ଘରେ ବସି ପାଇବେ VIP ମୋବାଇଲ ନମ୍ବର; ଖର୍ଚ୍ଚ ହେବନି ଗୋଟେ ଟଙ୍କା

ଏଥର ଆପଣ ଚାହିଁଲେ ବିନା ପଇସା ଓ ପରିଶ୍ରମରେ ମନଇଚ୍ଛା ମୋବାଇଲ ନମ୍ୱର ପାଇପାରିବେ । ବାସ ଆପଣଙ୍କୁ କରିବାକୁ ପଡ଼ିବ ଏହି କାମ ।

VIP ମୋବାଇଲ ନମ୍ବର

VIP ମୋବାଇଲ ନମ୍ବର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

VIP Number: ସମସ୍ତେ ଚାହାଁନ୍ତି ସେମାନଙ୍କ ପ୍ରତିଟି ଜିନିଷ  ସବୁଠାରୁ ଅନନ୍ୟ ଓ ବିଶେଷ ହେବା ଦରକାର। ସେ ସ୍ମାର୍ଟଫୋନ୍(Smartphone) ହେଉ କି, ପୋଷାକ କିମ୍ବା କାର ହେଉ, ସମସ୍ତେ ଅନୁଭବ କରନ୍ତି ଯେ ସେମାନେ ସମସ୍ତଙ୍କଠୁ ଭିନ୍ନ ହେବା ଉଚିତ୍। କିଛି ଲୋକଙ୍କ ପାଖରେ ଇଚ୍ଛା ଏହା ଯେ ସେମାନଙ୍କର ଫୋନ୍ ନମ୍ବର ମଧ୍ୟ VIP(VIP Number) ହେଉ। ଯଦି ଆପଣ ମଧ୍ୟ VIP ଫୋନ୍ ନମ୍ବର ପାଇବାକୁ ଚାହୁଁଛନ୍ତି, ସହଜ ଉପାୟ ଜାଣନ୍ତୁ। ଅଧିକାଂଶ ଲୋକ ଭାବନ୍ତି ଯେ ଭିଆଇପି ନମ୍ବର ପାଇବା କଷ୍ଟସାଧ୍ୟ ଓ ସମସ୍ତ ଲୋକ ଏହାକୁ ପାଇପାରିବେ ନାହିଁ କିନ୍ତୁ ଏହା ଆଦୌ ସେପରି ନୁହେଁ।

କିଛି ବର୍ଷ ପୂର୍ବେ, ଏକ VIP ନମ୍ବର ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କିନ୍ତୁ ଯଦି ଆପଣ ଭୋଡାଫୋନ୍ ଆଇଡିଆ(Vodafone Idea) ବ୍ୟବହାରକାରୀ, ତେବେ ଆପଣ ଅତି ସହଜରେ ଏକ ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ପାଇପାରିବେ। VI ର VIP ନମ୍ବର ପାଇବା ପାଇଁ ଆପଣଙ୍କୁ କେଉଁ ପ୍ରକ୍ରିୟା ଅତିକ୍ରମ କରିବାକୁ ପଡିବ। ଜାଣନ୍ତୁ।

-ଏକ ସ୍ୱତନ୍ତ୍ର ନମ୍ବର ପାଇବା ପାଇଁ ଆପଣଙ୍କୁ ହଜାର ହଜାର ଟଙ୍କା ଦେବାକୁ ପଡ଼ିବ ନାହିଁ। ଆପଣଙ୍କୁ କେବଳ ଭୋଡାଫୋନ୍ ଆଇଡିଆର ଅଫିସିଆଲ୍ ୱେବସାଇଟ୍ ଯିବାକୁ ପଡିବ।

ପୁରୁଣା ୫୦୦-୨୦୦୦ ଟଙ୍କିଆ ନୋଟକୁ ନେଇ ବଡ଼ ଖୁଲାସା

-ବର୍ତ୍ତମାନ ଆପଣଙ୍କୁ ଏଠାରେ ନୂତନ ସଂଯୋଗର Option ଉପରେ କ୍ଲିକ୍ କରିବାକୁ ପଡିବ।

-ଏଠାରେ ଆପଣ ସ୍ୱତନ୍ତ୍ର ଫ୍ୟାନ୍ସି ନମ୍ବରର option ପାଇବେ, ଏଥିରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଆପଣଙ୍କୁ ପିନ୍ କୋଡ୍ ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ।

-ଏବେ ଏକ ତାଲିକା ଖୋଲିବ ଯାହା VIP ନମ୍ବର ହେବ। ଏହି ତାଲିକାରୁ ଆପଣ ନିଜ ପାଇଁ ଏକ ନମ୍ବର ବାଛିପାରିବେ।

-ନମ୍ବର ଚୟନ କରିବା ପରେ ଆପଣଙ୍କୁ ଏକ OTP ମିଳିବ ବର୍ତ୍ତମାନ ଆପଣଙ୍କୁ ନୂତନ ସଂଯୋଗ ସହିତ VIP ନମ୍ବର କିଣିବାକୁ ପଡିବ।

-ଏହି ପ୍ରକ୍ରିୟାରେ ଆପଣଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ, ଏହି ସେବା ସମ୍ପୂର୍ଣ୍ଣ ମାଗଣା
Published by:Soumya Das
First published: