BSNL ଗ୍ରାହକଙ୍କ ପାଇଁ ଖୁସି ଖବର; କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା ଶୁଣି ଝୁମି ଉଠିବେ ୟୁଜର୍ସ

Ashwini Vaishnaw on BSNL: ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାରୀ କ୍ଷେତ୍ର ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ୨୦୦ ସ୍ଥାନରେ 4G ସେବା ଯୋଗାଇବା ଆରମ୍ଭ କରିବ।

BSNL ଗ୍ରାହକଙ୍କ ପାଇଁ ଖୁସି ଖବର

BSNL ଗ୍ରାହକଙ୍କ ପାଇଁ ଖୁସି ଖବର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Ashwini Vaishnaw on BSNL: ଯଦି ଆପଣ ମଧ୍ୟ ଜଣେ BSNL ୟୁଜର୍ସ, ତେବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଦେଇଥିବା ଏହି ଖବର ଆପଣଙ୍କୁ ଖୁସି କରିଦେବ।

ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ ସରକାରୀ କ୍ଷେତ୍ର ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ (BSNL) ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ୨୦୦ ସ୍ଥାନରେ 4G ସେବା ଯୋଗାଇବା ଆରମ୍ଭ କରିବ। ବୈଷ୍ଣବ କହିଛନ୍ତି ଯେ ଦେଶରେ ନିର୍ମିତ 4G ଟେଲିକମ୍ ଉପକରଣ BSNL ଦ୍ୱାରା ଚଣ୍ଡିଗଡ଼ ଏବଂ ଡେରାଡୁନ୍ ମଧ୍ୟରେ ୨୦୦ ସ୍ଥାନରେ ସ୍ଥାପନ କରାଯାଇଛି।

ସେ କହିଛନ୍ତି ଯେ ଦୁଇ ସପ୍ତାହ ମଧ୍ୟରେ ବିଏସଏନଏଲର 4G ସେବା ଆରମ୍ଭ ହେବ। ଏହା ସହିତ ସେ କହିଛନ୍ତି ଯେ ଚଳିତ ବର୍ଷ ଅର୍ଥାତ୍ ୨୦୨୩ରେ ନଭେମ୍ବର-ଡିସେମ୍ବର ସୁଦ୍ଧା BSNLର 4G ନେଟୱାର୍କକୁ 5Gକୁ ଉନ୍ନତ କରାଯିବ। BSNL 4G ନେଟୱାର୍କ ପାଇଁ TCS ଏବଂ ITI କୁ ୧୯,୦୦୦ କୋଟିରୁ ଅଧିକ ମୂଲ୍ୟର ଅଗ୍ରୀମ ଅର୍ଡର ଦେଇଛି। ଏହି ଉପକରଣଗୁଡ଼ିକ ସମଗ୍ର ଦେଶରେ ୧.୨୩ ଲକ୍ଷରୁ ଅଧିକ ସ୍ଥାନରେ ସ୍ଥାପିତ ହେବ।

ଗୋଟିଏ ଦିନରେ ୨୦୦ ସ୍ଥାନରେ ନେଟୱାର୍କ ସଂସ୍ଥାପିତ ହେବ

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି, ‘‘BSNL କେଉଁ ବେଗରେ ନେଟୱାର୍କ ସ୍ଥାପନ କରିବ ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତିନିମାସ ପାଇଁ ପରୀକ୍ଷା ଚଳାଇବା ପରେ, ଆମେ ୨୦୦ ସ୍ଥାନରେ ନେଟୱାର୍କ ସେଟ୍ ଅପ୍ କରିବୁ। ପ୍ରଥମେ ଏହି ନେଟୱାର୍କ 4G ଭାବରେ କାମ କରିବ ଏବଂ ନଭେମ୍ବର-ଡିସେମ୍ବର ସୁଦ୍ଧା ଏହା କିଛି ସଫ୍ଟୱେର୍ ଅପଡେଟ୍ ସହିତ 5Gରେ ରୂପାନ୍ତରିତ ହେବ।

ପଢ଼ନ୍ତୁ ଏହି ଖବର:  E-Shram କାର୍ଡ଼ଧାରୀଙ୍କୁ ମିଳୁଛି ଅନେକ ସୁବିଧା; ଆପଣ ବି କରନ୍ତୁ ଏମିତି ଆବେଦନ

ଗଙ୍ଗୋତ୍ରିରେ 5G ନେଟୱାର୍କ ଆରମ୍ଭ ହୋଇଥିଲା

ଅନ୍ୟପକ୍ଷରେ, ଗଙ୍ଗୋତ୍ରିରେ ବୁଧବାର ଠାରୁ 5G ନେଟୱାର୍କ ଆରମ୍ଭ ହୋଇଛି। ଏହା ସହିତ ଦେଶରେ 5G ନେଟୱାର୍କ ଥିବା ସ୍ଥାନ ସଂଖ୍ୟା ୨ ଲକ୍ଷରୁ ଅଧିକକୁ ବୃଦ୍ଧି ପାଇଛି। ଗଙ୍ଗୋତ୍ରିରେ ଥିବା 5G ସାଇଟ୍ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦଘାଟନ କରିଥିଲେ। ଏହି ଅବସରରେ ବୈଷ୍ଣବ କହିଥିଲେ ଯେ ପ୍ରତି ମିନିଟରେ ଏକ 5G ସାଇଟ୍ ସକ୍ରିୟ ହେଉଛି। ଏହା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯିବ।
Published by:Lipina Das
First published: