News18 Odia Digital
Vi New Recharge Plan: ଭୋଡାଫୋନ୍ ଆଇଡିଆ, ଯାହା ଭାରତୀୟ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ ତିନି ନମ୍ବରରେ ଆସେ, ଏହି ଟେଲିକମ୍ କମ୍ପାନୀ ବିଭିନ୍ନ ପ୍ଲାନ୍ ମଧ୍ୟ ଲୋକଙ୍କ ସୁବିଧା ପାଇଁ ଦେଇଥାଏ । Viରେ ଅନେକ ରିଚାର୍ଜ ପ୍ଳାନ୍ ଅଛି ଯାହା ଦ୍ବାରା ଆପଣ ପଇସା ଓ ଆଉ ଅନେକ ଜିନିଷ ଲାଭ ମଧ୍ୟ ପାଇବେ ।
ଭିଆଇ ( VI ) ନିଜର ଏକ ନୂଆ ପ୍ଲାନ୍ ଆଣିଛି, ଯାହାର ମୂଲ୍ୟ ୫୦ ଟଙ୍କାରୁ କମ୍ ଅଟେ । ବାସ୍ତବରେ, VIର ଦ୍ୱାରା ୪୫ ଟଙ୍କା ପାଇଁ ଏକ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆରମ୍ଭ କରାଯାଇଛି । ୧୮୦ ଦିନର ଭ୍ୟାଲିଡିଟି ସହିତ ଏହା ଏକ ସୁଲଭ ରିଚାର୍ଜ ପ୍ଲାନ୍ । ଆସନ୍ତୁ ଆପଣଙ୍କୁ ଏବେ ଭୋଡାଫୋନ୍ ଆଇଡିଆର ୪୫ ଟଙ୍କାର ରିଚାର୍ଜ ପ୍ଲାନ୍ ବିଷୟରେ ଆମେ କହିବୁ....
ଭୋଡାଫୋନ୍ ଆଇଡିଆ ୪୫ ଟଙ୍କାର ପ୍ରିପେଡ୍ ପ୍ଲାନ୍ କଣ ?ଭୋଡାଫୋନ୍ ଆଇଡିଆ ୪୫ ଟଙ୍କା ମୂଲ୍ୟର ଏକ ବଡ ପ୍ଳାନ୍ ଆଣିଛି । ଯେଉଁଥିରେ ମିସ୍ କଲ୍ ଆଲର୍ଟ ପାଇଁ ଫିଚର୍ ରହିଛି । ୧୮୦ ଦିନର ବୈଧତା ସହିତ ଆସୁଥିବା ଏହି ପ୍ଲାନ୍, ୪୫ ଟଙ୍କା ପାଇଁ ମିସ୍ କଲ୍ ଆଲର୍ଟର ସୁବିଧା ପ୍ରଦାନ କରୁଛି । ଆପଣ ଏହି ପ୍ଲାନ୍କୁ କମ୍ପାନୀର ଅଫିସିଆଲ୍ ସାଇଟ୍ରୁ ନେଇପାରିବେ । ଆପଣ 'ଅନ୍ୟ' ସାଇଟ୍କୁ ଯାଇ ମଧ୍ୟ ଏହି ପ୍ଲାନ୍ର ସୁବିଧା ନେଇ ପାରିବେ ।
ଏହି ପ୍ଲାନ୍ ବହୁତ ଉପଯୋଗୀ....ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଯଦି ଆପଣ ଅନେକ କଲ୍ ଉଠାଇ ପାରନ୍ତି ବା କଲ୍କୁ ମିସ୍ କରନ୍ତି, ତେବେ ଏହି ପ୍ଲାନ୍ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଏଥିରେ ଏକ ମିସ୍ କଲ୍ ଆଲର୍ଟ ଫିଚର୍ ରହିଛି । ଏହା ଦ୍ବାରା, ଆପଣ ଏକ କଲ୍ ମିସ୍ କରନ୍ତି, ତେବେ ଆପଣ VI’ର ଅଫିସିଆଲ୍ ମୋବାଇଲ୍ ଆପ୍ରୁ ମିସ୍ କଲ୍ ଆଲର୍ଟ ପାଇବେ ।
ଯଦି ଆପଣ କଲିଂ, ମେସେଜିଂ, ଡାଟା, OTT ପରି ଲାଭ ଚାହୁଁଛନ୍ତି, ତେବେ ଆପଣ ଏହି ପ୍ଲାନ୍ରେ ଏହି ସମସ୍ତ ସୁବିଧା ପାଇବେ ନାହିଁ । ଏହି ସମସ୍ତ ସୁବିଧା ପାଇବାକୁ, ଆପଣଙ୍କୁ ଆଉ ଏକ ରିଚାର୍ଜ କରିବାକୁ ପଡିବ ।
ପଢନ୍ତୁ ଏହି ଖବର :
Success Story: ବିନା କୋଚିଂ କେମିତି ପାଇବେ UPSC...କହିଲେ ଆଇଏଏସ୍ ଗାନ୍ଧର୍ଭା; ଆପଣାନ୍ତୁ ଏହି ଉପାୟପଢନ୍ତୁ ଏହି ଖବର :
Odisha News: ରାଜ୍ୟରେ ନିଯୁକ୍ତି ପାଇବେ ୬୪୨ ନୂଆ ଶିକ୍ଷକ; ୧୦୬ ହାଇସ୍କୁଲ୍ରେ ଖୋଲିବ ଦ୍ୱାଦଶ ଶ୍ରେଣୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।