News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଇନଷ୍ଟାଣ୍ଟ୍ ମେସେଜିଂ ଆପ୍ ହ୍ୱାଟ୍ସଟସ୍ (WhatsApp) ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ଅଛି । ଏହି କମ୍ପାନୀ ପୂର୍ବରୁ ଭାରତରେ UPI ପେମେଣ୍ଟ୍ ଫିଚର୍ ‘ହ୍ୱାଟ୍ସଆପ୍ ପେ’ (WhatsApp Pay) ଲାଗୁ କରିସାରିଛି । ଏବେ ଖବର ଆସୁଛି ଯେ ପେମେଣ୍ଟ ଫିଚର୍ ବ୍ୟବହାର କରୁଥିବା ଲୋକଙ୍କୁ କମ୍ପାନୀ ଶୀଘ୍ର କ୍ୟାସବ୍ୟାକ୍ ଦେବା ଆରମ୍ଭ କରିବ । କ୍ୟାସବ୍ୟାକ୍ ଫିଚର୍ ପାଇଁ ବର୍ତ୍ତମାନ ପରୀକ୍ଷା ଚାଲିଛି ।
ହ୍ୱାଟ୍ସଆପର ଫିଚରକୁ ଟ୍ରାକ୍ କରୁଥିବା ୱେବସାଇଟ୍ ୱେବବିଟାଇନଫୋକୁ (Webbetainfo) ହ୍ୱାଟ୍ସଆପର ନୂଆ କ୍ୟାସବ୍ୟାକ୍ ଫିଚର୍ ବିଷୟରେ ସୂଚନା ମିଳିଛି । ୱେବବିଟାଇନଫୋ ଏହି ବିଷୟରେ ଏକ ସ୍କ୍ରିନସଟ୍ ପୋଷ୍ଟ୍ କରିଛି । ଏଥିରେ ଚାଟ୍ ୱିଣ୍ଡୋର ଉପରି ଭାଗରେ କ୍ୟାସବ୍ୟାକ୍ ବ୍ୟାନର୍ ଦେଖାଯାଉଛି । ବ୍ୟାନରରେ ଲେଖା ଅଛି, ‘‘ଏହି ପରବର୍ତ୍ତୀ ପେମେଣ୍ଟରେ କ୍ୟାସବ୍ୟାକ୍ ପାଆନ୍ତୁ’’ (‘Get cashback on your next payment) । ତା’ ସହିତ ଏହି ସ୍କ୍ରିନସଟରେ ‘‘ଆରମ୍ଭ କରିବାକୁ ଟ୍ୟାପ୍ କରନ୍ତୁ’’ (Tap to get started) ଲେଖାଅଛି । ଏହି ମେସେଜ୍ ସହିତ ଶୀର୍ଷରେ ଏକ ଉପହାର ଆଇକନ୍ ବି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ
ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆଟାକ୍ ହେଲା; VIDEO ଜାରି କରି ଜଣାଇଲେୱେବବିଟାଇନଫୋର ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପର ଏହି ନୂଆ ଫିଚର୍ ‘କ୍ୟାଶବ୍ୟାକ୍’ ନାମରେ ହିଁ ବଜାକକେ ଲଞ୍ଚ୍ କରାଯିବ । ଏହି ଆଗାମୀ ଫିଚର୍ ଏବେ ପ୍ରାରମ୍ଭିକ ପରୀକ୍ଷା ପର୍ଯ୍ୟାୟରେ ଅଛି ବୋଲି ସୂଚନା ମିଳିଛି । ହ୍ୱାଟ୍ସଆପର ଫିଚର୍ ଟ୍ରାକ୍ କରୁଥିବା ଅନ୍ୟ ଏକ କମ୍ପାନୀ ‘ଟିପଷ୍ଟର୍’ ଅନୁଯାୟୀ ଏହି ନୂଆ ଫିଚର୍ ଏ ପର୍ଯ୍ୟନ୍ତ ବିଟା ବ୍ୟବହାରକାରୀମାନଙ୍କ ପାଇଁ ରୋଲ୍-ଆଉଟ୍ କରାଯାଇ ନାହିଁ । ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ହ୍ୱାସ୍ସଆପର ସବୁ ଉପଭୋକ୍ତା କ୍ୟାସବ୍ୟାକ୍ ପାଇବେ ନା କେବଳ ସେହି ଉପଭୋକ୍ତାମାନେ ଯେଉଁମାନେ ପୂର୍ବରୁ ହ୍ୱାଟ୍ସଆପ୍ ମାଧ୍ୟମରେ କେବେ ପଇଠ କରିନାହାଁନ୍ତି ।
ଏହା ବି ପଢ଼ନ୍ତୁ | ଏବେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବନି; ଅକ୍ଟୋବର ପୂର୍ବରୁ ନୂଆ ଶ୍ରମ ଆଇନ ଲାଗୁ ହେଉନିୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ହେଉଛି ଏକ ପ୍ରକୃତ-ସମୟ ଦେୟ ବ୍ୟବସ୍ଥା (realtime payment system), ଯାହା ଦ୍ୱାରା ମୋବାଇଲ୍ ଆପ୍ ମାଧ୍ୟମରେ ତୁରନ୍ତ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇପାରେ । UPI ମାଧ୍ୟମରେ ଆପଣ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ UPI ଆପ୍ ସହିତ ଲିଙ୍କ୍ କରିପାରିବେ । ଗୋଟିଏ UPI ଆପ୍ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବି ପରିଚାଳିତ ହୋଇପାରିବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।