Twitter : ଆଜିଠୁ ହଟିବ ଟ୍ବିଟରରୁ ବ୍ଲୁ ଟିକ୍; ଜାଣନ୍ତୁ ପୂରା ଘଟଣା କଣ...

Twitter: ଆଜିଠୁ ହଟିବ ଟ୍ବିଟରରୁ ବ୍ଲୁ ଟିକ୍; ଜାଣନ୍ତୁ ପୂରା ଘଟଣା କଣ...

Twitter: ଆଜିଠୁ ହଟିବ ଟ୍ବିଟରରୁ ବ୍ଲୁ ଟିକ୍; ଜାଣନ୍ତୁ ପୂରା ଘଟଣା କଣ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Twitter Blue Tick : ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏପ୍ରିଲ୍ ୨୦ରୁ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ପୁରୁଣା ବ୍ଲୁ ଟିକ୍ (Twitter Blue Tick) ମାର୍କ ହଟାଇବା ପ୍ରକ୍ରିୟା ଆରମ୍ଭ କରିବ । ବର୍ତ୍ତମାନ ଟ୍ୱିଟରରେ ଥିବା ଆକାଉଣ୍ଟଗୁଡ଼ିକୁ ବ୍ଲୁ ଟିକ୍ ପାଇଁ ପଇସା ଦେବାକୁ ପଡିବ । ଏହାପୂର୍ବରୁ ଟ୍ୱିଟରରେ ଯାଞ୍ଚ ହୋଇଥିବା ଆକାଉଣ୍ଟଗୁଡ଼ିକୁ ମାଗଣାରେ ବ୍ଲୁ ଟିକ୍ ଦିଆଯାଉ ଥିଲା । ତେବେ, ଏଲନ୍ ମସ୍କ୍‌ ( Elon Musk) ଦ୍ୱାରା ଟ୍ୱିଟର ହାସଲ କରିବା ପରେ ଅନେକ ନିୟମ ପରିବର୍ତ୍ତନ କରାଯାଇଛି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଏପ୍ରିଲ୍ ୧୨ରେ, ଏଲନ୍ ମସ୍କ ( Elon Musk) ତାଙ୍କର ଏକ ଟ୍ୱିଟ୍‌ରେ ଏପ୍ରିଲ୍ ୨୦ରୁ ବ୍ଲୁ ଟିକ୍ ହଟାଇବାକୁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯଦି ଲୋକମାନେ ବ୍ଲୁ ଟିକ୍ ପାଇବାକୁ ଚାହାଁନ୍ତି ତେବେ ସେମାନଙ୍କୁ “ଟ୍ୱିଟର ବ୍ଲୁ ଟିକ୍‌”ର (Twitter Blue Tick) ପେଡ୍ ସବସ୍କ୍ରିପସନ୍ ନେବାକୁ ପଡିବ । ଏହି ଘୋଷଣା ପରେ, ବର୍ତ୍ତମାନ ମାସିକ ଚାର୍ଜ ଦେଉଥିବା ଉପଭୋକ୍ତାଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ହିଁ କେବଳ ରହିବ ।

ବ୍ଲୁ ଟିକ୍ ୨୦୦୯ର ଆରମ୍ଭ ହୋଇଥିଲା...
ଟ୍ୱିଟରରେ ଆକାଉଣ୍ଟକୁ ବ୍ଲୁ ଟିକ୍ ଦେବା ପ୍ରକ୍ରିୟା ୨୦୦୯ରେ ଆରମ୍ଭ ହୋଇଥିଲା । ଏହି ଟିକ୍ ସେହି ଉପଭୋକ୍ତାମାନଙ୍କୁ ଦିଆଯାଇଥିଲା ଯେଉଁମାନେ ଏହାକୁ ଦାବି କରିଥିଲେ ଓ ଟ୍ୱିଟରର ନିୟମ ଅନୁଯାୟୀ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିଥିଲେ। ପୂର୍ବରୁ ସେଲିବ୍ରିଟି, ରାଜନେତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଟ୍ୱିଟର ମାଗଣାରେ ବ୍ଲୁ ଟିକ୍ ଦେଉଥିଲା ।

ପଢନ୍ତୁ ଏହି ଖବର : Jio Recharge Plans :ଥରେ ରିଚାର୍ଜ କଲେ ପୁରା ବର୍ଷେ ପାଇଁ ମୁକ୍ତି ! ଜାଣନ୍ତୁ କଣ ଏହି ପ୍ଲାନ୍‌...

ବ୍ଲୁ ଟିକ୍ କେତେ ପ୍ରଭାବଶାଳୀ ?
ଆଣ୍ଡ୍ରଏଡ୍, ଆଇଓଏସ୍ ଓ ୱେବ୍ ପ୍ଲାଟଫର୍ମ ପାଇଁ ବ୍ଲୁ ଟିକ୍ ପାଇଁ ଟ୍ୱିଟର ସବସ୍କ୍ରିପସନ୍ ଆରମ୍ଭ କରିଛି । ମାଇକ୍ରୋବ୍ଲଗିଂ ୱେବସାଇଟ୍ ଅନୁଯାୟୀ, ଭାରତରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମାସିକ ସବସ୍କ୍ରିପସନ୍ ୯୦୦ ଟଙ୍କା ଥିବାବେଳେ ୱେବ୍ ପାଇଁ ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ ।

ପଢନ୍ତୁ ଏହି ଖବର :  Govt Jobs 2023 :Group Cରେ ବାହାରିଲା ୩୧ ହଜାର ପୋଷ୍ଟ୍‌; ଜଲିଦ କରନ୍ତୁ ଆବେଦନ...

ପଢନ୍ତୁ ଏହି ଖବର : ICICI Bankର ବଡ଼ ଉପହାର; ବରିଷ୍ଠ ନାଗରିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ...
Published by:Sujit Swain
First published: