News 18 Odia Digital
ଭୁବନେଶ୍ୱର; ୫ଜି ଷ୍ଟାଣ୍ଡ୍-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି । ନିକଟରେ ଉନ୍ମୋଚିତ ହୋଇଥିବା ୱାନପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍, ୱାନପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ । ସେହିଭଳି ଖୁବଶୀଘ୍ର ୱାନପ୍ଲସ୍ ୯ ପ୍ରୋ, ୱାନପ୍ଲସ ୯ ଏବଂ ୱାନପ୍ଲସ ୯ଆରଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍ୱର୍କକୁ ସପୋର୍ଟ କରିବ ।
ଜିଓ ପକ୍ଷରୁ ୱାନପ୍ଲସ୍ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି । ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ । ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର ପ୍ଲାନ୍ ଏବଂ ୩୯୯ ଟଙ୍କାର ଜିଓ ସାୱନ ପ୍ରୋ ପ୍ଲାନ୍ର ଲାଭ ମଧ୍ୟ ମିଳିବ ।
ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଅଧ୍ୟକ୍ଷ ସୁନିଲ ଦତ୍ତ କହିଛନ୍ତି ଯେ, “ଭାରତରେ ୫ଜି ଡିଭାଇସ୍ର ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ୱାନପ୍ଲସ୍ ଆମ ସହିତ ମିଶି କାର୍ଯ୍ୟ କରିଛି । ୫ଜି ସ୍ମାର୍ଟଫୋନର ବାସ୍ତବିକ ଶକ୍ତି କେବଳ ଜିଓର ଟ୍ରୁ-୫ଜି ନେଟୱର୍କ ଦ୍ୱାରା ହାସଲ କରାଯାଇପାରିବ । ଜିଓ ଏହାର ୫ଜି ନେଟୱର୍କକୁ ଷ୍ଟାଣ୍ଡ୍-ଏଲୋନ୍ ୫ଜି ନେଟୱର୍କ ଭାବେ ପ୍ରସ୍ତୁତ କରିଛି । ୱାନପ୍ଲସ୍ର ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ଏହି କ୍ଷେତ୍ରରେ ଜିଓ ୱେଲକମ୍ ଅଫର ଅଧୀନରେ ଅସୀମିତ ୫ଜି ଇଟଂରନେଟ୍କୁ ବ୍ୟବହାର କରିପାରିବେ ।’’
ୱାନପ୍ଲସ୍ ଇଣ୍ଡିଆର ସିଇଓ ନବନୀତ ନାକ୍ରା କହିଛନ୍ତି ଯେ, “ଭାରତରେ ୱାନପ୍ଲସ୍ ବ୍ୟବହାରକାରୀମାନଙ୍କ ଲାଗି ୫ଜି ପ୍ରଯୁକ୍ତି ଆଣିବା ପାଇଁ ଜିଓ ଟିମ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଏବଂ ହାଇ ସ୍ପିଡ୍ ଇଟଂରନେଟର ଅନୁଭୂତି ଏବଂ ଖୁସି ହାସଲ କରିପାରିବେ ।’’
ଭାରତୀୟ ଗ୍ରାହକମାନଙ୍କ ପାଇଁ ୫ଜି ପ୍ରଯୁକ୍ତିକୁ ଆହୁରି ଅଧିକ ସୁଲଭ କରିବା ଲାଗି ଜିଓ ଏବଂ ୱାନପ୍ଲସ୍ର ଟିମ୍ ସକ୍ରିୟ ଭାବେ ବ୍ୟାକ୍ଏଣ୍ଡ୍ ଉପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଉତ୍ପାଦ ପୋର୍ଟଫୋଲିଓରେ ନିଜ ୫ଜି ପ୍ରଯୁକ୍ତି ଭିତିକ ସେବାକୁ ସମ୍ପ୍ରସାରିତ କରିବା ଉପରେ କାର୍ଯ୍ୟ କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।