News18 Odia Digital
Electric Scooter Price: ଯଦି ଆପଣଙ୍କ ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପ୍ରସ୍ତୁତ ଅଛନ୍ତି ତେବେ ଆପଣଙ୍କ ପାଇଁ ଅଛି ଏକ ଖୁସି ଖବର। କାରଣ ଆପଣଙ୍କ ବହୁତ କମ୍ ମୂଲ୍ୟ ଇ-ସ୍କୁଟର କିଣିପାରିବେ।
ଆପଣଙ୍କ ସ୍ମାର୍ଟଫୋନଠୁ କମ୍ ମୂଲ୍ୟରେ ଆସିଯିବ ଏହି ଇ-ସ୍କୁଟର। ଆଜ୍ଞା ହଁ, ଆପଣ ଇଭି ଇ-ସ୍କୁଟରର ମାଲିକାନା ପାଇପାରିବେ। Velev Motors ବଜାରରେ ଗ୍ରାହକଙ୍କ ପାଇଁ ଅନେକ ମଡେଲ ଉପଲବ୍ଧ କରାଇଛି।
କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ମଡେଲଗୁଡିକ ମଧ୍ୟରେ Velev Motors ୱେଭ୍ ୦୧କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। କାରଣ ଏହି ଇଲେକ୍ଟ୍ରିକ୍ ସ୍କୁଟର ଆପଣଙ୍କୁ ବହୁତ ଶସ୍ତାରେ ମିଳୁଛି। ଏହି ମଡେଲର ମୂଲ୍ୟ ମାତ୍ର ୩୨,୫୦୦ ଟଙ୍କା ରହିଛି। ଯାହା ସ୍ମାର୍ଟଫୋନଠାରୁ ମଧ୍ୟ ବହୁତ କମ୍ ମୂଲ୍ୟରେ ମିଳୁଛି।
ଏହି ଇଲେକ୍ଟ୍ରିକ୍ ସ୍କୁଟର ସିଓମି ଏବଂ ସାମସଙ୍ଗ ଭଳି କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ମଡେଲର ଅଧା ମୂଲ୍ୟରେ ଉପଲବ୍ଧ।
IQOO 11 ସ୍ମାର୍ଟଫୋନର ମୂଲ୍ୟ ୬୦ ହଜାର ଟଙ୍କା ଟଙ୍କା ରହିଛି। Xiaomi 13 Proର ମୂଲ୍ୟ ୮୦ ହଜାର ପର୍ଯ୍ୟନ୍ତ ରହିଛି। ଏହାର ଅର୍ଥ ଆପଣ ଏହି ସ୍କୁଟରକୁ ଫୋନର ଅଧା ମୂଲ୍ୟରେ ଘରକୁ ନେଇପାରିବେ। ଏହି ସ୍କୁଟରରେ ଏକ BLDC ହବ୍ ମୋଟର। ଏହାର କ୍ଷମତା ହେଉଛି ୨୫୦ ୱାଟ।
ଏକ ଲିଥିୟମ୍ ଆୟନ ବ୍ୟାଟେରୀ ବ୍ୟବହାର ହୋଇଛି। ଏହାର କ୍ଷମତା ହେଉଛି 48V 20AH। ଏଥିସହ କମ୍ପାନୀ ଦାବି କରିଛି ଯେ ଏହି ସ୍କୁଟର ଗୋଟିଏ ଥର ଚାର୍ଜରେ ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହି ଇଲେକ୍ଟ୍ରିକ୍ ସ୍କୁଟରର ସର୍ବୋଚ୍ଚ ଗତି ଘଣ୍ଟା ପ୍ରତି ୨୫ କିଲୋମିଟର। ଫୁଲ୍ ଚାର୍ଜିଂ ହେବାକୁ ୩ ରୁ ୪ ଘଣ୍ଟା ସମୟ ଲାଗେ। ସବୁଠୁ ମୁଖ୍ୟ କଥା ହେଲା ଯେ ଏହି ଇ-ସ୍କୁଟର ପାଇଁ କୌଣସି ଲାଇସେନ୍ସ କିମ୍ବା ପଞ୍ଜୀକରଣ ଆବଶ୍ୟକ ନାହିଁ।
ଏହି ସ୍କୁଟରଟି ନାଲ, ନୀଳ ଏବଂ ହଳଦିଆ ରଙ୍ଗର ଗ୍ରାହକଙ୍କ ପାଇଁ ଉପଲବ୍ଧ। ଆପଣ କମ୍ପାନୀର ୱେବସାଇଟକୁ ଯାଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିବେ। ଯେଉଁମାନେ ବଜେଟ୍ ମୂଲ୍ୟରେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ସେମାନେ ଏହି ଡିଲ୍ ଯାଞ୍ଚ କରିପାରିବେ। ଯଦି ଆପଣ ଭାବୁଛନ୍ତି ଯେ ଏହାର ମୂଲ୍ୟ ଅଧିକ, ତେବେ ଆପଣ ଓଲା, ଏଥର, ହିରୋ ଇଲେକ୍ଟ୍ରିକ୍ ଭଳି ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର ଯାଞ୍ଚ କରିପାରିବେ।
ପଢ଼ନ୍ତୁ ଏହି ଖବର: CRPF Recruitment: ୧୦ ପାସ୍ ପାଇଁ ଚାକିରିର ବଡ ସୁଯୋଗ; ତୁରନ୍ତ କରନ୍ତୁ ଆବେଦନଏହି ବ୍ରାଣ୍ଡର କିଛି ଇ-ସ୍କୁଟରର ମୂଲ୍ୟ ଆକାଶ ଛୁଆଁ। ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ପାଖାପାଖି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।