ଚର୍ଚ୍ଚାକୁ ଆସିଲେ

LG
LG Lucid 2, Optimus F7, Optimus F5, Optimus L3 II Dual, Optimus F5, Optimus L5, Optimus L5 II, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus F7 II, ଅପ୍ଟିମସ୍ L4 II ଡୁଆଲ୍, ଅପ୍ଟିମସ୍ F3, ଅପ୍ଟିମସ୍ L4 II, ଅପ୍ଟିମସ୍ L2 II, ଅପ୍ଟିମସ୍ ନାଇଟ୍ରୋ HD ଏବଂ 4X HD, ଏବଂ ଅପ୍ଟିମସ୍ F3Q

ZTE
ZTE ଗ୍ରାଣ୍ଡ S ଫ୍ଲେକ୍ସ, ZTE V956, ଗ୍ରାଣ୍ଡ ଏକ୍ସ କ୍ୱାଡ V987 ଓ ଗ୍ରାଣ୍ଡ ମେମୋ

ଏହା ବି ପଢ଼ନ୍ତୁ | Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍‌ ପ୍ରଚାରକ ତାଲିକା

Huawei
ହୁଆୱେଇ Ascend G740, Ascend Mate, Ascend D Quad XL, Ascend D1 କ୍ୱାଡ଼ XL, Ascend P1 S ଓ Ascend D2.

ସୋନି
ସୋନି Xperia Miro, Sony Xperia Neo L, Xperia Arc S

ଏହା ବି ପଢ଼ନ୍ତୁ | ଲଗାଣ ବର୍ଷା: ଗଭୀର ଅବପାତ ଆହୁରି ୨୪ ଘଣ୍ଟା ରହିବ; ୧୨ଟି ଜିଲ୍ଲାରେ ଦିନ ପାଇଁ ସ୍କୁଲ୍ଛୁଟି ଘୋଷିତ

ଅନ୍ୟ ଫୋନ୍‌

Alcatel One Touch Evo 7, Archos 53 Platinum, HTC Desire 500, Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1 and THL W8



ଯଦି ଆପଣଙ୍କ ଫୋନ୍ ବି ଏହି ତାଲିକାରେ ଅଛି, ତାହେଲେ ନଭେମ୍ବର ୧ରୁ, ଆପଣ ନିଜ ଫୋନରେ ହ୍ୱାଟସଆପ୍ ଚଲାଇ ପାରିବେ ନାହିଁ । ଆପଣଙ୍କୁ ତେଣୁ ଏକ ନୂଆ ଫୋନ୍‌ ନେବା ଜରୁରୀ ହୋଇପଡ଼ିବ ।
Published by: Anand S.T. Das
First published: September 16, 2021, 12:18 AM IST