News 18 Odia Digital
Long Validity Recharge Plan : ଯେତେବେଳେ ଏକ ଭଲ ରିଚାର୍ଜ ପ୍ଲାନ୍ ଆମେ ଖୋଜିଥାଉ, ଆମେ ସମସ୍ତେ ପ୍ରଥମେ ଟେଲିକମ୍ କମ୍ପାନୀଗୁଡିକର ପ୍ଲାନ୍ ବିଷୟରେ ଜାଣିବାକୁ ଚେଷ୍ଟା କରିଥାଉ । ଯେତେବେଳେ କି, ସରକାରୀ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ଶସ୍ତା ଓ ଭଲ ପ୍ରିପେଡ୍ ପ୍ଲାନ୍ ଯୋଗାଇବାରେ ପଛରେ ନାହାଁନ୍ତି ।
ହଁ, ସରକାରୀ ଟେଲିକମ୍ କମ୍ପାନୀଗୁଡିକ : MTNL ଓ BSNL ମଧ୍ୟ ଅନେକ ଭଲ ପ୍ଲାନ୍ ପ୍ରଦାନ କରୁଛନ୍ତି । ଏଥିମଧ୍ୟରୁ BSNLର ଏକ ପ୍ଲାନ୍ ଅଛି ଯାହା ଅଧିକ ଲାଭ ସହିତ ବହୁତ କମ୍ ଟଙ୍କା ଅଟେ । ୪୦୦ରୁ କମ୍ ମୂଲ୍ୟରେ କମ୍ପାନୀର ଏପରି ଏକ ପ୍ଲାନ୍ ଅଛି ଯାହା ପ୍ରାୟ ୬ ମାସର ବୌଧତା ସହିତ ଆସିଥାଏ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା...
BSNLର ଶସ୍ତା ଓ ଲମ୍ବା ବୌଧତା ରିଚାର୍ଜ ପ୍ଲାନ୍...ବାସ୍ତବରେ, ଆମେ BSNLର ୩୯୭ ଟଙ୍କାର ପ୍ଲାନ୍ ବିଷୟରେ କହୁଛୁ । ଏହି ପ୍ଲାନ୍ ୪୦୦ରୁ କମ୍ ମୂଲ୍ୟରେ ଅନେକ ସୁବିଧା ସହିତ ମିଳୁଛି । ଏହି ପ୍ଲାନ୍ରେ, ଆପଣ ୧୫୦ ଦିନ ଅର୍ଥାତ୍ ୬ ମାସ ପର୍ଯ୍ୟନ୍ତ ବୌଧତା ପାଇବେ । ଏହି ଉପାୟରେ, ଆପଣ ୧୫୦ ଦିନ ପାଇଁ ପ୍ଲାନ୍ରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗର ଲାଭ ଉଠାଇବାକୁ ସକ୍ଷମ ହେବେ ।
ବିଏସ୍ଏନ୍ଏଲ୍ର ( BSNL ) ୩୯୭ ଟଙ୍କା ରିଚାର୍ଜ ପ୍ଲାନ୍୩୯୭ ଟଙ୍କାର ଏହି ପ୍ଲାନ୍ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ ସୁବିଧା ରହିଛି । ଏଥିପାଇଁ, ପ୍ରତି ୬୦ ଦିନ ପରେ, ଉପଭୋକ୍ତାଙ୍କୁ ଭାଉଚର୍ ପୁରଣ କରିବାକୁ ପଡିବ । ଏହା ପରେ, ସେମାନେ ପ୍ରତିଦିନ ଅସୀମିତ କଲିଂ, ଡାଟା ଓ 100 SMSର ଲାଭ ଉଠାଇ ପାରିବେ ।
ବିଏସ୍ଏନ୍ଏଲ୍ର ( BSNL) ୩୯୯ ଟଙ୍କାର ପ୍ଲାନ୍ଏହା ବ୍ୟତୀତ ବିଏସ୍ଏନ୍ଏଲ୍ର ୩୯୯ ଟଙ୍କା ପ୍ଲାନ୍ ମଧ୍ୟ ରହିଛି। ଏହାର ୧୮୦ ଦିନର ବୌଧତା ଅଛି । ଏହି ପ୍ଲାନ୍ ଅସୀମିତ କଲିଂ ଓ ଦୌନିକ ୧୦୦ SMS ପ୍ରଦାନ ମିଳୁଛି । ଏଥିରେ, ଉପଭୋକ୍ତାଙ୍କୁ ୮୦ ଦିନ ପରେ ଭାଉଚର୍ ରିଫିଲ୍ କରିବାକୁ ପଡିବ । ଏଥିରେ, ୧ ଜିବି ( GB) ଡାଟାର ସୁବିଧା ମଧ୍ୟ ପ୍ରତିଦିନ ଉପଲବ୍ଧ ରହିଛି । ଡାଟା ସମାପ୍ତ ହେବା ପରେ, ଉପଭୋକ୍ତାମାନେ ୪୦କେବିପିଏସ୍ ( Kbps ) ବେଗ ସହିତ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ।
ପଢନ୍ତୁ ପୂରା ଖବର :
Edible Oil Price: ଆଶ୍ବସ୍ତି ! ଶସ୍ତା ହେଲା ଖାଇବା ତେଲ; ଜାଣନ୍ତୁ କେଉଁ ତେଲ କେତେ ହ୍ରାସ ପାଇଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।