ୟୁଜର୍ସଙ୍କୁ ସତର୍କ କରାଇଲେ ଟେଲିଗ୍ରାମ ପ୍ରତିଷ୍ଠାତା; କହିଲେ ହ୍ୱାଟ୍ସଆପ ଠାରୁ ଦୂରେଇ ରୁହନ୍ତୁ

ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ଟେଲିଗ୍ରାମ ପ୍ରତିଷ୍ଠାତା;

ଟେଲିଗ୍ରାମ ପ୍ରତିଷ୍ଠାତା;

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।ସେ ଅଭିଯୋଗ କରିଛନ୍ତି ଯେ ହ୍ୱାଟ୍ସଆପ ସୁରକ୍ଷିତ ନୁହଁ। ଏହାସହ ୟୁଜରଙ୍କୁ ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆପଣ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ତେବେ ହ୍ୟାକର ଆପଣଙ୍କ ଫୋନରେ ଥିବା ସମ୍ପୂର୍ଣ୍ଣ ଡାଟା ହାସଲ କରିପାରିବ।

ସୁରକ୍ଷାଗତ ତ୍ରୁଟି ଯୋଗୁଁ, ଜଣେ ହ୍ୟାକର ଆପ୍ ବ୍ୟବହାରକାରୀଙ୍କ ଫୋନକୁ ସହଜରେ ନିୟନ୍ତ୍ରଣକୁ ନେଇପାରିବ । ସାମାନ୍ୟ ଭିଡିଓ କଲ ଜରିଆରେ ହ୍ୟାକର ଜଣଙ୍କ ଫୋନକୁ ହ୍ୟାକ କରିପାରିବ ବୋଲି କହିଛନ୍ତି। ନଭେମ୍ବର ୨୦୧୯ରେ ମଧ୍ୟ,ହ୍ୱାଟ୍ସଆପ ବ୍ୟବହାରକାରୀଙ୍କୁ ଦୁରୋଭ୍ ଏକ ଚେତାବନୀ ଦେଇ କହିଥିଲେ ଯେ ସେମାନଙ୍କ ବାର୍ତ୍ତା ଏବଂ ଫଟୋ ଲିକ୍ ନହେବା ପାଇଁ ସ୍ମାର୍ଟଫୋନରୁ ଆପ୍ ଡିଲିଟ୍ କରିବା ଉଚିତ୍।
Published by:Soumyashree Mishra
First published: